ଗୁଆହାଟି: ପ୍ରବଳ ବର୍ଷା ଯୋଗୁ ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡିଛି । ରାଜ୍ୟର ୮ଟି ଜିଲ୍ଲାର ୧୪୩ଟି ଗ୍ରାମର ୬୨ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଜୋରହାଟର ନିମତି ଘାଟ ନିକଟରେ ବ୍ରହ୍ମପୁତ୍ର ନଦୀ ବିପଦ ସଙ୍କେତ ଅତିକ୍ରମ କରିଛି । ବନ୍ୟା ଯୋଗୁ ଜୋରହାଟ ସମେତ ଧେମାଜୀ, ଲକ୍ଷ୍ମୀପୁର, ବିଶ୍ୱନାଥ ଓ ଗୋଲାଘାଟ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ରୋଙ୍ଗୋନଡି ଜଳ ବିଦ୍ୟୁତ ପ୍ରକଳ୍ପରେ ଗଚ୍ଛିତ ରଖାଯାଇଥିବା ଅଧିକ ପାଣି ଛଡାଯିବା ଫଳରେ ଲକ୍ଷ୍ମୀପୁର ଜିଲ୍ଲାରେ ଭୟାବହ ବନ୍ୟା ଆସିଛି । ପ୍ରବଳ ବର୍ଷା ଯୋଗୁ ଗୁଆହାଟିର କେତେକ ସ୍ଥାନରେ ମାଟିଅତଡା ଧସିଛି । ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହ ଦୁଇଜଣ ଆହତ ହୋଇଛନ୍ତି । ଉତ୍ତର-ପୂର୍ବାଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ଆହୁରି ସଙ୍ଗୀନ ହୋଇପଡିବାର ଆଶଙ୍କା ରହିଛି ।
Comments are closed, but trackbacks and pingbacks are open.