ଆସାମରେ ଶାହଙ୍କ ପ୍ରତିଶ୍ରୁତି:ଧାରା ୩୭୧ରେ ସରକାର ହାତ ମାରିବେନି

Get real time updates directly on you device, subscribe now.

ଗୌହାଟି: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ରବିବାର ଆସାମଗସ୍ତରେ ଯାଇଛନ୍ତି । ଆସାମରେ ଜାତୀୟ ନାଗରିକ ପଞ୍ଜିକରଣ(ଏନ୍ଆର୍ସି) ତାଲିକା ଜାରି କରାଯିବା ପରେ ଆସାମକୁ ଶାହଙ୍କର ଏହା ପ୍ରଥମଗସ୍ତ । ସେଠାରେ ସେ ଉତ୍ତର-ପୂର୍ବ କାଉନସିଲ ବୈଠକରେ ଯୋଗ ଦେଇ ଧାରା ୩୭୧ ସମ୍ବନ୍ଧରେ ଲୋକଙ୍କୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ, ବିଜେପି ଧାରା ୩୭୧କୁ ସମ୍ମାନ କରେ । ଭାରତୀୟ ସମ୍ବିଧାନରେ ଧାରା ୩୭୧କୁ ସ୍ୱତନ୍ତ୍ର ମାନ୍ୟତା ମିଳିଛି । ଏଣୁ ବିଜେପି ସରକାର ଏଥିରେ କୌଣସି ବି ପରିବର୍ତ୍ତନ କରିବେନି । ଉଲ୍ଲେଖଯୋଗ୍ୟ, ଧାରା ୩୭୧ ଯୋଗେ ଉତ୍ତର-ପୂର୍ବର କେତେକ ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ମିଳୁଛି । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଧାରା ୩୭୧କୁ ମଧ୍ୟ ଉଚ୍ଛେଦ କରାଯାଇପାରେ ବୋଲି ଆଶଙ୍କା କରାଯାଉଥିବାରୁ ଶାହ ଏନେଇ ନିଜ ସ୍ପଷ୍ଟିକରଣ ଦେଇଛନ୍ତି । ଶାହ ଆହୁରି ମଧ୍ୟ କହିଛନ୍ତି ଯେ, ଧାରା ୩୭୦ ଜମ୍ମୁକାଶ୍ମୀରରେ ଅସ୍ଥାୟୀ ରୂପେ ଲାଗୁ କରାଯାଇଥିଲା । କିନ୍ତୁ, ଧାରା ୩୭୧ ସ୍ଥାୟୀ ରୂପେ ଲାଗୁ ହୋଇଛି । ଆସମରେ ଏନ୍ଆର୍ସି ଜାରି କରାଯିବା ପରେ ରାଜ୍ୟରେ ଅସନ୍ତୋଷର ବାତାବରଣ ଦେଖାଯାଇଥିଲା । ଏଭଳିସ୍ଥିତିରେ ଶାହଙ୍କର ଆସାମ ଗସ୍ତକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons