ଆସିଆ ଶେଖ୍ ଜଗତ୍ସିଂହପୁର ଜିଲ୍ଲାର ଟପର୍

Get real time updates directly on you device, subscribe now.

ଜଗତସିଂହପୁର, (ବିଶ୍ୱବିଜୟୀ ନୁ୍ୟଜ୍ ଓଡ଼ିଶା): ଚଳିତ ବର୍ଷ ଜିଲ୍ଲାରୁ ସର୍ବାଧିକ ୫୭୦ ନମ୍ବର ରଖି ମାଟ୍ରିକ ଟପର୍ ହୋଇଛନ୍ତି ତରିକୁନ୍ଦ ହାଇସ୍କୁଲ ଛାତ୍ରୀ ଆସିଆ ଶେଖ୍ । ଆସିଆଙ୍କ ବାପା ଶେଖ୍ ଆସଫ୍ ଅଲ୍ଲୀ ନୂଆଦା ଉଦ୍ଧ୍ୱର୍ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ମା’ ନାଜମିନ୍ ଅଫ୍ରୁଜା ସୁଗୃହିଣୀ । ପରୀକ୍ଷା ଫଳ ପ୍ରକାଶ ପରେ ଆସିଆଙ୍କ ଘରେ ଖୁସିର ଲହରୀ ଖେଳିଯାଇଛି । ଭବିଷ୍ୟତରେ ସେ ଜଣେ ଶିକ୍ଷୟିତ୍ରୀ ହେବାକୁ ଇଚ୍ଛା ରଖିଛନ୍ତି । ତେବେ ଯୁକ୍ତ ଦୁଇରେ ସଫଳତାର ସହ କୃତିତ୍ୱ ହାସଲ ପରେ ଡାକ୍ତରୀ ପାଠ ପଢ଼ିବାର ଇଚ୍ଛା ମନରେ ରହିଥିବା ଆସିଆ ‘ବିଶ୍ୱବିଜୟୀ ନୁ୍ୟଜ୍ ଓଡ଼ିଶା’କୁ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି । ଏହି ସଫଳତା ପଛରେ ମା’ ନାଜମିନ୍ ଅଫ୍ରୁଜା, ଦାଦା ଶେଖ୍ ଅଫରୁଜ୍ ଅଲ୍ଲୀଙ୍କ ସମେତ ତରିକୁନ୍ଦ ହାଇସ୍କୁଲର ପ୍ରଧାନଶିକ୍ଷକ ଡ. ସୁଶାନ୍ତ ମହାନ୍ତି, ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ ତରିକୁନ୍ଦ ସ୍ଥିତ ସ୍କଲାର ଟୁ୍ୟଟୋରିଆଲର ଶିକ୍ଷକ ରବୀନ୍ଦ୍ର ନାଥ ତ୍ରିପାଠୀଙ୍କ ଯଥେଷ୍ଟ ପ୍ରେରଣା ରହିଥିବା ଆସିଆ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons