ଆସିକାର ଯୁବକ ସାଜିବେ ବାର୍କ ବୈଜ୍ଞାନିକ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ): ନିÂା ଓ ଲକ୍ଷ୍ୟ ଯଦି ଠିକ ଥିବ, ଆଉ ସେ ଅନୁଯାୟୀ କଷ୍ଟ ପଡିପାରିଲେ, ଯେକେହି ସଫଳ ହେବା ନିଶ୍ଚିତ । ଏହା କହିଛନ୍ତି ଦିଲ୍ଲୀ ଆଇଆଇଟି ଛାତ୍ର ଓମ୍ ଶୁଭମ୍ ବେବର୍ତ୍ତା । ସେ ଅପ୍ଟୋ-ଇଲୋକ୍ଟ୍ରୋନିକ୍ସ ପାଠ୍ୟକ୍ରମରେ ଏମ୍.ଟେକ୍ ଶିକ୍ଷା ସାରିବା ପରେ ସର୍ବଭାରତୀୟ ଗେଟ୍ ପରୀକ୍ଷାରେ ୬୩ ର୍ୟାଙ୍କ୍ ରଖିଛନ୍ତି । ଏଥିସହ ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟର୍ (ବାର୍କ, ମୁମ୍ବାଇ)ରେ ବୈଜ୍ଞାନିକ ଭାବେ ପ୍ରଶିକ୍ଷଣ ନେବାକୁ ମନୋନୀତ ହୋଇଛନ୍ତି ସେ । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ କାଳଷଣ୍ଢପୁର ଗ୍ରାମର ବିଭୂତି ଭୂଷଣ ବେବର୍ତ୍ତା ଓ ସଞ୍ଜୁକ୍ତାଙ୍କ ବଡ ପୁଅ ହେଉଛନ୍ତି ଓମ୍ ଶୁଭମ୍ । ତାଙ୍କର ଏହି ସଫଳତା ହେତୁ ଏବେ ଆସିକା ଅଞ୍ଚଳବାସୀ ତାଙ୍କ ଗର୍ବ ଅନୁଭବ କରୁଛନ୍ତି ।
ତାଙ୍କ ପିତା ବି.ବି.ବେବର୍ତ୍ତା ହେଉଛନ୍ତି ବାଲିପଦର ମହାବିଦ୍ୟାଳୟର ଅର୍ଥ ଶାସ୍ତ୍ର ଅଧ୍ୟାପକ । ମାଆ ସଞ୍ଜୁକ୍ତା ଆସିକାରେ ହିଁ ଆଇନ ପେସାରେ ଅଛନ୍ତି । ସାନ ଭାଇ ଶିବସତ୍ୟମ୍ ଭୁବନେଶ୍ୱରରେ ଇଣ୍ଟିଗ୍ରେଟେଡ୍ ଲ’ ପଢୁଛନ୍ତି । ଆସିକା ଆରିୟନ୍ ସ୍କୁଲର ଛାତ୍ର ଓମ୍ ୬Â ଶ୍ରେଣୀ ଶିକ୍ଷା ପରେ ବିଜୟାନଗରମ୍ସ୍ଥିତ ବିଗ୍ନାନ୍ ସ୍କୁଲ ଓ ଶ୍ରୀଚୈତନ୍ୟ କଲେଜରେ ପଢିଥିଲେ । ଯୁକ୍ତ ଦୁଇ ପରେ ବିଟ୍ସ୍ (ବିର୍ଲା ଇନ୍ଷ୍ଟୁଚୁ୍ୟଟ୍ ଅଫ୍ ଟେକ୍ନୋଲୋଜି) ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ହାଇଦ୍ରାବାଦସ୍ଥିତ ବିଟ୍ସ୍- ପିଲାନିରେ ବି.ଟେକ୍ ଏବଂ ସେଠାରେ ହିଁ ଏମ୍ଏସ୍ସି- ଫିଜିକ୍ସ ଡିଗ୍ରୀ ହାସଲ ପରେ ଦିଲ୍ଲୀରୁ ଏମ୍.ଟେକ୍ ଶିକ୍ଷାଲାଭ କରିଛନ୍ତି । ୨୦୨୦ ଜୁନ୍ରେ ବାର୍କ ପାଇଁ ପରୀକ୍ଷା ହେବାର ଥିଲା । କିନ୍ତୁ କରୋନା ହେତୁ ଡିସେମ୍ବର ୨୪ରେ ବ୍ୟକ୍ତିଗତ ସାକ୍ଷାତକାର (ଇଣ୍ଟର୍ଭୁ୍ୟ- ଭାଇଭା) ହୋଇଥିଲା । ଗତ ୫ ତାରିଖରେ ଏହାର ରେଜଲ୍ଟ ପ୍ରକାଶ ସହ ବେବର୍ତ୍ତା ପରିବାରରେ ଖୁସି ଖେଳି ଯାଇଥିଲା । ଆସନ୍ତା ୧୭ ତାରିଖରେ ବାର୍କରେ ଯୋଗଦେବେ ଓମ୍ ଶୁଭମ୍ ।
ଆଲୋଚନା ବେଳେ ଓମ୍ ଶୁଭମ୍ ଆହୁରି କହିଛନ୍ତି ଯେ- ମୋତେ ଏକ ଉଚିତ ପ୍ଲାଟ୍ଫର୍ମ ମିଳିଛି ଯାହା ଜରିଆରେ ଆଗକୁ ମୁଁ ଦେଶ ପାଇଁ ଅଧିକ କିଛି କରିପାରିବି । ଏଣୁ ମୁଁ ବେଶ୍ ଖୁସି । ଯଦି ମୋ ସାଧନା ଏବଂ ପରିଶ୍ରମ ଦେଶ ପାଇଁ କାମରେ ଆସିପାରିଲା ତେବେ ମୁଁ ଅଧିକ ଗର୍ବିତ ହେବି ବୋଲି କହିଛନ୍ତି ଏହି ଯୁବ ପ୍ରତିଭା । ପୁଅର ସଫଳତା ନେଇ ବିଭୂତି ଭୂଷଣ କହିଛନ୍ତି ଯେ- ନିଶ୍ଚିତ ଭାବେ ଏହା ମୋ ପାଇଁ ଗୌରବର ବିଷୟ, ମୁଁ ଜଣେ ବୈଜ୍ଞାନିକର ପିତା ହୋଇପାରିଛି । ମୋ ପୁଅକୁ ଭଗବାନଙ୍କ ଆଶୀର୍ବାଦ ଓ ତାର କଠୋର ପରିଶ୍ରମ, ନିÂା ପାଇଁ ଏହି ସଫଳତା ମିଳିଥିବା କହିଛନ୍ତି ସେ । ତାଙ୍କରି ଏହି ସଫଳତା ପାଇଁ କାଳଷଣ୍ଢପୁର ସରପଞ୍ଚ ଧନମାଳି ସିଅ ଓମ୍ ଏବଂ ତାଙ୍କ ପରିବାରକୁ ଶୁଭେଛା ଜଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons