ଆସିକା, (ବି.ବି.ନୁ୍ୟଜ୍): ଋଷିକୁଲ୍ୟା ନଦୀର ସୁନାମ୍ବ ସାହି ବାଲିଘାଟରୁ ବେଆଇନ ଭାବେ ବାଲି ଚାଲି ଚାଲାଣ ଅଭିଯୋଗରେ ଆସିକା ପୁଲିସ ୭ ଜଣଙ୍କୁ ଗିରଫ କରିଛି । ନଦୀ ଘାଟରୁ ବାଲି ଉଠାଇବା ପାଇଁ ସେମାନଙ୍କ ନିକଟରେ ସରକାରୀ ଅନୁମତି ଓ ରୟାଲ୍ଟି ୱାଇ ଫର୍ମ ନଥିବା ପୁଲିସ କହିଛି । ଗିରଫ ଅଭିଯୁକ୍ତ ହେଲେ ଜୟ କୁମାର ଦାଶ, ରଙ୍କନିଧି ଗୌଡ଼, ଧ୍ରୁବ ମହାରଣା, ସଞ୍ଜୟ ଦାଶ, ଧ୍ରୁବ ନାୟକ, କୈଳାସ ପ୍ରଧାନ ଓ ଜନାର୍ଦ୍ଧନ ପ୍ରଧାନ । ଅଭିଯୁକ୍ତଙ୍କ ବିରୋଧରେ ଥାନା କେସ୍ ନଂ ୪୮୦/୧୯ ଅନୁସାରେ ଆଇପିସି ଦଫା ୪୨୦, ୪୬୭, ୪୬୮, ୪୭୧, ୪୦୬, ୩୭୯ ଓ ୩୪ ସମେତ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ନିରୋଧ ଆଇନ ଧାରା ୧୮ ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହାସହିତ ଅଭିଯୁକ୍ତମାନେ ବାଲି ଉତ୍ତୋଳନ ଓ ଚାଲାଣ କାର୍ଯ୍ୟରେ ବ୍ୟବହାର କରୁଥିବା ୨ଟି ହାଇୱା, ୨ଟି ଟ୍ରାକ୍ଟର, ଗୋଟିଏ ଏକ୍ସାଭେଟର ଓ ଗୋଟିଏ ଟ୍ରକ୍, ୨ଟି ମେଜିକ୍ ପେନ୍, ନକଲି ଟ୍ରାନ୍ଜିଟ୍ ପାସ୍ ଓ ୱାଇ ଫର୍ମ ଜବତ କରିଥିବା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଆସିକା ଥାନା ଆଇଆଇସି ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ରବିବାର ଥାନା ପରିସରରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ସେମାନେ କହିଛନ୍ତି ଯେ ରୟାଲଟି ଫାଙ୍କିବା ଲକ୍ଷ୍ୟରେ ମେଜିକ୍ ପେନ୍ ବ୍ୟବହାର କରି ଜାଲ୍ ପ୍ରମାଣପତ୍ର ଜରିଆରେ ଅଭିଯୁକ୍ତମାନେ ବାଲି ଚାଲାଣ କରୁଥିଲେ । ନିର୍ଦ୍ଧାରିତ ବାଲିଘାଟ ପରିସୀମାଠାରୁ ଅଧିକ ବାଲି ଉତ୍ତୋଳନ କରି ବିନା ଟ୍ରାନଜିଟ୍ ପାସ୍ରେ ବାଲି ପଠାଯାଉଥିଲା । ଅଭିଯୋଗ ଆଧାରରେ ଆଜି ପୁଲିସ ସଦଳବଳ ଚଢ଼ଉ କରି କାର୍ଯ୍ୟାନୁÂାନ ଗ୍ରହଣ କରିଛି । ତେବେ ଆସିକା ତହସିଲ ଅନ୍ତର୍ଗତ ବିଭିନ୍ନ ନଦୀପଠାରେ ବେଆଇନ ବାଲି ଉତ୍ତୋଳନ ହେଉଥିôବା ପୂର୍ବରୁ ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ । ଏଥିଯୋଗୁଁ ନିକଟ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏନେଇ ପୁଲିସ ଓ ରାଜସ୍ୱ ବିଭାଗ ନିରବଦ୍ରଷ୍ଟା ସାଜିଥିଲା । ଆଜି ଅତର୍କିତ ଚଢ଼ଉ ପରେ ବାଲି ମାଫିଆ ଭୟଭୀତ ହୋଇଥିବା ବେଳେ ସାଧାରଣରେ ଆଲୋଚନା ଆରମ୍ଭ ହୋଇଛି ।
Comments are closed, but trackbacks and pingbacks are open.