ଭୁବନେଶ୍ୱର, (ବି.ବି.ବୁ୍ୟରୋ୍): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ ରେ ପହଞ୍ଚିଥିବା ବେଳେ ଆଉ ୧୫ ଜଣଙ୍କ ଟ୍ରାଭେଲ ହିଷ୍ଟି୍ର ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ସରକାର । କେସ୍ ନଂ ୧୨୯ ରୁ ୧୪୩ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତମାନଙ୍କର ଟ୍ରାଭେଲ୍ ହିଷ୍ଟି୍ର ସଂପର୍କରେ ସୂଚନା ଦିଆଯାଇଛି । ଏମାନଙ୍କର କୋଲକାତା ଲିଙ୍କ୍ ଥିବା ଟ୍ରାଭେଲ୍ ହିଷ୍ଟ୍ରିରୁ ସ୍ପଷ୍ଟ ହୋଇଛି । ଏହାବ୍ୟତୀତ ଏହି ୧୫ ଜରଙ୍କ ମଧ୍ୟରୁ ୧୪ ଜଣ ହେଉଛନ୍ତି ଯାଜପୁର କଟିକଟା ଅଞ୍ଚଳର । ଏହି ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ କେସ୍ ନଂ ୯୮ ଙ୍କ ସଂପକୀୟ ବା ପଡେ଼ାଶୀ ବୋଲି ଜଣାପଡିଛି । ଆକ୍ରାନ୍ତ ନଂ ୧୩୦, ୧୩୨, ୧୩୪, ୧୩୬, ୧୪୧ ଓ ୧୪୨ ହେଉଛନ୍ତି ଆକ୍ରାନ୍ତ ନଂ ୯୮ ଙ୍କ ସମ୍ପର୍କୀୟ । ସେହିପରି କେସ୍ ନଂ ୧୩୧, ୧୩୮ ଓ ୧୩୯ ହେଉଛନ୍ତି ଆକ୍ରାନ୍ତ ନଂ ୯୬ଙ୍କ ପଡେ଼ାଶୀ । କେସ୍ ନଂ ୧୩୭ ଯାଜପୁର ଜିଲ୍ଲାର ଜଣେ ୨୯ ବର୍ଷୀୟ ଯୁବକ ହୋଇଥିବା ବେଳେ ୧୩୫ ନଂ ଆକ୍ରାନ୍ତ ୩ ବର୍ଷର ଶିଶୁପୁତ୍ରର ଓ କେସ୍ ନଂ ୧୩୩ ହେଉଛନ୍ତି ଜଣେ ୫୨ ବର୍ଷୀୟ ମହିଳା । ଏହି ୩ ଜଣ କୋଳକାତାରୁ ଫେରିଥିବା ଉଭୟ ୯୬ ଓ ୯୮ ନଂ ଆକ୍ରାନ୍ତଙ୍କ ସସ୍ପର୍ଶରେ ଆସିଥିବା ସୂଚନା ମିଳିଛି । କେସ୍ ନଂ ୧୪୧ କଟିକଟା ଅଞ୍ଚଳର ଜଣେ ୮୫ ବର୍ଷୀୟା ବୃଦ୍ଧା ହୋଇଥିବା ବେଳେ ସେ ୯୮ ନଂ ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ ବୋଲି ଜଣାପଡିଛି । ସେମାନଙ୍କ ବ୍ୟତୀତ କେସ୍ ନଂ ୧୪୩ ବାଲେଶ୍ୱର ସିମୁଳିଆର ୫୮ ବର୍ଷୀୟ ବ୍ୟକ୍ତି ବୋଲି ରାଜ୍ୟ ସରକାରଙ୍କ ସୂତ୍ରରୁ ସୂଚନା ମିଳିଛି ।
Comments are closed, but trackbacks and pingbacks are open.