ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ସହ ଲିଙ୍କ୍ ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଆଜି କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ତଥା ଦୁଖତରନ- ଇ-ମିଲତ ସଙ୍ଗଠନର ମୁଖ୍ୟ ଆସିୟା ଅନ୍ଦ୍ରାବିଙ୍କ ଶ୍ରୀନଗରସ୍ଥିତ ବାସଭବନକୁ ଜବତ କରିଛି । ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଅନୁସାରେ ତାଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି । ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଅନ୍ଦ୍ରାବି ଏହି ଘର ବିକ୍ରି କରିପାରିବେ ନାହିଁ । କିନ୍ତୁ ତାଙ୍କ ପରିବାର ଏଠାରେ ରହିବା ଲାଗି ଅନୁମତି ମିଳିବ । ଏନ୍ଆଇଏ ଜେରା ବେଳେ ଅନ୍ଦ୍ରାବି ତାଙ୍କ ସଙ୍ଗଠନ ନାମରେ ବିଦେଶରୁ ପାଙଋି ଓ ଅନୁଦାନ ସଂଗ୍ରହ କରିବା ସହ କାଶ୍ମୀରରେ ଚାଲିଥିବା ଆନ୍ଦୋଳନରେ ତାକୁ ବ୍ୟବହାର କରୁଥିବା ସ୍ୱୀକାର କରିଥିଲେ । ଏଥିସହ ପାକିସ୍ତାନ ସେନା ଅଧିକାରୀଙ୍କ ସହାୟତାରେ ଲସ୍କର-ଇ-ତୋଇବା ମୁଖ୍ୟ ହାଫିଜ ସୟିଦ ସହିତ ତାଙ୍କର ସମ୍ପର୍କ ରହିଥିବା ମଧ୍ୟ ସେ ମାନିଥିଲେ ।
Comments are closed, but trackbacks and pingbacks are open.