ଆସୁଛନ୍ତି ରାଷ୍ଟ୍ରପତି:ସୁରକ୍ଷାରେ ୫୦ ପ୍ଲାଟୁନ୍ ଫୋର୍ସ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତା ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଖୋର୍ଦ୍ଧା ଓ ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେବେ । ଏଥିପାଇଁ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ସୁରକ୍ଷା ପ୍ରସ୍ତୁତି ଲାଗି ଡିଜିପି ଡ. ସତ୍ୟଜିତ ମହାନ୍ତି ଆଜି ଏକ ବୈଠକ ଡାକିଥିଲେ । ରାଷ୍ଟ୍ରପତିଙ୍କ ସୁରକ୍ଷା ଦିଗରେ ୫୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ନିୟୋଜିତ ହେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
ସୁରକ୍ଷା ତଦାରଖ ଲାଗି ୩ ଡିସିପି, ୮ ଅତିରିକ୍ତ ଡିସିପି, ୧୫ ଏସିପି, ଖୋର୍ଦ୍ଧା ଏସ୍ପି, ଅତିରିକ୍ତ ଏସ୍ପି, ୧୦ ଡିଏସ୍ପି ନିୟୋଜିତ ହେବେ । ବିଶେଷ କରି ରାଷ୍ଟ୍ରପତିଙ୍କ ଗସ୍ତକାଳରେ ସହରରେ ଯେପରି ଟ୍ରାଫିକ୍ ବ୍ୟବସ୍ଥାରେ କୌଣସି ତ୍ରୁଟି ନରହେ ସେଥିପ୍ରତି ଦୃଷ୍ଟି ଦେବାକୁ ଡିଜିପି ଶ୍ରୀ ମହାନ୍ତି ନିଦେ୍ର୍ଧଶ ଦେଇଛନ୍ତି । ବ୍ଲୁ-ବୁକ୍ ନିୟମ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥାକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା ପରେ ମକ୍ଡ୍ରିଲ୍ କରାଯିବ ବୋଲି ଡିଜିପି ଶ୍ରୀ ମହାନ୍ତି କହିଛନ୍ତି ।
ଆସନ୍ତା ୭ ତାରିଖ ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ରାଜଭବନକୁ ନିଆଯିବ । ସେଠାରେ ସେ ରାତି୍ରି ଯାପନ କରିବେ । ୮ ତାରିଖ ଦିନ ସକାଳ ସେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବାୟୁସେନାର ହେଲିକପ୍ଟରରେ ଖୋର୍ଦ୍ଧା ଗୋଶାଳା ପଡ଼ିଆକୁ ଯିବେ । ଉକ୍ତ ପଡ଼ିଆରୁ ବରୁଣେଇ ଯାଇ ଏକ ସାଧାରଣ ସଭାରେ ଯୋଗଦେବେ । ସେଠାରେ ପ୍ରାୟ ଦେଢ଼ ଘଣ୍ଟା ରହିବେ । ତା’ପରେ ସେଠାରୁ ହେଲିକପ୍ଟର ଯୋଗେ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ତାଙ୍କୁ ଏସ୍କର୍ଟ କରାଯାଇ ଉକ୍ରଳ ବିଶ୍ୱ ବିଦ୍ୟାଳୟକୁ ନିଆଯିବ । ବିଶ୍ୱ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିରେ କିଛି ସମୟ ବିତାଇବେ । ଅପରାହ୍ଣ ୧.୪୫ରେ ରାଷ୍ଟ୍ରପତି ରାଜଭବନକୁ ଯିବେ । ସେଠାରେ ମଧ୍ୟାହ୍ନ ଭୋଜନ କରି ସନ୍ଧ୍ୟା ସାଢେ଼ ୫ଟାରେ ସେ ଦିଲ୍ଳୀ ଫେରିଯିବା କାର୍ଯ୍ୟକ୍ରମ ରହିଛି ।
ଏହି ୨ଦିନିଆ ଗସ୍ତ ସମୟରେ ଯେମିତି କିଛି ଅଘଟଣ ନ ଘଟେ ସେ ନେଇ ଡିଜିପି ସବୁ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । କମିଶନରେଟ୍ ପୁଲିସ୍ରେ ଥିବା ଡିଜିପିଙ୍କ କ୍ୟାମ୍ପ ଅଫିସ୍ରେ ଅନୁÂିତ ଏହି ସୁରକ୍ଷା ବୈଠକରେ ଏଡିଜି ଭି. ମିଶ୍ର, ଏଡିଜି ଆର.ପି କୋଚେ, ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ, କମିଶନର ଡ.ସୁଧାଂଶୁ ଷଡଙ୍ଗୀ, ଆଇଜି ଏସ୍ ପ୍ରିୟଦର୍ଶୀ, ଗୁଇନ୍ଦା ନିଦେ୍ର୍ଧଶକ ଆର.କେ ଶର୍ମା, ଆଇଜି ଅମିତାଭ ଠାକୁର, ଡିଆଇଜି ଆଶିଷ ସିଂହ, ଡିସିପି ଅନୁପ ସାହୁ, ଖୋର୍ଦ୍ଧା ଏସ୍ପି ଅଜୟ ପ୍ରତାପ ସ୍ୱାଇଁ, ଡିଏସ୍ପି ଅତନୁ ରାଉତ, ଏୟାରପୋର୍ଟ ଓ ସିଆଇଏସ୍ଏଫ୍ର ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons