ଆସୁଛି ନୂଆ ଶିକ୍ଷା ନୀତିଟ୍ଟଖର୍ଚ୍ଚ ହେବ ୯୯,୩୦୦କୋଟି

Get real time updates directly on you device, subscribe now.

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ୨୦୨୦-୨୧ରେ ଶିକ୍ଷା କ୍ଷେତ୍ର ନିମନ୍ତେ ୯୯,୩୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ସେହିଭଳି ଦକ୍ଷତା ବିକାଶ ପାଇଁ ୩,୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଖୁବ୍ଶୀଘ୍ର ଏକ ନୂଆ ଶିକ୍ଷା ନୀତି ଆସିବ ଏବଂ ଏହାକୁ ନେଇ ସରକାର ୨ ଲକ୍ଷରୁ ଊଦ୍ଧ୍ୱର୍ ପରାମର୍ଶ ଗ୍ରହଣ କରିଥିବା ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ଶିକ୍ଷା କ୍ଷେତ୍ରରେ ବାହ୍ୟ ଋଣ ତଥା ଏଫ୍ଡିଆଇ ଆକୃଷ୍ଟ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସୀତାରମଣ ପ୍ରକାଶ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଯୁବ ଇଞ୍ଜିନିୟରମାନଙ୍କୁ ଇଣ୍ଟର୍ଣ୍ଣସିପ୍ ସୁଯୋଗ ଦେବା ପାଇଁ ସହରାଞ୍ଚଳର ସ୍ଥାନୀୟ ସଂସ୍ଥାଗୁଡିକ ନିମନ୍ତେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିବା ଲାଗି ସରକାର ଯୋଜନା କରିଛନ୍ତି ।
ଜାତୀୟ ପୋଲିସ ବିଶ୍ୱବିଦ୍ୟାଳୟ ଏବଂ ଜାତୀୟ ଫୋରେନ୍ସିକ୍ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ପ୍ରସ୍ତାବ ରଖାଯାଇଛି । ଶ୍ରେÂ ୧୦୦ ଶିକ୍ଷାନୁÂାନ ଦ୍ୱାରା ଡିଗ୍ରୀ ସ୍ତରୀୟ ପୂର୍ଣ୍ଣ ବିକଶିତ ଅନ୍ଲାଇନ୍ ଶିକ୍ଷା ପ୍ରୋଗ୍ରାମ୍ ବ୍ୟବସ୍ଥା କରାଯିବ । ସମାଜର ନିମ୍ନ ବର୍ଗରେ ଥିବା ଛାତ୍ରଛାତ୍ରୀ, ଯେଉଁମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ରହୁଛନ୍ତି ସେମାନଙ୍କ ପାଇଁ ଏହା ସହାୟକ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ପିପିପି ମୋଡ୍ରେ ସମସ୍ତ ଜିଲ୍ଲା ହସ୍ପିଟାଲ ସହ ମେଡିକାଲ କଲେଜ୍ ସଂଯୁକ୍ତ କରିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି । ଡାକ୍ତର ଅଭାବ ସମସ୍ୟାକୁ ଦୂର କରିବା ପାଇଁ ଏହି ଯୋଜନା କରାଯାଇଛି ।
ଶିକ୍ଷକ, ନର୍ସ, ପାରା ମେଡିକାଲ ଷ୍ଟାଫମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ରିଜ୍ କୋର୍ସ ଡିଜାଇନ୍ ହେବ । ଏହାଦ୍ୱାରା ସେମାନଙ୍କ ଦକ୍ଷତା ବିକାଶ ହେବ । ସ୍ୱାସ୍ଥ୍ୟ ଏବଂ ଦକ୍ଷତାବିକାଶ ମନ୍ତ୍ରାଳୟ ଏହାର ରୂପରେଖ ପ୍ରସ୍ତୁତ କରିବ । ସାଧାରଣ ଷ୍ଟ୍ରିମ୍ ନେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ବଢ଼ାଇବା ପାଇଁ ମଧ୍ୟ ବଜେଟ୍ରେ ବନେ୍ଦାବସ୍ଥ କରାଯାଇଛି । ଏଥିପାଇଁ ୧୫୦ ଉଚ୍ଚ ଶିକ୍ଷାନୁÂାନ ୨୦୨୧ ମାର୍ଚ୍ଚ ସୁଦ୍ଧା ପ୍ରଶିକ୍ଷଣ ଏବଂ ଡିଗ୍ରୀ, ଡିପ୍ଲୋମା କୋର୍ସ ପ୍ରଦାନ କରିବେ ।
ଷ୍ଟଡି ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଏକ ଇଣ୍ଡ୍-ସ୍ୟାଟ୍ ପରୀକ୍ଷା ହେବ । ଏସିଆ ଏବଂ ଆଫ୍ରିକୀୟ ରାଷ୍ଟ୍ରଗୁଡିକରେ ଏହି ପରୀକ୍ଷା ହେବ । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ଭାରତର ଉଚ୍ଚ ଶିକ୍ଷାନୁÂାନରେ ପଢ଼ିବା ପାଇଁ ବୃତ୍ତି ପ୍ରଦାନ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons