ଲଣ୍ଡନ୍: ଆସନ୍ତା ମାସ ୧ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ଐତିହାସିକ ଆସେସ୍ର ୭୧ତମ ସଂସ୍କରଣ । ପ୍ରତି ଦୁଇ ବର୍ଷରେ ଥରେ ଆୟୋଜିତ ହୋଇ ଆସୁଥିବା ଏହି ସର୍ବ ପୁରାତନ ଟେଷ୍ଟ ସିରିଜ୍କୁ ଏଥର ଇଂଲଣ୍ଡ ଆୟୋଜନ କରିବ । ବୁଧବାର ଦିନ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ଟକ୍କର ଦେବାକୁ ଘରୋଇ ଦଳ ଏଜବାଷ୍ଟନ ଗ୍ରାଉଣ୍ଡ୍କୁ ଓହ୍ଲାଇବ । ୧୩୭ବର୍ଷ ଧରି ଖେଳାଯାଉଥିବା ଏହି ଟେଷ୍ଟ ସିରିଜ୍ର କିଛି ସ୍ମରଣୀୟ ପ୍ରଦର୍ଶନ ଓ ରେକର୍ଡକୁ ଉପସ୍ଥାପନ କରୁଛୁ ।
୧୮୮୨-୮୩ ସିଜିନ୍ରେ ଆରମ୍ଭ ହୋଇଥିଲା ଆସେସ । ଅଷ୍ଟ୍ରେଲିଆ ଏହି ସିରିଜ୍ ଆୟୋଜନ କରିଥିଲା । ପ୍ରଥମ ସଂସ୍କରଣରେ ମୋଟ ୩ଟି ଟେଷ୍ଟ ଖେଳାଯାଇଥିଲା । ଏଥିରେ ଇଂଲଣ୍ଡ ୨-୧ରେ ସିରିଜ୍ ବିଜୟ ହାସଲ କରିଥିଲା ।
ଉଭୟ ଦେଶ ମଧ୍ୟରେ ଇତି ମଧ୍ୟରେ ଖେଳା ଯାଇଛି ମୋଟ୍ ୭୦ଟି ସିରିଜ୍ । ଏଥିରୁ ଅଷ୍ଟ୍ରେଲିଆ ୩୩ଟି ସିରିଜ୍ ବିଜୟୀ ହୋଇଥିବାବେଳେ ଇଂଲଣ୍ଡ ୩୨ଟି ସିରିଜ୍ରେ ବିଜୟ ହାସଲ କରିଛି । ଅନ୍ୟ ୫ଟି ସିରିଜ୍ ଡ୍ର’ ରହିଛି ।
୭୦ଟି ସିରିଜ୍ ମଧ୍ୟରୁ ଉଭୟ ଦେଶ ୩୫ଟି ଲେଖାଏଁ ସିରିଜ୍ ଆୟୋଜନ କରିଛନ୍ତି । ଅଷ୍ଟ୍ରେଲିଆ ଆୟୋଜନ କରିଥିବା ୩୫ଟି ସିରିଜ୍ରୁ ୧୯ଟି ସିରିଜ୍ ଜିତିଥିବାବେଳେ ଇଂଲଣ୍ଡ ୧୪ଟି ସିରିଜ୍ ଜିତିଛି । ୨ଟି ସିରିଜ୍ ଡ୍ର’ ରହିଛି ।
ସେହିପରି ଇଂଲଣ୍ଡ ଆୟୋଜନ କରିଥିବା ୩୫ଟି ସିରିଜ୍ ମଧ୍ୟରୁ ୧୮ଟି ସିରିଜ୍ ଜିତିଥିବାବେଳେ ଅଷ୍ଟ୍ରେଲିଆ ୧୪ଟି ସିରିଜ୍ ଜିତିଛି । ୩ଟି ସିରିଜ୍ ଡ୍ର’ ରହିଛି ।
୭୦ ଟି ସିରିଜ୍ ମଧ୍ୟରେ ମୋଟ ୩୩୦ଟି ଟେଷ୍ଟ ଖେଳାଯାଇଛି । ଏଥିରୁ ଅଷ୍ଟ୍ରେଲିଆ ମୋଟ ୧୩୪ଟି ଟେଷ୍ଟ ଜିତିଥିବାବେଳେ ଇଂଲଣ୍ଡ ୧୦୬ଟି ଟେଷ୍ଟ ଜିତିଛି । ମୋଟ ୯୦ଟି ଟେଷ୍ଟ ଡ୍ର’ରେ ଶେଷ ହୋଇଛି ।
ଅଷ୍ଟ୍ରେଲିଆ ଆୟୋଜନ କରିଥିବା ୩୫ଟି ଆସେସ ସିରିଜ୍ରେ ଖେଳାଯାଇଛି ମୋଟ ୧୬୭ଟି ଟେଷ୍ଟ । ଏଥିରୁ ଅଷ୍ଟ୍ରେଲିଆ ୮୬ଟି ଟେଷ୍ଟ ଜିତିଥିବାବେଳେ ଇଂଲଣ୍ଡ ୫୬ଟି ଟେଷ୍ଟ ଜିତିଛି । ୨୫ଟି ଟେଷ୍ଟ ଡ୍ର’ରେ ଶେଷ ହୋଇଛି ।
ଇଂଲଣ୍ଡରେ ୩୫ଟି ସିରିଜ୍ରୁ ମୋଟ ୧୬୩ଟି ଟେଷ୍ଟ ଖେଳାଯାଇଛି । ଏଥିରୁ ଅଷ୍ଟ୍ରେଲିଆ ୪୮ଟି ଟେଷ୍ଟ ଜିତିଥିବାବେଳେ ଇଂଲଣ୍ଡ ୫୦ଟି ଟେଷ୍ଟ ଜିତିଛି । ଅନ୍ୟ ୬୫ଟି ଟେଷ୍ଟ ଡ୍ର’ ରହିଛି ।
୧୯୨୦/୨୧ରେ ଅନୁଷ୍ଠିତ ଆସେସରେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ୫-୦ରେ ସିରିଜ୍ ଜିତିଥିଲା । ଏହାପରେ ଅଷ୍ଟ୍ରେଲିଆ ୨୦୦୬/୦୭ ଓ ୨୦୧୩/୧୪ରେ ସିରିଜ୍ ମୂଳପୋଛ(୫-୦ରେ) କରିଥିଲା ।
୧୯୭୮/୭୯ ଆସେସ ସିରିଜ୍ରେ ଇଂଲଣ୍ଡ ୫ଟି ଟେଷ୍ଟ ଜିତିଥିଲା । ହେଲେ ସେହିବର୍ଷ ୬ମ୍ୟାଚ୍ ବିଶିଷ୍ଟ ସିରିଜ୍ ଆୟୋଜନ କରାଯାଇଥିଲା । ଅଷ୍ଟ୍ରେଲିଆ ଗୋଟିଏ ଟେଷ୍ଟ ଜିତିଥିଲା ।
ଇଂଲଣ୍ଡ ୧୮୮୨/୮୩ରୁ ୧୮୯୦ ମଧ୍ୟରେ କ୍ରମାଗତ ୮ଥର ଆସେସ ଟାଇଟଲ ବଜାୟ ରଖିଥିଲା । ସେହିପରି ଅଷ୍ଟ୍ରେଲିଆ ୧୯୮୯ରୁ ୨୦୦୨/୦୩ ମଧ୍ୟରେ କ୍ରମାଗତ ୮ଟି ଆସେସ ଚାମ୍ପିଅନ୍ ହୋଇଥିଲା ।
Comments are closed, but trackbacks and pingbacks are open.