ଆସ୍ଥା ଭୋଟ ପାଇଁ ପ୍ରସ୍ତୁତ: ୟେଦୁରପ୍ପା

Get real time updates directly on you device, subscribe now.

ବିଧାନସଭାରେ ଆସ୍ଥା ଭୋଟ ଲୋଡିବାକୁ କୁମାରସ୍ୱାମୀ ବାଚସ୍ପତିଙ୍କୁ ଅନୁରୋଧ କରିବା ସହ ବିଜେପି ଏଥିପାଇଁ ପ୍ରସ୍ତୁତ କି ବୋଲି ଚାଲେଞ୍ଜ କରିଥିଲେ । ଆଜି ତାଙ୍କର ଚାଲେଞ୍ଜକୁ ଗ୍ରହଣ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ବି.ଏସ. ୟେଦୁରପ୍ପା । ସେ କହିଛନ୍ତି ବିଧାନସଭାରେ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ଲାଗି ବିଜେପି ପ୍ରସ୍ତୁତ । ଅନାସ୍ଥା ପ୍ରସ୍ତାବ ଅଣାଗଲେ ଆମର କୌଣସି ଆପତ୍ତି ନାହିଁ । ଆମେ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବୁ । ସୋମବାର ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବା ଲାଗି ଆମେ ପ୍ରସ୍ତୁତ ଅଛୁ । କୁମାରସ୍ୱାମୀ କହିଥିଲେ ଯେ ତାଙ୍କ ପାଖରେ ଯଦି ସଂଖ୍ୟା ନାହିଁ, ତେବେ ସେ କ୍ଷମତାରେ ରହିବାକୁ ଚାହୁଁନାହାନ୍ତି । ତାଙ୍କ ସପକ୍ଷରେ ସମର୍ଥନ ଥିବାରୁ ସେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଚାହୁଁଛନ୍ତି । ସେଥିପାଇଁ ବାଚସ୍ପତିଙ୍କୁ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ କରିବାକୁ କହିଛନ୍ତି । ତାଙ୍କର ଦୃଢ଼ ବିଶ୍ୱାସ ସେ ଆସ୍ଥା ଭୋଟରେ ନିଶ୍ଚିତ ବିଜୟ ହେବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons