ନୂଆଦିଲ୍ଲୀ: ନୋଟ୍ ବନ୍ଦୀ ପରେ ଲୋକମାନେ ବ୍ୟାଙ୍କ ଓ ଡାକଘରଗୁଡ଼ିକରେଅଚଳ ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍ ଜମା କରିଥିଲେ । ଏହି ସମୟରେଆୟ ବହିର୍ଭୂତ ନୋଟ୍ ଜମାକାରୀଙ୍କୁ ଚିହ୍ନଟ କରାଯାଇଥିଲା । ଏମାନଙ୍କ ମଧ୍ୟରୁଅନେକ ଜମାକାରୀଙ୍କ ନିକଟରେ ଏ ପର୍ଯ୍ୟନ୍ତ ଟିକସ ବିଭାଗ ପହଞ୍ଚିନାହିଁ । ଏବେ ଏମାନଙ୍କୁ ଠାବ କରିବା ପାଇଁ ପ୍ରକ୍ରିୟାଆରମ୍ଭ ହୋଇଯାଇଛି । ଏଥିପାଇଁଆୟକର ବିଭାଗ ପକ୍ଷରୁ ଟିକସ କମିଶନରମାନଙ୍କୁ ୧୭-ସୂତ୍ରୀ ବିଶିଷ୍ଟ ଚେକ୍ଲିଷ୍ଟ ଜାରି କରାଯାଇଛି । ଏହାକୁ ମାଧ୍ୟମ କରି ସେମାନେଆୟ ବହିର୍ଭୂତଅଚଳ ନୋଟ୍ ଜମାକାରୀଙ୍କ ନିକଟରେ ପହଞ୍ଚିବେ ବୋଲି ଜଣାପଡ଼ିଛି ।
ଉଲ୍ଲେଖଯୋଗ୍ୟ, ୨୦୧୬ରେ ସରକାର ନୋଟ୍ ବନ୍ଦୀ ଘୋଷଣା କରିବା ପରେ ଲୋକମାନେ ସେମାନଙ୍କୁ ପୁରୁଣା ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍ ବ୍ୟାଙ୍କଗୁଡ଼ିକରେ ଜମା କରିଥିଲେ । କିନ୍ତୁଅନେକ ଜମାକାରୀଅପ୍ରତ୍ୟାଶିତ ଭାବେ ନିଜଆୟ ତୁଳନାରେ ବିପୁଳଅଚଳ ନୋଟ୍ ଜମା କରିଥିଲେ । ତେଣୁ ସେମାନଙ୍କୁ ଠାବ କରି କାର୍ଯ୍ୟାନୁଷ୍ଠାନ ନେବା ଲାଗିଆୟକର ବିଭାଗ ନିଷ୍ପତ୍ତି ନେଇଛି ।
ପ୍ରଧାନ ମୁଖ୍ୟଆୟକର କମିଶନରଙ୍କ ଉଦ୍ଦେଶ୍ୟରେ ନିର୍ଦ୍ଦେଶନାମା ଜାରି କରି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) କହିଛି ଯେ ନୋଟ୍ ବନ୍ଦୀ ବେଳେଆୟ ବହିର୍ଭୂତଅଚଳ ନୋଟ୍ ଜମା କରିଥିବା ସମସ୍ତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରି ନଥିଲା । ସେତେବେଳେ ଲୋକଙ୍କୁ ସମସ୍ୟାରୁ ବାହାର କରିବା ଉପରେ ସରକାର ଗୁରୁତ୍ୱ ଦେଉଥିଲେ । ଫଳରେଅତ୍ୟଧିକଅଚଳ ନୋଟ୍ ଜମା କରିଥିବା ଲୋକମାନେ ବର୍ତ୍ତିଯାଇଥିଲେ । ଏବେ ସେମାନଙ୍କୁ ଧରିବା ପାଇଁ ପ୍ରକ୍ରିୟାଆରମ୍ଭ ହୋଇଯାଇଛି ।ଆୟ ଓ ଜମା ସମୀକ୍ଷା କରୁଥିବାଆସେସିଂଅଧିକାରୀଙ୍କ ପାଇଁଆୟକର ବିଭାଗ ଚେକ୍ଲିଷ୍ଟ ଜାରି କରିଛି ।
ସିବିଡିଟିର ଏଭଳି ସଦ୍ୟ ପଦକ୍ଷେପ ଟିକସ ଜାଲକୁ ପ୍ରଶସ୍ତ କରିବ ଏବଂଅଧିକରୁଅଧିକ ଲୋକ ଟିକସ ଜାଲକୁଆସିବେ ବୋଲିଆଶା କରାଯାଉଛି ।
ଟିକସଅଧିକାରୀମାନଙ୍କୁ ଜାରି କରାଯାଇଥିବା ସଦ୍ୟତମ ନିର୍ଦ୍ଦେଶନାମା ମୁତାବକ ୧୭ ସୂତ୍ରୀ ବିଶିଷ୍ଟ ଚେକ୍ଲିଷ୍ଟ ସୃଷ୍ଟି କରାଯାଇଛି । ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଏହାକୁ ବିଭାଗର ସର୍ଭରରେଅପ୍ଡେଟ୍ କରାଯିବ । ୨୦୧୬ ନଭେମ୍ବର ୯ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଜମା ହୋଇଥିବାଆୟବହିର୍ଭୂତ ନଗଦକୁ ଯାଞ୍ଚ କରାଯିବ । ଟିକସଦାତା ଯଦି ଏହି ଜମା ବାବଦରେ ଭୁଲ ତଥ୍ୟ ଦେଇଥାନ୍ତି, ତେବେ ସମ୍ପୃକ୍ତ ବ୍ୟାଙ୍କ ସହ ଯାଞ୍ଚ କରାଯାଇ ସାନି ଦର୍ଶାଯିବ ।
ଚେକ୍ଲିଷ୍ଟରେ ରହିଥିବା କେତେକଆବଶ୍ୟକତାକୁ ଟିକସଦାତା ପୂରଣ କରିଥିବା ନେଇ ସୁନିଶ୍ଚିତ କରାଯିବ । ରିଟର୍ଣ୍ଣ ଫାଇଲିଂଅନୁପାଳନ, ୨୦୧୬-୧୭ରେ ଟିକସଦାତାଙ୍କ ମୋଟଆୟ ଏବଂ ମୋଟଆୟଅନୁସାରେ ଜମା ହୋଇଥିବାଅଚଳ ନୋଟ୍ର ଭାଗ କେତେ, ତାହା ନେଇ ଦର୍ଶାଇବାକୁ ପଡ଼ିବ ।
Comments are closed, but trackbacks and pingbacks are open.