ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ : ପୂର୍ତ୍ତ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

Get real time updates directly on you device, subscribe now.

ପାଟଣାଗଡ଼,(ବି.ବି.ନୁ୍ୟଜ୍): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ପାତ୍ରଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ଚଢ଼ଉ କରିଛି । କିଶୋରଙ୍କୁ ଗିରଫ କରାଯାଇଥିବା ଜଣାପଡ଼ଛି । ପାଟଣାଗଡ଼ର ସ୍ଥାୟୀ ବାସିନ୍ଦା କିଶୋରଙ୍କ ପୈତୃକ ଘର, ତାଙ୍କ ଭାଇଙ୍କ ଘର, ସହରରେ ଥିବା ନୂଆଘର ଓ ତାଙ୍କ ଅଫିସ ଏଭଳି ୪ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଥିଲା । ଚଢ଼ଉ ପ୍ରାୟ ୮ଘଣ୍ଟା ଧରି ଚାଲିଥିବା ବେଳେ ତାଙ୍କର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ପରିମାଣ ପ୍ରାୟ ୮୭ ଲକ୍ଷ ୧୬ ହଜାର ୩୧୮ଟଙ୍କା ହେବ ବୋଲି ପ୍ରାଥମିକ ଆକଳନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons