ଇଂଲଣ୍ଡ ୮୫ରେ ଅଲ୍ ଆଉଟ୍

Get real time updates directly on you device, subscribe now.

ଲଣ୍ଡନ: ଘରୋଇ ଇଂଲଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ଐତିହାସିକ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡ୍ରେ ଆରମ୍ଭ ହୋଇଛି ୪ ଦିନିଆ ଟେଷ୍ଟ । ୧୦ ଦିନ ତଳେ ଦିନିକିଆ ବିଶ୍ୱକପ୍ ହାସଲ କରି ସର୍ବ ଶକ୍ତିମାନ ବୋଲାଉଥିବା ଇଂଲଣ୍ଡ ଏଠାରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୮୫ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଛି । ଏହାର ଜବାବରେ ଆୟର୍ଲାଣ୍ଡ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରି ୧୮ ଓଭର ଶେଷ ସୁଦ୍ଧା ୧ ୱିକେଟ୍ ହରାଇ ୪୫ ରନ୍ ସଂଗ୍ରହ କରିଛି । ଦଳ ପକ୍ଷରୁ ଓପନର ଜେମ୍ସ ମ୍ୟାକକଲମ୍ ୧୯ ଓ ଆଣ୍ଡି ବାଲବରାଇନ୍ ୫ ରନ ୍କରି ଅପରାଜିତ ରହିଛନ୍ତି ।
ଏହି ମ୍ୟାଚ୍ରେ ଟସ୍ ଜିତି ଘରୋଇ ଦଳ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଟେଷ୍ଟ ପଦାର୍ପଣ କରିଥିବା ଜାସନ ରୟଙ୍କ ସହ ରୋରି ବର୍ଣ୍ଣସ ପାଳି ଆରମ୍ଭ କରିଥିଲେ । ଆୟର୍ଲାଣ୍ଡ ପେସ୍ ବୋଲର ଟିମ୍ ମୁର୍ତାଘଙ୍କ ଘାତକ ସୁଇଂ ବୋଲିଂର ମୁକାବିଲା କରିବାରେ ଉଭୟ ବିଫଳ ହୋଇଥିଲେ । ଦଳୀୟ ସ୍କୋର ୮ ବେଳେ ବ୍ୟକ୍ତିଗତ ୫ ରନ୍ କରି ରୟ ପ୍ରଥମେ ଆଉଟ୍ ହୋଇଥିଲେ । ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍ ଜୋ ଡେନ୍ଲି ଅପରାଜିତ ବର୍ଣ୍ଣସଙ୍କ ସହ ଦଳୀୟ ସ୍କୋରକୁ ୩୬ରେ ପହଞ୍ଚାଇଥିଲେ । ୨୩ ରନ୍ କରିଥିବାବେଳେ ମାର୍କ ଆଡେୟାରଙ୍କ ବଲ୍ରେ ଡେନ୍ଲି ଆଉଟ୍ ହୋଇଥିଲେ । ଏହାପରେ ଆରମ୍ଭ ହୋଇ ଯାଇଥିଲା ବିପର୍ଯ୍ୟୟ । ଇଂଲଣ୍ଡ ଇନିଂସ ତାସ୍ ଘର ପରି ଭୁଷୁଡ଼ି ପଡ଼ିଥିଲା । ଆୟର୍ଲାଣ୍ଡ ବୋଲରଙ୍କ ଉଚିତ ମୁକାବିଲା କରିନପାରି ପରବର୍ତ୍ତୀ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ସହଳ ପାଭିଲିୟନ ଫେରିଥିଲେ । ବର୍ଣ୍ଣସ ୬ ରନ୍ କରିଥିବାବେଳେ ଅଧିନାୟକ ଜୋ ରୁଟ୍ ୨ ରନ କରିଥିଲେ । ଜନି ବେୟାରଷ୍ଟୋ, ମୋଇନ ଅଲି ଓ କ୍ରିସ୍ ୱକ୍ସ ଖାତା ଖୋଲି ପାରି ନଥିଲେ । ୪୩ ରନ୍ରେ ଘରୋଇ ଦଳ ୭ଟି ୱିକେଟ୍ ହରାଇ ସାରିଥିଲା । ଅନ୍ତିମ ଭାଗରେ ସାମ କୁରାନ ଓ ଓଲି ଷ୍ଟୋନ୍ ଦୁଇ ଅଙ୍କ ଛୁଇଁବାରେ ସଫଳ ହୋଇଥିଲେ । କୁରାନ ୧୮ ଓ ଷ୍ଟୋନ ୧୯ ରନ କରିଥିଲେ । ତଥାପି ଇଂଲଣ୍ଡ ୨୩.୪ ଓଭରରେ ୮୫ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଦଳର ୭ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ହୋଇଥିଲେ । ଆୟର୍ଲାଣ୍ଡ ପକ୍ଷରୁ ମୁର୍ତାଘ ମାତ୍ର ୧୩ ରନ୍ ପ୍ରଦାନ କରି ୫ଟି ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ଆଡେୟାର ୩ଟି ଓ ବଏଡ ର‌୍ୟାନ୍କିନ୍ ୨ଟି ୱିକେଟ୍ ନେଇଥିଲେ ।
ଆୟର୍ଲାଣ୍ଡ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭକ କରି ୩୨ ରନ୍ରେ ପ୍ରଥମ ୱିକେଟ୍ ହରାଇଥିଲା । ଓପନର ୱିଲିୟନ ପୋଟରଫିଲ୍ଡ ବ୍ୟକ୍ତିଗତ ୧୪ ରନ୍ କରିଥିବାବେଳେ କୁରାନଙ୍କ ବଲ୍ରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons