ଭୁବନେଶ୍ୱର,(ବି.ବି.ବୁ୍ୟରୋ):ଓଡ଼ିଶା ରାଜ୍ୟ ଇଏସ୍ଆଇ ଉପଭୋକ୍ତା ସଂଘ ପକ୍ଷରୁ ଚନ୍ଦ୍ରଶେଖରପୁରସ୍ଥିତ ଇଏସ୍ଆଇ ହସ୍ପିଟାଲ ରାଜ୍ୟସ୍ତରୀୟ ରକ୍ତଦାନ ଶିବିର ଅନୁÂିତ ହୋଇଯାଇଛି । ଏହାକୁ ରାଜ୍ୟ ଇଏସ୍ଆଇ ନିଦେ୍ର୍ଧଶକ ରମେଶ ଚନ୍ଦ୍ର ରାଉତ ଉଦ୍ଘାଟନ କରିଥିଲେ । କ୍ଷେତ୍ରୀୟ ଇଏସ୍ଆଇ ନିଦେ୍ର୍ଧଶକ ଏଲ୍. ଜମୀର, ହସ୍ପିଟାଲ ଅଧୀକ୍ଷକ ଡାକ୍ତର ଦିଲ୍ଲୀପ କୁମାର ସାହୁ, କ୍ଷେତ୍ରୀୟ ଇଏସ୍ଆଇ ବୋର୍ଡ ସଦସ୍ୟ ମଦନ ମୋହନ ଧଳ, ନାଲ୍କୋର ଡିଜିଏମ୍(କାର୍ମିକ) ମଣି ପ୍ରସାଦ ସାମଲ, ସମ୍ବିତ କୁମାର ପରିଡା ତଥା ହସ୍ପିଟାଲର ଡାକ୍ତର ଏବଂ ସଂଘର ଅଭୟ କୁମାର ଶତପଥୀ, ପ୍ରଶାନ୍ତ କୁମାର କର, ସୁଶାନ୍ତ କର, ନିରଞ୍ଜନ ନାୟକ, ଖଗେଶ୍ୱର ସ୍ୱାଇଁ, ଧରଣୀ ଧର ଜେନା, ପ୍ରତାପ ସାହୁ ଏବଂ ଲକ୍ଷ୍ମୀଧର ସ୍ୱାଇଁଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ବିଗତ ୩ ବର୍ଷ ଧରି ଏହି ଶିବିରର ଆୟୋଜନ କରାଯାଇ ରାଜ୍ୟ ବ୍ଲଡ୍ ବ୍ୟାଙ୍କ ମାଧ୍ୟମରେ ରକ୍ତ ସଂଗ୍ରହ କରାଯାଏ । ଚଳିତବର୍ଷ ୧୬୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ହସ୍ପିଟାଲର ଅଧୀକ୍ଷକ ଡାକ୍ତର ଦିଲ୍ଲୀପ କୁମାର ସାହୁ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.