କରୋନା ଭାଇରସ୍ ସଂକ୍ରମଣର ନୂଆ ଉପôତ୍ତିସ୍ଥଳ ପାଲଟିଛି ଇଟାଲୀ । ଇଟାଲୀରେ ଏପର୍ଯ୍ୟନ୍ତ ୫୩, ୫୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିଲା ବେଳେ ମୃତୁ୍ୟସଂଖ୍ୟା ୪,୮୦୦ ଅତିକ୍ରମ କରିସାରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗତ ଏକ ସପ୍ତାହ ଭିତରେ ଦେଶରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଦୁଇଗୁଣରେ ପହଞ୍ଚôଛି । ଗତ ଶନିବାର କେବଳ ଗୋଟିଏ ଦିନରେ ୭୯୩ ଜଣଙ୍କର ମୃତୁ୍ୟ ଘଟିଛି । ଯାହାକି ଦିନକ ଭିତରେ ସର୍ବାଧିକ ମୃତୁ୍ୟ ବୋଲି କୁହାଯାଉଛି । ମୃତୁ୍ୟ ସଂଖ୍ୟାରେ ଇଟାଲୀ ଚୀନ୍କୁ ଟପି ଯାଇଥିଲା ବେଳେ କରୋନା ଭାଇରସ୍ର ନୂଆ ଉପôତ୍ତି କେନ୍ଦ୍ର ଭାବେ ପରିଗଣିତ ହୋଇଛି । ଚୀନ୍ରେ ୩, ୨୬୧ ଜଣଙ୍କର ମୃତୁ୍ୟ ଘଟିଛି ।
ଇଟାଲୀରେ ଦିନକୁ ଦିନ ବିଗିବାରେ ଲାଗିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ସେନାର ସହାୟତା ନେଇଛନ୍ତି । ଦେଶରେ କରୋନାର ମୁଖ୍ୟ ଉପôତ୍ତିସ୍ଥଳ ବୋଲି କୁହାଯାଉଥିବା ଲୋମ୍ବାର୍ଡି ସହରକୁ ସେନା ପଠାଯାଇଛି । ସେଠାରେ ପ୍ରାୟ ୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ଯାହାକି ଇଟାଲୀରେ ପ୍ରାଣ ହରାଇଥବା ଲୋକଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ । ଦେଶର ଅଧିକାଂଶ ଅଞ୍ଚଳକୁ ସମ୍ପୂର୍ଣ୍ଣ ଲକ୍ ଡାଉନ କରାଯାଇଛି । ସେନା ପକ୍ଷରୁ ବଳପୂର୍ବକ ଲକ୍ ଡାଉନକୁ କାର୍ଯ୍ୟକାରୀ କରାଯାଉଛି । ସେପଟେ ମୃତଦେହ ଗୁଡିକ ଚର୍ଚ୍ଚରେ ଗଦା ହେବାରେ ଲାଗିଛି । ଗତ ଶୁକ୍ରବାର ରାତିରେ ଇଟାଲୀ ସରକାର ଲକ୍ ଡାଉନକୁ କଡାକଡି କାର୍ଯ୍ୟକାରୀ କରିଥିଲେ । ପାର୍କ, ମୁ୍ୟଜିୟମ ଆଦି ବନ୍ଦ କରିବା ସହ ଜଗିଙ୍ଗ ସମେତ ସମସ୍ତ ପ୍ରକାର ବାହ୍ୟ କାର୍ଯ୍ୟକ୍ରମକୁ ରଦ୍ଧ କରିଦେଇଛନ୍ତି । ଶନିବାର ରାତିରେ ପ୍ରଧାନମନ୍ତ୍ରୀ ଜିଏସେପ୍ କୋଣ୍ଟେ ଆହୁରି କଟକଣା ଲାଗୁ ଘୋଷଣା କରିଛନ୍ତି । ସେ କହିଛନ୍ତି ଦେଶ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠାରୁ ବଡ ସଙ୍କଟ ଦେଇ ଗତି କରୁଛି । ଜରୁରୀ ଆବଶ୍ୟକ ନଥିବା ସମସ୍ତ କଳକାରଖାନା ଓ ଶିଳ୍ପସଂସ୍ଥାକୁ ବନ୍ଦ କରିଦିଆଯାଇଛି । ସରକାରଙ୍କ ତମାମ ପ୍ରୟାସ ସତ୍ତେ୍ୱ ସଂକ୍ରମଣ କମିବା ବଦଳରେ ବଢ଼ିବାରେ ଲାଗିଛି ।
ସବୁଠାରୁ ବଡକଥା ହେଉଛି ସରକାର ଜାରି କରିଥିବା ନିଦେ୍ର୍ଧଶାବଳୀକୁ ଲୋକମାନେ ଆଦୌ ଗ୍ରହଣ କରୁନାହାନ୍ତି । ଫଳରେ ଦେଶରେ ସଂକ୍ରମଣ ଓ ମୃତୁ୍ୟସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ସରକାର ପ୍ରାୟ ୫୦ ହଜାର ଲୋକଙ୍କୁ ଜରିମାନା କରିଛନ୍ତି । ସେମାନେ ନୀତି ନିୟମ ଉଲ୍ଳଂଘନ କରିବା ଓ କ୍ୱାରେଣ୍ଟାଇନ ଆଇନ ପାଳନ କରୁନ ଥିବାରୁ ଏଭଳି କାର୍ଯ୍ୟାନୁÂାନ ଗ୍ରହଣ କରାଯାଇଛି । ନିୟମ ଖିଲାପ କରିଥିବା ୫୧ ହଜାର ୮୯୨ ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସେହିଭଳି ଭୁଲ ତଥ୍ୟ ପ୍ରଦାନ କରିବା ଓ ଭୁଲ ଖବରର ପ୍ରସାର କରିବା ଅଭିଯୋଗରେ ପ୍ରାୟ ୧୨୦୦ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପ୍ରତି ଲୋକଙ୍କ ଉପରେ ୨୦୬ ୟୁରୋ (୧୬,୭୬୭ ଟଙ୍କା) ଜରିମାନା ଲଗାଯାଇଛି । ସେହିଭଳି ଏକ ଅନ୍ତିମ ଯାତ୍ରାରେ ସାମିଲ ୪୦ ଜଣଙ୍କ ଉପରେ ମଧ୍ୟ ଆଇନ ଉଲ୍ଲଂଘନ କରିଥିବାରୁ ଜରିମାନା ଲାଗୁ କରାଯାଇଛି ।
Comments are closed, but trackbacks and pingbacks are open.