ଫୁଲବାଣୀ, (ବି.ବି.ନୁ୍ୟଜ): କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଗଞ୍ଜୁଗୁଡ଼ା ପଞ୍ଚାୟତର ବଇଡ଼ା ଠାରେ ଇଡ୍କୋକୁ ଜମି ହସ୍ତାନ୍ତର ପାଇଁ ପ୍ରଶାସନ ପକ୍ଷରୁ ଚାଲିଥିବା ଉଦ୍ୟମକୁ ଗ୍ରାମବାସୀ ପ୍ରବଳ ବିରୋଧ କରିଛନ୍ତି । ରବିବାର ଶତାଧିକ ଅଞ୍ଚଳବାସୀ ବଇଡ଼ା ଠାରେ ଏକତ୍ରିତ ହୋଇ ବିଚାରବିମର୍ଶ ପରେ କୌଣସି ପରିସ୍ଥିତିରେ ମଧ୍ୟ ଏହି ଜମିକୁ ଛଡ଼ାଯିବ ନାହିିଁ ବୋଲି ସଂକଳ୍ପ ନେଇଛନ୍ତି । ଇଡ୍କୋ ଆଳରେ ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁÂାନକୁ ଏହି ଜମି ଦେବାକୁ ପ୍ରଶାସନ ଚକ୍ରାନ୍ତ କରିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।
ବଇଡ଼ା ମୌଜାର ପ୍ଲଟ୍ ନମ୍ବର- ୫୧ରେ ଥିବା ୨.୪୯୪ ହେକ୍ଟର ଗୋଚର ଜମିକୁ କିସମ ପରିବର୍ତ୍ତନ କରି ପତିତରେ ରୂପାନ୍ତରିତ କରିବା ପାଇଁ ନୋଟିସ୍ ଜାରି କରିଛି କନ୍ଧମାଳ ଜିଲ୍ଲା ପ୍ରଶାସନ । ଏହି ଜମିକୁ ନିକଟସ୍ଥ ଗ୍ରାମବାସୀ ଗୋରୁ ଚରାଇବା ସହ ଆଦିବାସୀଙ୍କ ବିଭିନ୍ନ ପୂଜାର୍ଚ୍ଚନା କାମରେ ବ୍ୟବହାର କରି ଆସୁଛନ୍ତି । ଦିନକୁ ଦିନ ଜାଗା ଅଭାବ ପଡୁଥିବା ବେଳେ ପ୍ରଶାସନ କିଭଳି ଗ୍ରାମବାସୀଙ୍କ କାମରେ ଲାଗୁଥିବା ଜମିକୁ ଛଡାଇ ନେବାକୁ ବସିଛି ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି । ଗୋଟିଏ ପଟେ ପ୍ରଶାସନ ପକ୍ଷରୁ ଜାରି କରଯାଇଥିବା ନୋଟିସ୍ରେ ଏହି ଜାଗାକୁ ଶିଳ୍ପାନୁÂାନ ସ୍ଥାପନ ପାଇଁ ଇଡ୍କୋକୁ ଦିଆଯିବ ବୋଲି କୁହାଯାଉଥିବା ବେଳେ ପ୍ରକୃତପକ୍ଷେ ଜିଲ୍ଲା ପ୍ରଶାସନ ଏହି ଜମିକୁ ଏକ ଶିକ୍ଷାନୁÂାନ ସ୍ଥାପନ ପାଇଁ ଭୁବନେଶ୍ୱରର ଏକ ସଂସ୍ଥାକୁ ହସ୍ତାନ୍ତର କରିବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ କରିଛନ୍ତି ଗାଁ ଲୋକ । ଏଠାରେ ସରକାରୀ ବିଦ୍ୟାଲୟ ଓ ଅନ୍ୟାନ୍ୟ ସରକାରୀ ଶିକ୍ଷାନୁÂାନ ରହିଥିବା ବେଳେ କୌଣସି ବେସରକାରୀ ଶିକ୍ଷାନୁÂାନ ସ୍ଥାପନର ଆବଶ୍ୟକତା ନାହିଁ ବୋଲି ମଧ୍ୟ ରବିବାରର ବୈକରେ ଅନେକ ଗ୍ରାମବାସୀ ମତ ଦେଇଛନ୍ତି ।
ସୂଚନାଯୋଗ୍ୟ, ଫୁଲବାଣୀ ସହର ଉପକଣ୍ଠରେ ରହିଥିବା ଶିଳ୍ପାଞ୍ଚଳରେ ଇଡ୍କୋକୁ ପ୍ରାୟ ଦଶ ଏକର ଜାଗା ଦିଆଯାଇଥିଲେ ବି ସେଠାରେ ଆଜିକା ଦିନରେ ଗୋଟିଏ ମଧ୍ୟ ଶିଳ୍ପାନୁÂାନ ସ୍ଥାପନ କରିବାରେ ଉକ୍ତ ସରକାରୀ ସଂସ୍ଥା ସଫଳ ହୋଇନାହିଁ । ଏଭଳି ପରିସ୍ଥିତିରେ ଇଡ୍କୋ ଅଧିକ ଜମି ନେଇ କେଉଁ ଶିଳ୍ପ ସ୍ଥାପନ କରିବ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ଏପରିକି ଉକ୍ତ ଅଞ୍ଚଳରେ ଶତାଧିକ ଜମି ଅନ୍ୟ ସଂସ୍ଥାମାନଙ୍କୁ ହସ୍ତାନ୍ତର ପାଇଁ ଯୋଜନା ଚାଲିଥିବା କିଛି ଗ୍ରାମବାସୀ ବୈଠକରେ ଅଭିଯୋଗ କରିଥିଲେ । ପ୍ରଶାସନର ଏହି ନିଷ୍ପତ୍ତିକୁ ବିରୋଧ କରି ଆନେ୍ଦାଳନ ଚାଲୁ ରଖିବା ପାଇଁ ରବିବାର ବୈଠକରେ ଏକ କମିଟି ଗଠନ କରାଯାଇଛି । ସଭାପତି ଭାବେ ଗଣପତି କହଁର ନିର୍ବାଚିତ ହୋଇଛନ୍ତି । ବିଶ୍ୱାମିତ୍ର ଦିଗାଲଙ୍କ ସମେତ ୫ ଉପ ସଭାପତି, ଗୋଲକ ବିହାରୀ କହଁର ସମ୍ପାଦକ, ଭାଗବତ ବିନ୍ଧାଣୀଙ୍କ ସମେତ ୪ ସମ୍ପାଦକ, ଭାଗୁରାମ କହଁର କୋଷାଧ୍ୟକ୍ଷ, ଛବିରାଣୀ କହଁର ଓ ସୁମତି କହଁରଙ୍କ ସମେତ ୪ ଉପଦେଷ୍ଟା ମନୋନୀତ ହୋଇଛନ୍ତି । ଯଦି ପ୍ରଶାସନ ତାର ନିଷ୍ପତ୍ତିରୁ ଓହରି ନ ଆସେ ତେବେ ଆନେ୍ଦାଳନକୁ ତୀବ୍ର କରାଯିବ ବୋଲି କମିଟି ସଦସ୍ୟମାନେ ପ୍ରକାଶ କରିଛନ୍ତି ।
ଅପରପକ୍ଷରେ ଏ ନେଇ ଫୁଲବାଣୀ ତହସିଲଦାର ଦିନମଣି ନାୟକ କହିଛନ୍ତି ଯେ- ସମ୍ପୃକ୍ତ ଅଞ୍ଚଳରେ ଆବଶ୍ୟକତା ଠାରୁ ଅଧିକ ଗୋଚର ଜମି ରହିଛି । ସେଠାରେ କୌଣସି ସରକାରୀ ସଂସ୍ଥାକୁ ଜମି ଦିଆଯିବାରେ କୌଣସି ଅସୁବିଧା ନାହିଁ । ଏଥିରେ ଗ୍ରାମବାସୀଙ୍କ କିଛି ଅସୁବିଧା ହେବନାହିଁ । ସେହିଭଳି ଇଡ୍କୋକୁ ଜମି ହସ୍ତାନ୍ତର ପରେ ସେମାନେ ଏହା କେଉଁ କାର୍ଯ୍ୟରେ ଲଗାଇବେ ବା କାହାକୁ ଦେବେ ତାହା ସେମାନଙ୍କ ନିଜସ୍ୱ ବ୍ୟାପାର ବୋଲି ସେ କହିବା ସାଙ୍ଗକୁ ଭୁବନେଶ୍ୱରର ଘରୋଇ ଶିକ୍ଷାନୁÂାନକୁ ଜମି ଦିଆଯିବା ନେଇ ଆମ ପାଖରେ କୌଣସି ସୂଚନା ନାହିଁ ବୋଲି ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.