ଇଡ୍କୋରେ ଇଆର୍ପି ସମୀକ୍ଷା କଲେ ଶିଳ୍ପମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶିଳ୍ପ, ଶକ୍ତି, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୋମବାର ଇଡ୍କୋଠାରେ ଉଦ୍ୟୋଗ ସଂସାଧନ ପ୍ଲାନିଂ (ଇଆର୍ପି)ର ସମୀକ୍ଷା କରିଛନ୍ତି । ଶିଳ୍ପ ଉନ୍ନୟନ ନିଗମ (ଇଡ୍କୋ) ଦ୍ୱାରା ଆଇଟି ଗୋ-ଆଇପାସ୍ରେ ଉଦ୍ୟୋଗୀମାନଙ୍କ ଆବେଦନର ଆବଣ୍ଟନ ବିଷୟରେ ଅବଗତ ପାଇଁ ଆରମ୍ଭ ହୋଇଥିବା ପ୍ରକ୍ରିୟାର ସମୀକ୍ଷା କରିଥିଲେ ।

ଇଡ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଧଶକ ସଞ୍ଜୟ କୁମାର ସିଂହ ଏହି ପ୍ରକ୍ରିୟା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ସବିଶେଷ ଅବଗତ କରାଇଥିଲେ । ଏହାଛଡ଼ା ଓଡ଼ିଶାର ଶିଳ୍ପ ବିକାଶ ଭିତ୍ତି ସରଞ୍ଚନା କାର୍ଯ୍ୟପ୍ରଣାଳି ବେଳେ ସରକାରଙ୍କ ୫‘ଟି’ର ଆଭିମୂଖ୍ୟ ପ୍ରତିପାଳନ ନେଇ ଯାଞ୍ଚ କରିଥିଲେ । ଇଡ୍କୋଠାରେ ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଥିବା ଇଲେକ୍ଟେ୍ରା ମେକାନିକାଲ୍ ମଲ୍ଟି ଲେଭେଲ କାର୍ ପାର୍କିଂ ସିଷ୍ଟମ (ବହୁତଳ କାର୍ ପାର୍କିଂ ବ୍ୟବସ୍ଥା)କୁ ବୁଲି ଦେଖିଥିଲେ ।

ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଇଡ୍କୋ ସିଜିଏମ୍ ଡ. ଗଣେଶ୍ୱର ଜେନା, ଡ. ଭକ୍ତକବି ଦାସ, ପ୍ରକଳ୍ପ ମୁଖ୍ୟ ଶାଶ୍ୱତ ପ;ନାୟକ, ସିଜିଏମ୍ କୁଶଧର ମହନ୍ତ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଜୟ କୁମାର ସ୍ୱାଇଁ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons