ଇଣ୍ଡିଆନ୍ ଏନର୍ଜି ଫୋରମ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର:ବିଶ୍ୱ ଉର୍ଜା ଦୃଶ୍ୟପଟ୍ଟରେ ଋଣନୈତିକ ଭୂମିକାରେ ଭାରତ
ଭୁବନେଶ୍ୱର, (ବି.ବି.ବୁ୍ୟରୋ): ସମ୍ପ୍ରତି ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ପର୍କ ଗଢିବାରେ ଉର୍ଜା ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ପାଲଟିଛି । ବିଶ୍ୱ ଉର୍ଜା ଦୃଶ୍ୟପଟ୍ଟରେ ଭାରତ ଏକ ମହତ୍ୱପୂର୍ଣ୍ଣ ଋଣନୈତିକ ଭୂମିକାରେ ଉଭା ହେଉଛି ବୋଲି ମଙ୍ଗଳବାର ନୂଆଦିଲ୍ଲୀଠାରେ ଆୟୋଜିତ ଇଣ୍ଡିଆନ୍ ଏନର୍ଜି ଫୋରମର ତୃତୀୟ ସଂସ୍କରଣରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ଦିନରେ ଭାରତ ଦାୟିତ୍ୱସମ୍ପନ୍ନ ଭାବେ ଦେଶରେ ଉପଲବ୍ଧ ଉପାଦାନକୁ ଉର୍ଜାରେ ରୂପାନ୍ତରିତ କରିବ ଯାହା ବିଶ୍ୱର ଉର୍ଜା ଜଗତକୁ ବହୁଳ ଭାବରେ ପ୍ରଭାବିତ କରିବ । ସେ କହିଛନ୍ତି ଯେ ୨୦୧୪-୧୫ରେ ଅକ୍ଷୟ ଉର୍ଜା ୧୦ଧ ଥିଲା, ଯାହା ଏବେ ୨୨ଧରେ ପହଞ୍ଚିଲାଣି । ସେହିପରି ଇଥାନଲ ବ୍ଲେଣ୍ଡିଂ ୨୦୧୨-୧୩ରେ ୦.୬୭ଧ ଥିବାବଳେ ଏବେ ଏହା ୬ଧକୁ ବୃଦ୍ଧି ହେଲାଣି ।
ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ରୂପାନ୍ତର କରିବାରେ ଉର୍ଜା କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିବ ବେଲି ସେ କହିଛନ୍ତି । ୨୦୩୦ ସୁଦ୍ଧା ଅକ୍ଷୟ ଉର୍ଜା କ୍ଷମତାକୁ ୪୫୦ ଗିଗାୱାଟ୍ ବୃଦ୍ଧି କରାଯିବ ଏବଂ ଏହାଦ୍ୱାରା ପରିବେଶ ସନ୍ତୁଳନ ଠିକ୍ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଆମେରିକା ଓ ଚୀନ୍ ପରେ ଭାରତ ବିଶ୍ୱର ତୃତୀୟ ବୃହତ ଉର୍ଜା ବ୍ୟବହାରକାରୀ ରାଷ୍ଟ୍ର । ଭାରତ ବିଶ୍ୱର ଷÂ ବୃହତ୍ ଅର୍ଥନୀତି ହୋଇଥିବା ବେଳେ ଉର୍ଜା ବ୍ୟବହାର କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛି । ଆଗାମୀ ଦିନରେ ଭାରତ ବିଶ୍ୱ ଉର୍ଜା ଚାହିଦା ପୂରଣରେ ମହତ୍ୱପୂର୍ଣ୍ଣ ଅବଦାନ ଦେବ ବୋଲି ସେ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ଟେକ୍ନୋଲୋଜି ମାଧ୍ୟମରେ କୋଇଲାକୁ ସ୍ୱଚ୍ଛ ସ୍ଥାୟୀ କରାଯାଇପାରୁଛି । ଓଡ଼ିଶାରେ ଏକ ସାର କାରଖାନା ସ୍ଥାପିତ କରାଯାଉଛି ଯାହା କୋଇଲାରୁ ଗ୍ୟାସ ପ୍ରସ୍ତୁତ ଟେକ୍ନୋଲୋଜିକୁ ଉପଯୋଗ କରିବାରେ ଦେଶରେ ପ୍ରଥମ ବୋଲି ସେ କହିଛନ୍ତି ।
Comments are closed, but trackbacks and pingbacks are open.