ଇତିଶ୍ ଛାତ୍ର କଂଗ୍ରେସରୁ ନିଲମ୍ବିତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଛାତ୍ରକଂଗ୍ରେସର ରାଜ୍ୟ ଆବାହକ ଇତିଶ୍ ପ୍ରଧାନଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଦଳରେ ରହି ବିଶୃଙ୍ଖଳା ସୃଷ୍ଟି କରୁଥିବାରୁ ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଗଲା ବୋଲି ଛାତ୍ରକଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ମୋଠା ରୋହିତ୍ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଗତ ୧୨ ତାରିଖରେ ଇତିଶ୍, କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପ;ନାୟକଙ୍କ ବିରୋଧରେ ବିଷୋଦଗାର କରିଥିଲେ । ନିରଞ୍ଜନ ଓ ତାଙ୍କ ସମ୍ପର୍କୀୟଙ୍କ ବିରୋଧରେ ବହୁ ଅଭିଯୋଗ ଆଣିବା ସହିତ ସେମାନଙ୍କ ପାଇଁ ଦଳ ୨୦୧୯ ନିର୍ବାଚନରେ ହାରିଲା ବୋଲି ଦାୟୀ କରିଥିଲେ । ଆଗାମୀ ଦିନରେ ନିରଞ୍ଜନଙ୍କୁ ରାଜ୍ୟରେ ପୂରାଇ ଦିଆଯିବନି ବୋଲି ଖୋଲାଖୋଲି ଭାବେ ଆହ୍ୱାନ ଦେଇଥିଲେ । ଏପରିକି ନିରଞ୍ଜନଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରାଯାଉ ବୋଲି ସାମ୍ବାଦିକ ସମ୍ମିଳନୀରେ ଇତିଶ୍ ଦାବି କରିଥିଲେ । ଏହି ଘଟଣା ପରେ ଓଡ଼ିଶା କଂଗ୍ରେସର ପ୍ରଭାରୀ ଜିତେନ୍ଦ୍ର ସିଂ କହିଥିଲେ, ଇତିଶ୍ ଗଣମାଧ୍ୟମରେ ଦଳୀୟ ନେତାଙ୍କ ବିଷୟରେ କହି ଶୃଙ୍ଖଳା ଭଙ୍ଗ କରିଛନ୍ତି । ସମସ୍ତ ବିଷୟରେ ଅବଗତ ହେବା ପରେ ଶୃଙ୍ଖଳାଗତ କାର୍ଯ୍ୟାନୁÂାନ ନିଆଯିବ ବୋଲି ଜିତେନ୍ଦ୍ର ଚେତାଇ ଦେଇଥିଲେ । ପରେ ଛାତ୍ରକଂଗ୍ରେସର ରାଷ୍ଟ୍ର୍ରୀୟ ପ୍ରଭାରୀ ରୁଚି ଗୁପ୍ତା ଓ ରାଷ୍ଟ୍ରୀୟ ସଭାପତି ନିରଜ କୁନ୍ଦନଙ୍କ ସହ ଆଲୋଚନା କରିଥିଲେ । ଗତକାଲି ଜିତେନ୍ଦ୍ର କାର୍ଯ୍ୟାନୁÂାନ ନିଆଯିବ ବୋଲି ନୂଆଦିଲ୍ଲୀରେ କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons