ଇନ୍‌ଟାଞ୍ଜିବଲ୍ କଲ୍‌ଚରାଲ୍ ହେରିଟେଜ୍ ତାଲିକାରେ ସାମିଲ ହେଲା ଓଡ଼ିଆ ପରମ୍ପରା

Get real time updates directly on you device, subscribe now.

ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଇନ୍‌ଟାଞ୍ଜିବଲ୍ କଲ୍‌ଚରାଲ୍ ହେରିଟେଜ୍ ତାଲିକାରେ ସାମିଲ ହେଲା ଓଡ଼ିଶାର ୩ଟି ସାଂସ୍କୃତିକ ପରମ୍ପରା।
ମାଣବସା ଗୁରୁବାର, ଛଉ ନୃତ୍ୟ ଓ ରାବଣ ଛାୟାକୁ ଇନ୍‌ଟାଞ୍ଜିବଲ୍ କଲ୍‌ଚରାଲ ହେରିଟେଜ୍ ତାଲିକାରେ ସାମିଲ କରିଛନ୍ତି ଭାରତ ସରକାର।ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏଥିଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟ୍ଟେଲଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଭାରତ ସରକାରଙ୍କ ଏହି ନିର୍ଣ୍ଣୟ ଓଡ଼ିଶାର ଅନନ୍ୟ, ଐତିହ୍ୟ ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons