‘ଇଫିଆନ୍ ଆଇଡଲ୍-୧୧’ର ବିଚାରକ

Get real time updates directly on you device, subscribe now.

‘ଇଫିଆନ୍ ଆଇଡଲ୍-୧୦’ର ସଫଳତା ପରେ ସୋନି ଟିଭିର ଲୋକପ୍ରିୟ ସିଙ୍ଗିଙ୍ଗ ରିଆଲିଟି ଶୋ’ର ନିର୍ମାତା ଏହାର ଆଉ ଏକ ସିଜନ୍ ସହ ପୁଣି ଥରେ ମଞ୍ଚକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି । ୧୦ମ ସଂସ୍କରଣର ବିଚାରକ ଥିଲେ ବିଶାଲ ଦଦଲାନି, ନେହା କକ୍କର ଓ ଅନୁ ମଲିକ । ପରେ ଅନୁ ମଲିକଙ୍କ ନାଁରେ ଯୌନ ଅସଦାଚରଣ ଅଭିଯୋଗ ହେବା ପରେ ବିଚାରକ ମଫଳୀରୁ ତାଙ୍କୁ ବାହାର କରିଦିଆଗଲା । ତାଙ୍କ ସ୍ଥାନରେ ଯୋଗ ଦେଇଥିଲେ ଜାବେଦ ଅଲି । ଏବେ ଶୁଣିବାକୁ ମିଳୁଛି ‘ଇଫିଆନ୍ ଆଇଡଲ୍-୧୧’କୁ କାଳେ ଅନୁ ମଲିକ ପୁଣି ଫେରିବେ ବିଚାରକ ଭାବେ । ବର୍ତ୍ତମାନର ବଡ଼ ଖବର ଏହି ଯେ ଆଉ ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ‘ଇଫିଆନ୍ ଆଇଡଲ୍’ର ଅପ୍କମିଙ୍ଗ ସିଜନ୍ରେ ଜଜ୍ ଲିଷ୍ଟରେ ସାମିଲ ହୋଇଛନ୍ତି । ସେ ହେଉଛନ୍ତି ନୀତି ମୋହନ । ଶୋ’ର ମେକର୍ ନୀତିଙ୍କୁ ଏ ନେଇ ପ୍ରସ୍ତାବ ଦେଇଛନ୍ତି ଏବଂ ସେ ଖୁସିରେ ଅଫର୍ଟିକୁ ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି । ଚୁକ୍ତିରେ ହସ୍ତାକ୍ଷର କରିଥିବା ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଶୋ’ର ମେକର୍ ବା ନୀତିଙ୍କ ପକ୍ଷରୁ ଏ ନେଇ କିଛି ସୂଚନା ମିଳିନାହିଁ । ‘ଇସ୍କ ୱାଲା ଲଭ୍’, ‘ଜିୟା ରେ’, ‘ତୁନେ ମାରି ଏଣ୍ଟ୍ରି’, ‘ତୁ ହି ତୁ’, ‘ବାୱରା ମନ୍’ ‘ନୈନୋୱାଲୋ ନେ’, ‘ଫାଷ୍ଟ କ୍ଲାସ୍’ ଆଦି ଅନେକ ହିଟ୍ ଗୀତ ବଲିଉଡ୍କୁ ଭେଟି ଦେଇଛନ୍ତି ନୀତି । ‘ଦ ଭଏସ୍ ଇଫିଆ କିଡ୍ସ’ ଓ ‘ରାଇଜିଂ ଷ୍ଟାର ୩’ ଭଳି ରିଆଲିଟି ଶୋ’ରେ ମଧ୍ୟ ସେ ବିଚାରକ ରହିଛନ୍ତି । ଚଳିତ ଫେବ୍ରୁଆରୀରେ ଅଭିନେତା ନିହାର ପାଫ୍ୟାଙ୍କୁ ନୀତି ବିବାହ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons