ଇବ୍ ନଦୀରେ ବୁଡ଼ିଗଲେ କାକା-ପୁତୁରା

Get real time updates directly on you device, subscribe now.

ଝାରସୁଗୁଡ଼ା, (ବି.ବି.ନୁ୍ୟଜ୍): ହୋଲି ଅବ୍ୟବହିତ ପୂର୍ବରୁ ଝାରସୁଗୁଡ଼ା ଇବ୍ ନଦୀରେ ଅଘଟଣ ଘଟିଛି । ବ୍ରଜରାଜନଗର ଲମଟିବାହାଲ ଅଞ୍ଚଳର ସନ୍ଦୀପ ମାହାତୋ (୪୦) ଓ ତାଙ୍କ ପୁତୁରା କେତନ (୧୩) ନଦୀରେ ଭାସିଯାଇଛନ୍ତି । ଝାରସୁଗୁଡ଼ା ଓଡ୍ରାଫ୍ ଦଳ ଖୋଜାଖୋଜି କରି ସନ୍ଦୀପଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ପୁତୁରା କେତନଙ୍କ ପତ୍ତା ମିଳିପାରିନାହିଁ ।
ସୂଚନାନୁଯାୟୀ ଆଜି ଅପରାହ୍ନରେ ସନ୍ଦୀପ ତାଙ୍କ ଦୁଇ ପୁତୁରା ଓ ଝିଆରୀଙ୍କୁ ନେଇ ଇବ୍ ନଦୀରେ ନିର୍ମାଣାଧୀନ ପୋଲ ନିକଟକୁ ଗାଧୋଇବାକୁ ଆସିଥିଲେ । ଗାଧୋଇବା ପୂର୍ବରୁ ସେମାନେ ଫୁଟ୍ବଲ୍ ଖେଳିଥିଲେ । ପୋଲ ନିର୍ମାଣ ଚାଲିଥିବାରୁ ହୁ୍ୟମ୍ ପାଇପ୍ରେ ନଦୀ ଜଳ ନିଷ୍ପାସନ କରାଯାଉଛି । ଫୁଟ୍ବଲ୍ଟି ନଦୀ ପାଣିରେ ପଡ଼ିଯାଇଥିଲା । ଏହାଦେଖି କେତନ ଫୁଟ୍ବଲ୍ ଆଣିବା ପାଇଁ ପାଣି ଭିତରକୁ ଡେଇଁ ପଡ଼ିଥିଲେ । ସେ ପହଁରା ଜାଣିନଥିବାରୁ ନଦୀ ପାଣିରେ ବୁଡ଼ିବା ସହ ଭାସିବାକୁ ଲାଗିଥିଲେ । କେତନଙ୍କୁ ବଞ୍ଚାଇବା ପାଇଁ କାକା ସନ୍ଦୀପ ନଦୀ ଭିତରକୁ ଡେଇଁଥିଲେ । ହେଲେ ସେ ମଧ୍ୟ ନଦୀ ସ୍ରୋତରେ କୁଆଡେ଼ ଭାସି ଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ଦୁଇଜଣ ପାଣିରେ ବୁଡୁଥିବା ଦେଖି ଉପସ୍ଥିତ ଜଣେ ଯୁବକ ବ୍ରଜରାଜନଗର ପୁଲିସ୍କୁ ସୂଚନା ଦେଇଥିଲେ । ତୁରନ୍ତ ବ୍ରଜରାଜନଗର ପୁଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଓଡ୍ରାଫ୍ ଦଳ ଘଟଣାସ୍ଥଳକୁ ପହଞ୍ଚô ନଦୀ ଗର୍ଭରେ ଖୋଜାଖୋଜି ଆରମ୍ଭ କରିଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ କାକା ସନ୍ଦୀପଙ୍କ ଶବ ଉଦ୍ଧାର ହୋଇଛି । ପୁତୁରା କେତନ ପାଣି ସ୍ରୋତରେ ଆଗକୁ ଚାଲିଯାଇଥିବା ସନେ୍ଦହ କରାଯାଉଛି ।
ଏ ମର୍ମନ୍ତୁଦ ଘଟଣାର ଖବର ପାଇ ବରଗଡ଼ ସାଂସଦ ସୁରେଶ ପୂଜାରୀ, ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, ପୂର୍ବ ନଗରପାଳ ନନ୍ଦକିଶୋର ଅଗ୍ରୱାଲ ଘଟଣାସ୍ଥଳରେ ପହଞ୍ଚô ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons