ଇମାମୀ କାଗଜ କଳରେ ଅଗ୍ନିକାଣ୍ଡ

Get real time updates directly on you device, subscribe now.

ରେମୁଣା,(ବି.ବି.ନୁ୍ୟଜ୍): ମଙ୍ଗଳବାର ପୂର୍ବାହ୍ଣରେ ବାଳଗୋପାଳପୁର ସ୍ଥିତ ଇମାମୀ ପେପର ମିଲ୍ରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଦୀର୍ଘ ୧୮ଘଣ୍ଟା ପରେ ନିଅାଁକୁ ଆୟତ୍ତ କରାଯାଇଥିଲା । ସୂଚନା ଅନୁସାରେ, ମଙ୍ଗଳବାର ସକାଳ ୧୧ଟାରେ ହଠାତ୍ ଇମାମୀ କାରାଖାନା ମଧ୍ୟରେ ଥିବା ପପ୍ ସିଟ୍ (କଞ୍ଚା ମାଲ) ୧ ନଂ ଗୋଦାମରୁ ପ୍ରବଳ ଧୂଅାଁ ବାହାରୁଥିବା କର୍ମଚାରୀମାନେ ଦେଖିଥିଲେ । ଗୋଦାମ ଘର ଚତୁଃପାଶ୍ୱର୍ରେ ଲାଗିଥିବା ଅଗ୍ନି ନିର୍ବାପକ ନିଅାଁ ଲିଭାଇବାକୁ ପର୍ଯ୍ୟାପ୍ତ ନ ଥଲା । ରେମୁଣା, ବାଲେଶ୍ୱର, ନୀଳଗିରି ଏବଂ ଇମାମୀର ୭ଟି ଦମକଳ ଦୀର୍ଘ ୧୮ଘଣ୍ଟା ପର୍ଯ୍ୟନ୍ତ ଚେଷ୍ଟା କରି ନିଅାଁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ଖବର ପାଇ ଉପଜିଲାପାଳ ନିଲୁ ମହାପାତ୍ର ଏବଂ ରେମୁଣା ତହସିଲଦାର ଚାର୍ଲସ ନାୟକ ଘଟଣା ସ୍ଥଳ ପରିଦର୍ଶନ କରିଥିିଲେ । ଅଘଟଣର ତଦନ୍ତ ନିଦେ୍ର୍ଧଶ ଦେଇଥିଲେ । ରେମୁଣା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଅଗ୍ନିକାଣ୍ଡରେ ଗୋଦାମ ଘରର ମଧ୍ୟଭାଗ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ବେଳେ ହାଇଡ୍ରା, ଜେସିବି ସାହାଯ୍ୟରେ ଗୋଦାମର ଚାରିପାଖରେ ଥିବା କାନ୍ଥକୁ ଭଙ୍ଗା ଯାଇ ଅର୍ଦ୍ଧଦଗ୍ଧ ପପ୍ ସିଟ୍ ବଣ୍ଡଲଗୁଡ଼ିକୁ ବାହାରକୁ ଅଣାଯାଇଥିଲା । ଏହି ଘଟଣାରେ କୌଣସି କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିନାହିଁ । କାରଖାନାର ବରିÂ ଅଧିକାରୀମାନେ ମଧ୍ୟ ନିଅାଁ ଲିଭା କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ଏହି କାର୍ଯ୍ୟରେ ବାଲେଶ୍ୱରରୁ ଏନ୍ଡିଆରଏଫ୍ ଟିମ ସହଯୋଗ କରିଥିଲେ । ଅଗ୍ନିକାଣ୍ଡ ଫଳରେ କାରଖାନାର ପ୍ରଭୂତ କ୍ଷତି ହୋଇଛି ବୋଲି ବରିÂ ଅଧିକାରୀ ମନୋଜ ପାଢୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons