ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦେଶର ଅଗ୍ରଣୀ ସମନ୍ୱିତ ଫେରୋ କ୍ରୋମ କମ୍ପାନି ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୟଜ୍ ଲିମିଟେଡ୍ (ଇମ୍ଫା) ପକ୍ଷରୁ ୫୮ତମ ପ୍ରତିÂା ଦିବସ ପାଳିତ ହୋଇଯାଇଛି । ଏ ଅବସରରେ କମ୍ପାନି ପକ୍ଷରୁ ବହୁ ଜନମଙ୍ଗଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉଲ୍ଲେଖନୀୟ ସେବା ପାଇଁ କର୍ମଚାରୀମାନଙ୍କୁ ବିଭିନ୍ନ ବର୍ଗରେ ଦୀର୍ଘ ଓ ସମର୍ପିତ ସେବା ପୁରସ୍କାର ପ୍ରଦାନ କରାଯାଇଥିଲା । ସିଏସ୍ଆର୍ କାର୍ଯ୍ୟକଳାପରେ କର୍ମଚାରୀ ସ୍ୱେଚ୍ଛାକୃତ କାର୍ଯ୍ୟକ୍ରମ ପାଇଁ ମଧ୍ୟ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହାଛଡ଼ା ଚୌଦ୍ୱାର ଓ ଥେରୁବାଲିଠାରେ ବାର୍ଷିକ କର୍ମଚାରୀ କ୍ରୀଡ଼ା ଉତ୍ସବ ଅନୁÂିତ ହୋଇଥିଲା । ଏ ଅବସରରେ ଇମ୍ଫା ପରିଚାଳନା ନିଦେ୍ର୍ଧଶକ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି, ଯଦିଓ ଆମେ ଏକ ପ୍ରାକୃତିକ ସମ୍ପଦ ପରିଚାଳିତ କମ୍ପାନି, ଆମ ପାଇଁ ମାନବ ସମ୍ବଳ ସବୁଠୁ ବଡ଼ ସମ୍ପତ୍ତି । ଏହା ନିଜ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ରହିବାକୁ ନୂଆ ଜ୍ଞାନକୌଶଳ ଓ ସୃଜନଶୀଳତା ବ୍ୟବହାରକୁ ଗୁରୁତ୍ୱାରୋପ କରୁଛି । ଇମ୍ଫା ପ୍ରତିÂା ଦିବସ ଅବସରରେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ , ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମାଜ ଓ ରାଜ୍ୟ ବ୍ଲଡ୍ ଟ୍ରାନ୍ସଫୁ୍ୟଜନ କାଉନ୍ସିଲ ସହଯୋଗରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ ହୋଇଥିଲା, ଯେଉଁଥିରେ ୩୪୯ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା ।
Comments are closed, but trackbacks and pingbacks are open.