ଇମ୍ରାନଙ୍କ ଆଣବିକ ଆକ୍ରମଣ ଧମକ

Get real time updates directly on you device, subscribe now.

ଇସ୍ଲାମାବାଦ: କାଶ୍ମୀର ପ୍ରସଙ୍ଗରେ ଭାରତକୁ ଆଣବିକ ଆକ୍ରମଣର ଧମକ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି ଯେ କାଶ୍ମୀର ପାଇଁ ପାକିସ୍ତାନ ଯେକୌଣସି ସ୍ତରକୁ ଯାଇପାରିବ । କାଶ୍ମୀର ପ୍ରସଙ୍ଗକୁ ସେ ଅନ୍ତର୍ଜାତୀୟ ମଞ୍ଚକୁ ଆଣିଥିବା ଦାବି କରିଛନ୍ତି । କହିଛନ୍ତି କାଶ୍ମୀର ପ୍ରସଙ୍ଗ ବିଷୟରେ ସେ ବିଶ୍ୱର ସବୁ ଦେଶ ନିକଟରେ ଜଣାଇଛନ୍ତି । ୧୯୬୫ ପରେ ଜାତିସଂଘ ନିରାପତ୍ତା ପରିଷଦରେ ପ୍ରଥମ କରି କାଶ୍ମୀର ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି । ବିଦେଶୀ ମିଡିଆରେ ମଧ୍ୟ କାଶ୍ମୀର ପ୍ରସଙ୍ଗ ଉଠାଯାଇଛି । ଆସନ୍ତା ସେପ୍ଟେମ୍ବର ୨୭ରେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ମଧ୍ୟ ସେ ଏହି ପ୍ରସଙ୍ଗ ଉଠାଇବେ । ସେ କ୍ଷମତାକୁ ଆସିବା ପରେ ଘୋଷଣା କରିଥିଲେ ସମସ୍ୟା ସମାଧାନ ଲାଗି ଭାରତ ପାଦେ ଆଗେଇଲେ ସେ ଦୁଇପାଦ ଆଗେଇବେ । କିନ୍ତୁ ସେ ଯେତେବେଳେ କାଶ୍ମୀର ପ୍ରସଙ୍ଗ କଥା ଉଠାଇଛନ୍ତି ଭାରତ ଆତଙ୍କବାଦର ଦ୍ୱାହୀ ଦେଇ ତାକୁ ଟାଳିବାକୁ ଉଦ୍ୟମ କରୁଛି । କାଶ୍ମୀରରୁ ୩୭୦ ଧାରା ଉଠାଇ ଦେଇ ମୋଦି ସରକାର ପଣ୍ଡିତ ଜବାହରଲାଲ ନେହରୁ କାଶ୍ମୀରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିରୁ ଦୂରେଇ ଯାଇଛନ୍ତି । ଏଭଳି କରି ମୋଦି ମସ୍ତବଡ ଭୁଲ କରିଦେଇଛନ୍ତି । କାଶ୍ମୀରବାସୀଙ୍କୁ ସ୍ୱାଧୀନତା ଦେବା ପାଇଁ ଏବେ ସୁଯୋଗ ଆସିଛି ବୋଲି ଇମ୍ରାନ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଓ ପାକିସ୍ତାନ ଆଣବିକ ଶକ୍ତିର ଅଧିକାରୀ । ଯଦି କାଶ୍ମୀରକୁ ନେଇ ଯୁଦ୍ଧ ଲାଗେ ତେବେ ସମଗ୍ର ବିଶ୍ୱ ଏଥିରେ ପ୍ରଭାବିତ ହେବ । ଯଦି ଆମ ଦୁଇଦେଶ ମଧ୍ୟରେ ଯୁଦ୍ଧ ଲାଗିବ ସେଥିପାଇଁ ବିଶ୍ୱ ଦାୟୀ ହେବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons