ଇମ୍ରାନ ମୁକ୍ତ ହେବ ପାକିସ୍ତାନ ! ଚାଲିଛି ମୌଲାନାଙ୍କ “ଆଜାଦୀ ମାର୍ଚ୍ଚ”

Get real time updates directly on you device, subscribe now.

ଲାହୋର: ଇମ୍ରାନ ଖାନ୍‌ଙ୍କୁ ପ୍ରଧାନମନ୍ତ୍ରୀ ଗାଦିରୁ ହଟାଇବା ପାଇଁ ପାକିସ୍ତାନରେ ରାଲି । ବିଭିନ୍ନ ଦଳର ଲୋକଙ୍କୁ ନେଇ ଏକ ବିଶାଳ ରାଲି ରାଜଧାନୀ ଇସ୍ଲାମାବାଦ ଅଭିମୁଖେ ଅଗ୍ରସର ହେଉଛି । ଏହାର ନେତୃତ୍ବ ନେଉଛନ୍ତି ସୁନ୍ନି ଧାର୍ମିକ ନେତା ଫଜଲୁର ରହମାନ ଓରଫ ମୌଲାନା ।
ଆନ୍ଦୋଳନକାରୀଙ୍କର ଏକ ମାତ୍ର ଦାବି ଇମ୍ରାନଙ୍କ ଇସ୍ତଫା । ପାକିସ୍ତାନରେ ଏହି ଶୋଭାଯାତ୍ରାର ନାମ ରଖାଯାଇଛି “ଆଜାଦୀ ମାର୍ଚ୍ଚ”ଜମିୟତ ଉଲେମା -ଏ-ଇସ୍ଲାମ-ଫଜଲ୍‌(JUI-F) ନେତା ଫଜଲୁର ରହମାନଙ୍କ ହଜାର ହଜାର ସଂଖ୍ୟାରେ ଇସ୍ଲାମାବାଦ ଅଭିମୁଖେ ପଦଯାତ୍ରା କରୁଛନ୍ତି ।
ଏହି ଯାତ୍ରା ଖୈବର ପଖତୁନ୍‌ୱା, ରାୱଲପିଣ୍ଡି, ପେଶାୱର ହୋଇ ୩୧ ଅକ୍ଟୋବରରେ ଇସ୍ଲାମାବାଦ ପହଞ୍ଚିବ । ଫଜଲୁରଙ୍କ “ଆଜାଦୀ ମାର୍ଚ୍ଚ”କୁ ବିରୋଧୀ ଦଳମାନେ ମଧ୍ୟ ସମର୍ଥନ କରୁଛନ୍ତି । ଇମ୍‌ରାନଙ୍କ ରାଜନୈତିକ କ୍ୟାରିୟର ପାଇଁ ଅକ୍ଟୋବର ୩୧ର ଏହି ସମାବେଶ ଅଧିକ ଗୁରୁତ୍ବପୂର୍ଣ୍ଣ । ମୌଲାନାଙ୍କ “ଆଜାଦୀ ମାର୍ଚ୍ଚ”କୁ ନେଇ ଶଙ୍କାରେ ଅଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons