ନ୍ୟୁୟର୍କ : ଇରାନର ରାଷ୍ଟ୍ରପତି ହସନ ରୁହାନିଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଭେଟିଛନ୍ତି । ଏହି ସମୟରେ ଦୁଇ ଦେଶର ପ୍ରତିନିଧି ମଣ୍ଡଳ ଉପସ୍ଥିତ ଥିଲେ । ଆତଙ୍କବାଦ ଓ ବ୍ୟାପର ସହ ଦୁଇ ଦେଶଙ୍କ ମଧ୍ୟରେ ଅନେକ ଆଲୋଚନା ହୋଇଥିଲା । ଆମେରିକା ଦ୍ୱାରା ଇରାନ୍ ଉପରେ ପ୍ରତିବନ୍ଧକ ଲଗାଯିବା ସତ୍ତ୍ୱେ ଏହି ବୈଠକ ଅନୁଷ୍ଠିତ ହୋଇଛି ।
ପ୍ରଧାନମନ୍ତ୍ରୀ ମୋଦୀ ସାଇପ୍ରସର ରାଷ୍ଟ୍ରପତି ନିରୋସ ଅନାସ୍ତାସୀଦେସ ଓ ଗ୍ରୀସ ପ୍ରଧାନମନ୍ତ୍ରୀ କ୍ୟାରିକୋସ ମିସ୍ତଟାକିସ୍ଙ୍କୁ ଭେଟିବେ ।
ଶୁକ୍ରବାରରରେ ମୋଦୀ ଜାତିସଂଘର ମହାସଭାକୁ ସମ୍ବୋଧିତ କରିବେ । ସେପ୍ଟେମ୍ବର ୨୧ ତାରିଖରୁ ମୋଦୀ ଆମେରିକା ଗସ୍ତରେ ଅଛନ୍ତି । ପ୍ରଥମେ ହ୍ୟୁଷ୍ଟନରେ ହାଓଡି ମୋଦୀ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାପରଠାରୁ ମୋଦୀ ନ୍ୟୁୟର୍କ ଆସିବା ସହ ବିଭିନ୍ନ ଦେଶର ନେତାଙ୍କ ସହ ବୈଠକ କରୁଛନ୍ତି ।
Comments are closed, but trackbacks and pingbacks are open.