ଇସ୍ପାତ ଶିଳ୍ପ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବୈଠକ , ଶିଳ୍ପକୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ):ଇସ୍ପାତ ଶିଳ୍ପକୁ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିିଛନ୍ତି । ୫ ଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତ ସାରି ଫେରିବା ପରେ ଶୁକ୍ରବାର ନୂଆଦିଲ୍ଲୀଠାରେ ଇସ୍ପାତ ଶିଳ୍ପର ବରିÂ ଅଧିକାରୀମାନଙ୍କ ସହ ବୈଠକ ଅବସରରେ ସେ ଏହା କହିଛନ୍ତି । ବୈଠକରେ ଇସ୍ପାତ ଶିଳ୍ପ ପାଇଁ ରହିଥିବା ବିଭିନ୍ନ ସମ୍ଭାବନା ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ୨୦୩୦ ସୁଦ୍ଧା ୩୦୦ ନିୟୁତ ମେଟ୍ରିକ ଟନ୍ ଷ୍ଟିଲ୍ ଉତ୍ପାଦନ ଲକ୍ଷ୍ୟକୁ ପୂରଣ କରାଯିବା ନେଇ ଶିଳ୍ପ ଅଧିକାରୀମାନେ ଆଶାବ୍ୟକ୍ତ କରିଥିଲେ ।
ବୈଠକରେ ଶ୍ରୀ ପ୍ରଧାନ କହିଥିଲେ ଯେ, ଇସ୍ପାତ ଶିଳ୍ପ କିଛି ବର୍ଷରେ ପୂର୍ଣ୍ଣ ବିକଶିତ ହୋଇଛି । ଏକ ଦୀର୍ଘମିଆଦୀ ଯୋଜନାରେ କ୍ଷମତା ସମ୍ପ୍ରସାରଣ ତଥା ଟେକ୍ନୋଲୋଜି ଆଧାରରେ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ ଇସ୍ପାତ ଶିଳ୍ପର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ ଯେ ଅନ୍ତରାଷ୍ଟ୍ରୀୟ ବଜାରରେ ଭାରତୀୟ ଉତ୍ପାଦର ପ୍ରଚୁର ଚାହିଦା ରହିଛି । ଇସ୍ପାତ ଶିଳ୍ପର ବିଭିନ୍ନ ଦାବିର ଉଚିତ୍ ବିଚାର କରାଯିବ ଏବଂ ଏ ସମ୍ପର୍କିତ ସମସ୍ୟାର ସମାଧାନ ଶୀଘ୍ର କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ବୈଠକରେ ଶିଳ୍ପର ଅଧିକାରୀମାନେ ବିଭିନ୍ନ ପ୍ରସଙ୍ଗ ଉପରେ ଶ୍ରୀ ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଶେଷ ଭାବେ ଶିଳ୍ପ ସହ ଜଡିତ ଆର୍ଥିକ ପ୍ରସଙ୍ଗ, କଞ୍ଚାମାଲର ସହଜ ଉପଲବ୍ଧତା ଓ ମୁକ୍ତ ବାଣିଜ୍ୟ ବୁଝାମଣା ବିଷୟରେ ଆଲୋଚନା କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons