ଜେରୁଜେଲମ୍: ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ ସମସ୍ତଙ୍କ ନଜର ଟିକା ଅଥବା ଔଷଧ ଉପରେ ରହିଛି । ଆମେରିକା, ଚୀନ, ଅଷ୍ଟେ୍ରଲିଆ ଓ ବ୍ରିଟେନ ଭଳି ଦେଶ ଖୁବ୍ଶୀଘ୍ର ଟିକା ଆଣିବେ ବୋଲି ଘୋଷଣା କରିଛନ୍ତି । ଏଭଳି ସ୍ଥିତିରେ ଇସ୍ରାଏଲ୍ରୁ ଏକ ବଡ଼ ଖବର ଆସିଛି । ଇସ୍ରାଏଲ୍ କରୋନା ଭୂତାଣୁକୁ ମାତ୍ ଦେବା ପାଇଁ ଏକ ଆଣ୍ଟିବଡି ବିକାଶ କରିସାରିଥିବା ଦାବି କରିଛି । ଦେଶର ପ୍ରତିରକ୍ଷା ମନ୍ତ୍ରୀ ନଫତାଲି ବେନେଟ୍ ଏ ନେଇ ଘୋଷଣା କରିବା ପରେ ବିଶ୍ୱବାସୀଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି । ଇସ୍ରାଏଲ୍ର ପ୍ରତିରକ୍ଷା ବିଭାଗ ଅଧୀନ ଏକ ଗୁପ୍ତ ଲାବୋରେଟୋରିରେ ଏହି ଆଣ୍ଟିବଡିର ଗବେଷଣା ଚାଲିଥିଲା ବୋଲି ଜାଣିବାକୁ ମିଳିଛି ।
ରାଷ୍ଟ୍ରପତି ବେନେଟ୍ଙ୍କ ମୁତାବକ ଏହି ଆଣ୍ଟିବଡି ‘ମୋନୋକ୍ଲୋନଲ’ ଉପାୟରେ କରୋନା ଭୂତାଣୁ ଉପରେ ଆକ୍ରମଣ କରୁଛି ଏବଂ ସଂକ୍ରମିତ ଲୋକଙ୍କ ଶରୀର ଭିତରେ ହିଁ କରୋନାକୁ ନଷ୍ଟ କରିବାରେ ସମର୍ଥ ହେଉଛି । ଏହାଦ୍ୱାରା ସଂକ୍ରମିତ ଲୋକମାନେ ଶୀଘ୍ର ଆରୋଗ୍ୟଲାଭ କରିପାରିବେ । କିନ୍ତୁ ଏହି ଆଣ୍ଟିବଡିକୁ ରୋଗୀଙ୍କ ଉପରେ ପ୍ରୟୋଗ କରାଯାଇଛି କି ନାହିଁ, ସେ ବାବଦରେ ବେନେଟ୍ କିଛି ସ୍ପଷ୍ଟ କରିନାହାନ୍ତି । ତଥାପି ତାଙ୍କର ଏଭଳି ଘୋଷଣା ବିଶ୍ୱବାସୀଙ୍କୁ କିଛିଟା ଆଶ୍ୱସ୍ତି ଦେଇଛି ।
ଇସ୍ରାଏଲ ରାଷ୍ଟ୍ରପତି କହିଛନ୍ତି, ଇସ୍ରାଏଲ୍ସ ଇନ୍ଷ୍ଟିଚୁ୍ୟଟ୍ ଫର୍ ବାୟୋଲୋଜିକାଲ ରିସର୍ଚ୍ଚ (ଆଇଆଇବିଆର୍) କରୋନା ଭୂତାଣୁ ପାଇଁ ଆଣ୍ଟିବଡି ତିଆରି କରିଛି । ଗୁପ୍ତ ଲାବ୍ରେ ଏହାର ପରୀକ୍ଷା ଚାଲିଥିଲା । କରୋନା ଭୂତାଣୁର ଆଣ୍ଟିବଡି ତିଆରି କରିବାରେ ଇନ୍ଷ୍ଟିଚୁ୍ୟଟ୍କୁ ବଡ଼ ସଫଳତା ମିଳିଛି । ଆଣ୍ଟିବଡି ବିକାଶ ନେଇ ଚାଲିଥିବା ଅନ୍ତିମ ପର୍ଯ୍ୟାୟ ଗବେଷଣା ଇତିମଧ୍ୟରେ ସମ୍ପୂର୍ଣ୍ଣ ହୋଇଛି । ଏବେ ଏହାର ପ୍ୟାଟେଣ୍ଟ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଚାଲିଛି । ପ୍ୟାଟେଣ୍ଟ ଆସିବା ପରେ ଏହାର ବାଣିଜି୍ୟକ ଉତ୍ପାଦନ କରାଯିବ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ କାର୍ଯ୍ୟାଳୟ ଅଧୀନରେ ଆଇଆଇବିଆର୍ ଆସୁଛି । ଏହା ଅତ୍ୟନ୍ତ ଗୋପନୀୟ ଭାବେ ଗବେଷଣା ଚଳାଇଥିଲା ।
ପ୍ରତିରକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି, କରୋନା ଆଣ୍ଟିବଡି ପ୍ରସ୍ତୁତି ପାଇଁ ଏକାଧିକ ପର୍ଯ୍ୟାୟ ପ୍ରକ୍ରିୟା ସ୍ଥିର କରାଯାଇଥିଲା । ଏବେ ଅନ୍ତିମ ପର୍ଯ୍ୟାୟରେ ହିଁ ସଫଳତା ପ୍ରାପ୍ତ ହୋଇଛି । ବର୍ତ୍ତମାନ ଏହି ଆଣ୍ଟିବଡିର ପ୍ୟାଟେଣ୍ଟ ପ୍ରସ୍ତୁତି ପାଇଁ ଡିଫେନ୍ସ ଇନଷ୍ଟିଚୁ୍ୟଟ୍ କାମ କରୁଛି । ଏହାପରେ ଏହାର ବ୍ୟାବହାରିକ ସ୍ତରରେ ଉତ୍ପାଦନ ପାଇଁ ଅନ୍ତଃରାଷ୍ଟ୍ରୀୟ କମ୍ପାନିଗୁଡ଼ିକ ସହ ଯୋଗାଯୋଗ କରାଯିବ । ବେନେଟ୍ କହିଛନ୍ତି, ଏତେ ବଡ଼ ସଫଳତାର ଶ୍ରେୟ ଆଇଆଇବିଆର୍ କର୍ମଚାରୀଙ୍କୁ ଯିବ । ସେମାନଙ୍କ ପାଇଁ ଦେଶ ଆଜି ଗର୍ବ କରୁଛି ।
ସୂଚନାଥାଉ କି ଚଳିତବର୍ଷ ମାର୍ଚ୍ଚରେ ଇସ୍ରାଏଲ୍ର ଦୈନିକ ଖବରକାଗଜ ହାରେଜ୍ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । କରୋନା ଭୂତାଣୁର ଜୈବିକ ସଂରଞ୍ଚନା ଏବଂ ଗୁଣାବଳିକୁ ଇସ୍ରାଏଲ୍ର ବୈଜ୍ଞାନିକମାନେ ଭଲ ଭାବେ ବୁଝିଥିବା ଏଥିରେ ଉଲ୍ଲେଖ କରାଯାଇଥିଲା । ଏହାଦ୍ୱାରା କରୋନାକୁ ମାରିବା ପାଇଁ ଆଣ୍ଟିବଡି ବିକାଶ କରିବା ସହଜ ହେବ ବୋଲି ଆଶା ପ୍ରକାଶ ପାଇଥିଲା । କିନ୍ତୁ ଆଇଆଇବିଆର୍ ଏ ସମ୍ପର୍କରେ କିଛି କହିବାକୁ ସେତେବେଳେ ମନାକରିଥିଲା । ଆଣ୍ଟିବଡି ପ୍ରସ୍ତୁତ ହେବା ପରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ଏହା କହିଥିଲା । ତେବେ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଆଇଆଇବିଆର୍କୁ କୋଭିଡ୍-୧୯ ପାଇଁ ଟିକା ବିକାଶ କରିବାକୁ ଫେବ୍ରୁଆରୀ ୧ରେ ନିଦେ୍ର୍ଧଶ ଦେଇଥିଲେ । ଉଲ୍ଲେଖଯୋଗ୍ୟ, ଏବେ ଦେଶରେ ପାଖାପାଖି ୧୦୦ଟି କରୋନା ଟିକା ଉପରେ ପରୀକ୍ଷା ଜାରି ରହିଛି । ବିଭିନ୍ନ ରାଷ୍ଟ୍ରର ବୈଜ୍ଞାନିକମାନେ ପ୍ରୟାସ ଜାରି ରଖିଛନ୍ତି ।
Comments are closed, but trackbacks and pingbacks are open.