ଇସ୍ରୋର ନୂଆ ରକେଟ:ମାତ୍ର ୧୫ କୋଟିରେ ତିଆରି ହେବ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ଏବେ ଏକ ନୂଆ ରକେଟ ନିର୍ମାଣ କରୁଛି ଯାହା ପାଇଁ ଖୁବ କମ ଅର୍ଥ ବ୍ୟୟ ହେବ ଏବଂ ଏହାକୁ ତିଆରି କରିବା ପାଇଁ କମ ସମୟ ଲାଗିବ । ସ୍ମଲ ସାଟେଲାଇଟ ଲଞ୍ଚ ଭେହିକିଲ(ଏସଏସଏଲଭି) ବୋଲି କୁହାଯାଉଥିବା ଏହି ରକେଟ ନିର୍ମାଣ ପାଇଁ ମାତ୍ର ୧୫ କୋଟି ଟଙ୍କା ଲାଗିବ । ଗୋଟିଏ ପୋଲାର ସାଟେଲାଇଟ ଲଞ୍ଚ ଭେହିକିଲ(ପିଏସଏଲଭି) ନିର୍ମାଣ ପାଇଁ ୧୫୦ କୋଟି ଟଙ୍କା ବ୍ୟୟ କରାଯାଉଥିଲାବେଳେ ତା’ ତୁଳନାରେ ଏହା ଯଥେଷ୍ଟ କମ । ସେହିପରି ଏହି ରକେଟ ତିଆରି କରିବାକୁ ମାତ୍ର ଦୁଇରୁ ତିନି ଦିନ ସମୟ ଲାଗିବ । ଏହା ସାହାଯ୍ୟରେ ୫୦୦ କିଲୋ ଓଜନର କ୍ଷୁଦ୍ର ଉପଗ୍ରହକୁ ପୃଥିବୀ ପୃଷ୍ଠରୁ କମ୍ ଉଚ୍ଚତାରେ ଅବସ୍ଥାପିତ କରାଯାଇପାରିବ ।
ଇସ୍ରୋ ଜୁଲାଇ ମାସ ଶେଷ ଭାଗରେ ଏହାର ପ୍ରଥମ ପରୀକ୍ଷାମୂଳକ ଉତ୍କ୍ଷେପଣ କରିବାକୁ ଯୋଜନା କରିଥିଲା । ମାତ୍ର ଚନ୍ଦ୍ରଯାନ-୨ ମିଶନ ଯୋଗୁ ଏହି ପରୀକ୍ଷଣ ବିଳମ୍ବିତ ହୋଇଛି । ଏବେ ଦିଆଯାଇଥିବା ସୂଚନା ଅନୁଯାୟୀ, ଆସନ୍ତା ଅକ୍ଟୋବରରେ ଏହାର ପ୍ରଥମ ଉତ୍କ୍ଷେପଣ କରାଯିବ ।
ଏହି ରକେଟ ପାଇଁ କମ୍ ଖର୍ଚ୍ଚ ହେଉଥିବାରୁ ଏବଂ ଏହାକୁ ତିଆରି କରିବା ପାଇଁ କମ ଦିନ ଲାଗୁଥିବାରୁ ପ୍ରତିବର୍ଷ ଅଧିକ ସଂଖ୍ୟାରେ ଏହାକୁ ବ୍ୟବହାର କରାଯାଇପାରିବ । ଯେତେବେଳେ ଯିଏ ଆବଶ୍ୟକ କରିବ, ଇସ୍ରୋ ତୁରନ୍ତ ତା’ ପାଇଁ ଏପରି ରକେଟ ତିଆରି କରିଦେଇପାରିବ । ଫଳରେ ମହାକାଶକୁ ପ୍ରେରଣ କରାଯାଉଥିବା ଉପଗ୍ରହ ସଂଖ୍ୟା ବୃଦ୍ଧି ପାଇବ ଏବଂ ଇସ୍ରୋ ମଧ୍ୟ ଏଥିରୁ ଭଲ ଆୟ କରିପାରିବ । ଏହି ରକେଟ ଟେକ୍ନୋଲୋଜି ବିକଶିତ ହେବା ପରେ ଇସ୍ରୋ ମଧ୍ୟ ଉପଗ୍ରହ ପ୍ରେରଣ ବଜାରରେ ଆମେରିକା ଓ ଚୀନ୍ର କଂପାନିଗୁଡିକ ସହ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons