ଇ-ସିଗାରେଟ୍, ନିକୋଟିନ୍ ସ୍ୱାଦଯୁକ୍ତ ହୁକା ନିଷେଧ ହେବ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଇ-ସିଗାରେଟ୍, ନିକୋଟିନ୍ ସ୍ୱାଦଯୁକ୍ତ ହୁକାକୁ ନିଷେଧ କରିବା ପାଇଁ ସରକାର ବିଭିନ୍ନ ବିକଳ୍ପ ଉପରେ ବିଚାର କରୁଛନ୍ତି । ଏଭଳି ଉତ୍ପାଦକୁ ନିଷେଧ କରିବା ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିଥିବା ଦିଲ୍ଲୀ ହାଇକୋର୍ଟ ଯଦି ନିଜ ରାୟ ବଦଳାନ୍ତି, ତେବେ ଇ-ସିଗାରେଟ୍ ଓ ହୁକାଆଦି ନିଷେଧ ହେବ । ଏହାର ଉତ୍ପାଦନ, ବିକ୍ରି ଓଆମଦାନିକୁ ବନ୍ଦ କରାଯିବ ବୋଲି ଜଣାପଡ଼ିଛି ।
ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ୧୦୦ ଦିନିଆ ଏଜେଣ୍ଡାରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିଜର ସ୍ୱତନ୍ତ୍ର ଲକ୍ଷ୍ୟ ରଖିଛି । ଇ-ସିଗାରେଟ୍ ଭଳି ସ୍ମୋକିଙ୍ଗ୍ ଡିଭାଇସ୍, ହିଟ୍-ନଟ୍-ବର୍ଣ୍ଣ ଡିଭାଇସ୍, ଭେପ୍ ଏବଂ ଇ-ନିକୋଟିନ୍ ସ୍ୱାଦଯୁକ୍ତ ହୁକାଆଦି ବାରଣ କରିବା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରାଥମିକତା ଦେଇଛି ।
ମୋଦି ସରକାରଙ୍କ ୧୦୦ ଦିନିଆ ଏଜେଣ୍ଡାର ୭୫ ଦିନ ବିତିଯାଇଥିଲେ ସୁଦ୍ଧା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏ ପର୍ଯ୍ୟନ୍ତ ଉପରୋକ୍ତ ସାମଗ୍ରୀ ଉପରେ ବ୍ୟାନ୍ ଲଗାଇ ପାରି ନାହିଁ । ଇଲେକ୍ଟ୍ରୋନିକ୍ ନିକୋଟିନ୍ ଡେଲିଭରି ବ୍ୟବସ୍ଥା (ଇଏନ୍ଡିଏସ୍)ରେଆସୁଥିବା ସାମଗ୍ରୀର ଉତ୍ପାଦନ, ବିକ୍ରି, ବିତରଣ ଏବଂଆମଦାନିକୁ ନେଇ ମନ୍ତ୍ରାଳୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇପାରି ନାହିଁ ।
ସୂଚନା ମୁତାବକ ମନ୍ତ୍ରାଳୟ ଏ ପ୍ରସଙ୍ଗରେ ନ୍ୟାୟିକ ମତାମତ ଲୋଡ଼ିଛି । ସକାରାତ୍ମକ ମତାମତ ମିଳିଲେ ସରକାର ଏକଅଧ୍ୟାଦେଶ ଜାରି କରି ନିଜ ଲକ୍ଷ୍ୟ ପୂରଣ କରିବେ । ସରକାର ଯଦିଅଧ୍ୟାଦେଶ ବଳରେ ଏହି ପଦକ୍ଷେପ ନିଅନ୍ତି, ତେବେ ସଂସଦରଆଗାମୀଅଧିବେଶନରେ ଏ ନେଇ ଏକ ବିଧେୟକଆଗତ କରିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons