ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତା ୫ରୁ ୭ ବର୍ଷ ମଧ୍ୟରେ ଉକ୍ରର୍ଷ କେନ୍ଦ୍ର ହେଉ ଉକ୍ରଳ ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଣ୍ଡୋମେଣ୍ଟ୍ ଫଣ୍ଡ ଗଠନ ହେଉ । ଏହି ଫଣ୍ଡକୁ ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀମାନେ ଦାନ କରନ୍ତୁ । ଯେଉଁ ଛାତ୍ରଛାତ୍ରୀ ଅର୍ଥ ଦାନ କରିବାକୁ ଅକ୍ଷମ, ସେମାନେ ଜ୍ଞାନ ଦାନ କରନ୍ତୁ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆହ୍ୱାନ ଦେଇଛନ୍ତି ।
ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଉଦ୍ୟାପନୀ ଉତ୍ସବ ରବିବାର ଅନୁÂିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ରପତି କହିଛନ୍ତି, ଶିକ୍ଷାନୁÂାନଗୁଡିକର ବିକାଶ ପାଇଁ ପୂର୍ବତନ ଛାତ୍ରଛାତ୍ରୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଦିଲ୍ଲୀ ଆଇଆଇଟିରେ ଏଣ୍ଡୋମେଣ୍ଟ୍ ଫଣ୍ଡ ଗଠନ କରିବା ଦ୍ୱାରା ବ୍ୟାପକ ସଫଳତା ମିଳିଛି । ପାଖାପାଖି ୨୫୦ କୋଟି ଟଙ୍କା ଆଦାୟ ହୋଇପାରିଛି । ତେବେ ବିଶ୍ୱବିଦ୍ୟାଳୟଗୁଡିକ ହେଉଛି ବିଚାରର ମହାନ କେନ୍ଦ୍ର । ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ସମାଜ ପରିବର୍ତ୍ତନରେ ଭାଗ ନେଇଥାନ୍ତି । ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ସମାଜର ଅବହେଳିତ ବର୍ଗର ଲୋକମାନଙ୍କ ଉତ୍ଥାନ ପାଇଁ କାମ କରିବା ଆବଶ୍ୟକ ବୋଲି ରାଷ୍ଟ୍ରପତି କହିଛନ୍ତି । ବିଶେଷ କରି ସେମାନେ ପରିବେଶ, ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇଁ ଉତ୍ସାହପୂର୍ବକ କାମ କରିବାକୁ ପରାମର୍ଶ ଦେଇଛନ୍ତି ।
ସେହିପରି ରାଷ୍ଟ୍ରପତି କହିଛନ୍ତି, ପ୍ଲାଟିନମ୍ ଜୁବୁଲି ଏକ ମାଇଲ୍ ଷ୍ଟୋନ୍ । ଏହି ଦୀର୍ଘ ଯାତ୍ରା ସମୟରେ ଶିକ୍ଷାନୁÂାନ ବହୁତ ଉନ୍ନତି କରିଥାଏ । ଆହୁରି ପ୍ରଗତି ବାକି ରହିଛି । ଉକ୍ରଳ ବିଶ୍ୱବିଦ୍ୟାଳୟ ରାଷ୍ଟ୍ରୀୟ ଓ ବିଶ୍ୱସ୍ତରରେ ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ପାଇଁ ପ୍ରତିବଦ୍ଧ ରହୁ ବୋଲି ରାଷ୍ଟ୍ରପତି ଆଶା ପ୍ରକଟ କରିଛନ୍ତି । ସର୍ବଭାରତୀୟ ସ୍ତରରେ ଉକ୍ରଳ ବିଶ୍ୱବିଦ୍ୟାଳୟ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରମୁଖ ସ୍ଥାନ ଗ୍ରହଣ କରିବ । ୭୫ବର୍ଷ ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟ ଶିକ୍ଷାର ମନ୍ଦିର ପାଲଟିଛି । ଏହି ଅନୁÂାନର ବହୁ ମେଧାବୀ ଛାତ୍ରଛାତ୍ରୀଙ୍କ ଲାଗି ଦେଶ ଗୌରବ ହାସଲ କରିଛି । ଏହି ବିଶ୍ୱବିଦ୍ୟାଳୟର ଉଚ୍ଚଶିକ୍ଷା ଏବଂ ଗବେଷଣା ସାଙ୍ଗକୁ ଉକ୍ରର୍ଷ ଅନେକ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି । ଶିକ୍ଷା, ଭିତ୍ତିଭୂମି ଆଦି ବିଭିନ୍ନ କ୍ଷେତ୍ରରେ ଉକ୍ରର୍ଷତା ଲାଗି ନାକ୍ “ଏ୍ମ’ ମାନ୍ୟତା ମଧ୍ୟ ପ୍ରଦାନ କରିଛି । ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳର ବିକାଶ ଏବଂ ସେଠାକାର ମେଧାବୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଲାଗି ଏହି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଚଣ୍ଡିଖୋଲରେ ନିର୍ମିତ ହୋଇଛି । ଜ୍ଞାନ ବୃଦ୍ଧି ଲାଗି ଶିକ୍ଷାର ଆବଶ୍ୟକତା ସର୍ବାଧିକ ଥିବା ବେଳେ ଏହି ଶିକ୍ଷାର ମନ୍ଦିର ଅନେକ ବ୍ୟକ୍ତିଙ୍କୁ ସଫଳତାରେ ପହଞ୍ଚିବାରେ ସହାୟକ ହୋଇଛି । ଏହି ବିଶ୍ୱବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଆଜି ଭାରତର ବିକାଶରେ ସାମିଲ ହୋଇପାରିଛନ୍ତି । ସେମାନଙ୍କ ମଧ୍ୟରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁଙ୍କ ସମେତ ଅନ୍ୟ ବହୁ ପୁରାତନ ଛାତ୍ର ସମ୍ମାନଜନକ ପଦବୀରେ ରହି ଦେଶ ଗଠନରେ ସହାୟକ ହୋଇଛନ୍ତି । ବିଶ୍ୱବିଦ୍ୟାଳୟର ବିକାଶ ଲାଗି ପୁରାତନ ଛାତ୍ର ଏକଜୁଟ ହେବା ସହ ପ୍ରତିବର୍ଷ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପରାମର୍ଶ ଦେଇଛନ୍ତି । ଓଡ଼ିଶା ସାରା ରାଜ୍ୟକୁ ଶାନ୍ତିର ବାର୍ତ୍ତା ଦେଇଆସିଛି । ଏହି ଭୂଖଣ୍ଡରେ ଉପସ୍ଥିତ ହେବାର ସୁଯୋଗ ପାଇଥିବାରୁ ନିଜକୁ ଭାଗ୍ୟବାନ ମଣୁଥିବା ରାଷ୍ଟ୍ରପତି ତାଙ୍କ ବକ୍ତବ୍ୟରେ କହିଛନ୍ତି ।
ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଉଦ୍ୟାପନୀ ଉତ୍ସବରେ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ ତଥା ଭାରତର ପ୍ରଥମ ମହିଳା ସବିତା କୋବିନ୍ଦ ଯୋଗ ଦେଇଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଛନ୍ତି, ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ସହିତ ଗବେଷଣାକୁ ପ୍ରାଧାନ୍ୟ ଦେବା ଉଚିତ୍ । ବିଶ୍ୱ, ବିଶ୍ୱବିଦ୍ୟାଳୟ ଓ ବିଶ୍ୱଚିନ୍ତନ ମଧ୍ୟରେ ପାରସ୍ପରିକ ସମ୍ପର୍କ ରହିଛି । ଉକ୍ରଳ ବିଶ୍ୱବିଦ୍ୟାଳୟ ହେଉଛି ରାଜ୍ୟର ସର୍ବ ପୁରାତନ ବିଶ୍ୱବିଦ୍ୟାଳୟ । ଆଗାମୀ ଦିନରେ ଉକ୍ରଳ ବିଶ୍ୱବିଦ୍ୟାଳୟ ସର୍ବଶ୍ରେÂ ବିଶ୍ୱବିଦ୍ୟାଳୟରେ ପରିଣତ ହେବ ବୋଲି ରାଜ୍ୟପାଳ ପ୍ରଫେସର ଲାଲ୍ ଆଶା ପ୍ରକଟ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କହିଛନ୍ତି, ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଭଳି ଐତିହାସିକ ମୂହୁର୍ତ୍ତରେ ରାଷ୍ଟ୍ରପତି ଯୋଗ ଦେବା ତାଙ୍କୁ ଖୁସି ଆଣି ଦେଇଛି । ଗତ ନଭେମ୍ବର ୨୩ ତାରିଖ ଉକ୍ରଳ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗ ଦେଇ ଉତ୍ସବରେ ଭାଗ ନେବା ବେଳେ ସମସ୍ତଙ୍କ ଭାବନା ଓ ଉତ୍ସାହ ବୃଦ୍ଧି ପାଇବା ଦେଖିଥିଲେ । ଅଧ୍ୟାପକ ଓ ପୁରାତନ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଭାଗ ନେବା ଦ୍ୱାରା ବ୍ୟାପକ ସଫଳତା ମିଳିପାରିଛି । ତେବେ ଛାତ୍ରଛାତ୍ରୀ ଓ ଶିକ୍ଷକ ଗୋଟିଏ ଶିକ୍ଷାନୁÂାନର ଆତ୍ମା ସଦୃଶ । କୌଣସି ଅନୁÂାନକୁ ନୂଆ ଉଚ୍ଚତାକୁ ନେବା ପାଇଁ ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ସୌହାର୍ଦ୍ଧ୍ୟପୂର୍ଣ୍ଣ ସମ୍ପର୍କ ରହିବା ଆବଶ୍ୟକ । ଶିକ୍ଷକ ଓ ଛାତ୍ର ମିଳିତ ପ୍ରଚେଷ୍ଟା କଲେ ଶିକ୍ଷା କ୍ଷେତ୍ରରେ ଉକ୍ରର୍ଷ ଆସିବା ସହିତ ଶିକ୍ଷାନୁÂାନର ଖ୍ୟାତି ବଢିପାରିବ ।
ତେବେ ଶିକ୍ଷାର ମୂଳ ଲକ୍ଷ୍ୟ ହେଉଛି ନୂଆ ଚିନ୍ତାଧାରାର ବିକାଶ ତଥା ଅନୁସନ୍ଧାନ । ନେତୃତ୍ୱ ବିକାଶ ସହିତ ସେମାନଙ୍କର ଦୁରଦୃଷ୍ଟିର ବିକାଶ କରିବା । ଫଳରେ ସେମାନେ ତାଙ୍କର ପ୍ରତିଭାକୁ ମାନବ ସମାଜର ବିକାଶ ପାଇଁ ବ୍ୟବହାର କରିପାରିବେ । ଛାତ୍ରମାନେ କେବଳ ବଞ୍ଚିବା ପାଇଁ ଜ୍ଞାନ ଆହରଣ ନକରି କିଭଳି ଜୀବନ ବନାଇପାରିବେ ତାହା ଜାଣିବା ଉଚିତ୍ । ଆମେ ଚାହୁୁଁଛୁ, ଆମ ନୂଆ ପିଢି ଉଭୟ ଅର୍ଥନୈତିକ ଓ ସାମାଜିକ ଉଦ୍ୟୋଗୀ ହୁଅନ୍ତୁ । ଆମ ଛାତ୍ରଛାତ୍ରୀମାନେ ବଡ ସ୍ୱପ୍ନ ଦେଖନ୍ତୁ । ଏହା ସହିତ ବିଶ୍ୱସ୍ତରୀୟ ଅବଦାନ କରିବା ଶିଖନ୍ତୁ । ତେବେ ଉକ୍ରଳ ବିଶ୍ୱବିଦ୍ୟାଳୟ କେବଳ ଓଡ଼ିଶାର ଏକ ଶ୍ରେÂ ଶିକ୍ଷାନୁÂାନ ନୁହଁ, ଏହା ସମଗ୍ର ଦେଶର ଏକ ଖ୍ୟାତିସମ୍ପନ୍ନ ଶିକ୍ଷାନୁÂାନ । ତେଣୁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରି ଉକ୍ରଳ ବିଶ୍ୱବିଦ୍ୟାଳୟକୁ ଏକ ନୂଆ ଉଚ୍ଚତାକୁ ନେଇ ଯିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ଉକ୍ରଳ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ କହିଛନ୍ତି, ଦାରିଦ୍ର୍ୟରୁ ସମ୍ପନ୍ନତାକୁ ଯିବାର ଚାବିକାଠି ଶିକ୍ଷାରେ ଅଛି । ଆଜିର ଦିନରେ ଉକ୍ରଳ ବିଶ୍ୱବିଦ୍ୟାଳୟ ଗରିବ ଘରର ପିଲାକୁ ଉଚ୍ଚଶିକ୍ଷିତ କରିବାରେ ଏକ ପ୍ରୟୋଗଶାଳା ହେଉ । ଆଗାମୀ ଶତାବ୍ଦୀର ଯାତ୍ରାରେ ଉକ୍ରଳ ବିଶ୍ୱବିଦ୍ୟାଳୟର ଉପଲବଧି କେବଳ ଓଡ଼ିଶା କିମ୍ୱା ଦେଶକୁ ନୁହେଁ ବିଶ୍ୱ ସାମ୍ନାରେ ଥିବା ଜଟିଳ ସମସ୍ୟାକୁ ସମାଧାନ କରିବାରେ ବଡ ଭୂମିକା ନେବ । ତେବେ ୭୫ ବର୍ଷର ଲମ୍ୱା ଯାତ୍ରାରେ ଓଡ଼ିଶାର ସମାଜ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଅନ୍ତରାଷ୍ଟ୍ରୀୟ ସ୍ତରରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଅନେକ ବ୍ୟକ୍ତିତ୍ୱଙ୍କର ଲମ୍ୱା ତାଲିକାର ଆଦିଭୂମି ହେଉଛି ଏହି ବିଶ୍ୱବିଦ୍ୟାଳୟ । ପ୍ରଶାସନ, ସାହିତ୍ୟ, କଳା, ସମାଜ ସେବା, ରାଜନୀତି ସବୁ କ୍ଷେତ୍ରରେ ରାଜ୍ୟର ଅନେକ ପ୍ରମୁଖ ବ୍ୟକ୍ତିତ୍ୱଙ୍କର ଲମ୍ୱା ସଫଳତାର ଯାତ୍ରାର ଆଦିଭୂମି ହେଉଛି ଏହି କ୍ୟାମ୍ପସ୍ । ସେହିପରି ଓଡ଼ିଆ ଜାତି, ପ୍ରାଚୀନ ସଂସ୍କୃତି ଓ ପରମ୍ପରା ବିଶ୍ୱର ଅନ୍ୟ ଜାତିରୁ ଅନ୍ୟତମ । ଏହିଭଳି ଅନେକ ସଂସ୍କାର, ପରମ୍ପରା, ଜୀବନଶୈଳୀ ବିଶ୍ୱବିଦ୍ୟାଳୟ ୭୫ ବର୍ଷରେ ଦେଇଛି ବୋଲି ସେ କହିଛନ୍ତି ।
Comments are closed, but trackbacks and pingbacks are open.