ଉକ୍ରଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ବ୍ରହ୍ମପୁର ଗୋସାଇଁନୂଆଗାଁ ଉକ୍ରଳ ବାଳାଶ୍ରମରୁ ୧୩ ଜଣ ନାବାଳିକା ଅନ୍ତେବାସୀ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କୁ ଯୋଜନାବଦ୍ଧ ଭାବେ ଅପହରଣ କରାଯାଇଛି ନା ଏକାଠି କୌଣସି କାରଣରୁ ସେମାନେ ବାଳାଶ୍ରମରୁ ଲୁଚାଛପାରେ ବାହାରି ପଳାୟନ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଘଟଣା ପ୍ରଘଟିତ ହେବା ବାଳାଶ୍ରମ ସୁପରିଣ୍ଟେଣ୍ଡେଣ୍ଟ୍ ସସ୍ମିତା ପାଢ଼ୀ ଗୋସାଇଁନୂଆଗାଁ ଥାନାରେ ଏତଲା ଦେଇଛନ୍ତି । ନିଖୋଜ ଅନ୍ତେବାସିନୀମାନେ ଭୁବନେଶ୍ୱର, ଖୋର୍ଦ୍ଧା ଅଞ୍ଚଳରେ ରହିଥିବା ସନେ୍ଦହ କରାଯାଉଛି । ଗୋସାଇଁନୂଆଗାଁ ଥାନାର ଏକ ପୁଲିସ ଟିମ୍ ସେଠାକୁ ଯାଇଛି । ଚାଇଲ୍ଡ ଲାଇନ୍ ସମେତ କମିଶନରେଟ୍ ପୁଲିସ ଓ ଖୋର୍ଦ୍ଧା ପୁଲିସ ସହଯୋଗରେ ଭୁବନେଶ୍ୱର, ଖୋର୍ଦ୍ଧା ଅଞ୍ଚଳରେ ଖାନତଲାସ ଚାଲୁ ରହିଥିବା ସୂଚନା ଦେଇଛନ୍ତି ଗୋସାଇଁନୂଆଗାଁ ଥାନା ଆଇଆଇସି ସୁମିତ ସୋରେନ୍ । ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଦ ଦତ୍ତାତ୍ରୟ ଭାଉସାହେବ ପୂର୍ବାହ୍ଣରେ ବାଳାଶ୍ରମ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରଶାସନ ଏବେ ଆଶ୍ରମ ଉପରେ ନଜର ରଖିଛି । ସନ୍ଧ୍ୟାସୁଦ୍ଧା ୭ଜଣ ନାବାଳିକା ଉଦ୍ଧାର ହୋଇଥିବା ବ୍ରହ୍ମପୁର ଉପଜିଲ୍ଲାପାଳ ଭାଉସାହେବ ସୂଚନା ଦେଇଛନ୍ତି । ଭୁବନେଶ୍ୱର ଓ ଚିକିଟି ନୂଆଗାଁ ଅଞ୍ଚଳରେ ଦୁଇଜଣଙ୍କୁ ଠାବ କରାଯାଇଥିବା ବେଳେ ଅନ୍ୟମାନଙ୍କୁୁ କେଉଁଠୁ ଉଦ୍ଧାର କରାଯାଇଛି ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ବୋଲି ସେ କହିଛନ୍ତି । ଆଜି ରାତିରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି ବାଳାଶ୍ରମ ଅନୁଧ୍ୟାନ କରିବା ସହ ଫେରିଥିବା ଅନ୍ତେବାସୀଙ୍କ ସହ କଥାବାର୍ତ୍ତା କରିଛନ୍ତି । ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ମଧ୍ୟ ଘଟଣାର ତଦନ୍ତ ପାଇର୍ ଆଜି ରାତିରେ ଆସି ବ୍ରହ୍ମପୁରରେ ପହଞ୍ଚିଛନ୍ତି ।
ସୋମବାର ସନ୍ଧ୍ୟା ସୁଦ୍ଧା ବାଳାଶ୍ରମରେ ମୋଟ ୫୧ ଜଣ ନାବାଳିକା ଅନ୍ତେବାସୀ ରହିଥିଲେ । ସୋମବାର ରାତି ୧୧ଟାରେ ସୁପରିଣ୍ଟେଣ୍ଡେଣ୍ଟ୍ ବାଳାଶ୍ରମରେ ସବୁ ରୁମ୍ ଯାଇ ଅନୁଧ୍ୟାନ କରିଥିଲେ । ସେତେବେଳେ କୌଣସି ପ୍ରକାର ସମସ୍ୟା ନଥିଲା ଓ ସବୁ ପିଲା ଶୋଇଥିଲେ ବୋଲି ଡିସିପିଓ ସୁବୋଧ ଷଡ଼ଙ୍ଗୀ କହିଛନ୍ତି । ରାତି ଗୋଟାଏରୁ ଦୁଇଟା ମଧ୍ୟରେ ଏମାନେ ପଛପଟ ଗେଟ୍ ଡେଇଁ ସେଠାରୁ ଚାଲିଚାଲି ନିକଟସ୍ଥ ବ୍ରହ୍ମପୁର ରେଳଷ୍ଟେସନ୍କୁ ଆସି ସେଠାରୁ ଖୋର୍ଦ୍ଧା ବା ଭୁବନେଶ୍ୱର ଅଭିମୁଖେ ଚାଲିଯାଇଥିବା ସନେ୍ଦହ କରାଯାଉଛି । ପୁଲିସ ସେମାନଙ୍କ ଶେଷ ଅବସ୍ଥାନ ଭୁବନେଶ୍ୱର ବୋଲି ଜାଣିବାକୁ ପାଇଛି । ବାଳାଶ୍ରମ ସୁପରିଣ୍ଟେଣ୍ଡେଣ୍ଟ୍ ସସ୍ମିତା ପାଢ଼ୀ ଗୋସାଇଁନୂଆଗାଁ ଥାନା ପୁଲିସ ଟିମ୍ ସହ ଭୁବନେଶ୍ୱର ଯାଇ ଅନ୍ତେବାସିନୀମାନଙ୍କ ଅନୁସନ୍ଧାନ କରୁଛନ୍ତି । ଅପରପକ୍ଷରେ ଜଣେ ନାବାଳିକା ଭୁବନେଶ୍ୱରସ୍ଥିତ ତାଙ୍କ ମାଉସୀ ଘରକୁ ଯାଇଥିଲେ । ତାଙ୍କ ମାଉସୀ ଏ ସମ୍ପର୍କରେ ବାଳାଶ୍ରମ ସୁପରିଣ୍ଟେଣ୍ଡେଣ୍ଟ୍ଙ୍କୁ ଜଣାଇଥିବା ସୂଚନା ମିଳିଛି । ସେପଟେ ଚିକିଟି ନୂଆଗାଁ ଅଞ୍ଚଳରେ ଆଉଜଣେ ନାବାଳିକା ମଧ୍ୟ ତାଙ୍କ ଘରକୁ ଯାଇଥିବା ଜଣାପଡିଛି । ଏଭଳି ୭ଜଣ ଉଦ୍ଧାର ହୋଇଥିବା ଉପଜିଲ୍ଲାପାଳ କହିଛନ୍ତି ।
ଏମାନେ ବିଭିନ୍ନ କୋଠରିରେ ରହୁଥିଲେ । ତେବେ କୋଠରିରୁ କିଭଳି ବାହାରିଲେ ଓ ମିଶିକରି ଫାଟକ ଡେଇଁ ବାହାରକୁ ଆସିଲେ ତାହା ପ୍ରଶ୍ନବାଚୀ ହୋଇଛି । ସୁରକ୍ଷା କର୍ମୀ ଅଛନ୍ତି, ସିସିଟିଭି ଲାଗିଛି । ତଥାପି ସେମାନେ ଗଲାବେଳେ କେହି କିଭଳି ଜାଣିପାରିଲେନି ବୋଲି ପ୍ରଶ୍ନ ଉଠୁଛି । ସେପଟେ ଏହି ଘଟଣାରେ ବାଳାଶ୍ରମର ୩ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ଦେଇଛନ୍ତି ଡିସିପିଓ ସୁବୋଧ ଷଡ଼ଙ୍ଗୀ । ବାଳାଶ୍ରମର ସୁରକ୍ଷା କର୍ମୀ ଜି.ଭାଗ୍ୟଶ୍ରୀ, ଜଗୁଆଳୀ ପର୍ଶୁରାମ ବେହେରା ଓ ଜଣେ କେୟାର୍ ଟେକର୍ (ହାଉସ୍ ମଦର୍) ଲକ୍ଷ୍ମୀ ମହାରଣାଙ୍କୁ ନିଲମ୍ବନ କରାଯାଇଥିବା ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ- ପୂର୍ବରୁ ବି ଜିଲ୍ଲାରେ ବିଭିନ୍ନ ଶିଶୁ ସୁରକ୍ଷା ଅନୁÂାନରୁ ୩୩ ଜଣ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ଫଳରେ ଜିଲ୍ଲାର ଶିଶୁ ସୁରକ୍ଷା ଅନୁÂାନରେ ଶିଶୁ କେତେ ସୁରକ୍ଷିତ ତାହା ପ୍ରଶ୍ନଘେରକୁ ଆସିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons