ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧୀନ ଡିଗ୍ରୀ ମହାବିଦ୍ୟାଳୟଗୁଡିକରେ ଯୁକ୍ତ ତିନି ପଢୁଥିବା ଛାତ୍ରଛାତ୍ରୀ ଆଜି ପୁଣି ଆନେ୍ଦାଳନକୁ ଓହ୍ଲାଇଛନ୍ତି । ୍ମ୩ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଧାର୍ଯ୍ୟ ହୋଇଥିବା ପରୀକ୍ଷା ତାରିଖକୁ ବିରୋଧ କରି ଆନେ୍ଦାଳନ କରିଛନ୍ତି । ମଙ୍ଗଳବାର ବିଶ୍ୱବିଦ୍ୟାଳୟ ପ୍ରଶାସନିକ ଭବନ ସମ୍ମୁଖରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆନେ୍ଦାଳନ ସମୟରେ ୨ଜଣ ଛାତ୍ର ଚେତା ହରାଇଥିଲେ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷାର ଶେଷ ୩ ଦିନ ଘୁଞ୍ଚାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ଆନେ୍ଦାଳନରୁ ଓହରିଥିଲେ ।
ଉ+ଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କର ତୃତୀୟ ସେମିଷ୍ଟର୍ କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଚଳିତ ମାସ ୨୩ ତାରିଖରୁ ଆରମ୍ଭ କରାଯାଇ ୨୮ରେ ସାରିବାକୁ ସମୟ ସାରଣୀ ପ୍ରକାଶ ପାଇଥିଲା । ତେବେ ଲଗାତର ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀମାନେ ଏହାକୁ ବିରୋଧ କରିଥିଲେ । ପରେ ପିଜି କାଉନସିଲ୍ ଅଧ୍ୟକ୍ଷା ପ୍ରଫେସର ସବିତା ଆଚାର୍ଯ୍ୟ ଓ ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ ଆସି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ପରୀକ୍ଷା ୩୧ ତାରିଖରେ ସରିବ ବୋଲି କହିଥିଲେ । ପୂର୍ବରୁ ୨୮ରେ ପରୀକ୍ଷା ଶେଷ ହେବ ବୋଲି ସ୍ଥିର ହୋଇଥିଲା । ୨୯ ତାରିଖ ରବିବାର ଥିବାରୁ ପରେ ୩୧ରେ ପରୀକ୍ଷା ସରିବ ବୋଲି ନିଷ୍ପତ୍ତି ହୋଇଥିଲା ।
ଉଲ୍ଲେଖଯୋଗ୍ୟ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ଥିବା ରାଜ୍ୟର ମୋଟ ୨୭୦ଟି ମହାବିଦ୍ୟାଳୟର ୪୦ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ପରୀକ୍ଷା ସମୟ ସାରଣୀକୁ ନେଇ କଲେଜରେ ଅଧ୍ୟକ୍ଷଙ୍କ ନିକଟରେ ଅସନ୍ତୋଷ ଜାହିର କରିବା ପରେ କଲେଜ କର୍ତ୍ତୃପକ୍ଷମାନେ ହାତ ଟେକି ଦେଇଥିଲେ । ତେଣୁ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
Comments are closed, but trackbacks and pingbacks are open.