ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆହ୍ୱାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନେତୃତ୍ୱ ବିନା ସମାଜ ବା ସଙ୍ଗଠନ ଆଗେଇ ପାରିବ ନାହିଁ । ଉକ୍ରଳ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ନେବା ପାଇଁ ଆଜି ସମୟ ଆସିଛି । ଉକ୍ରଳ ବିଶ୍ୱବିଦ୍ୟାଳୟ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଭାବେ ଅବସ୍ଥାପିତ ହେଲେ ଆମ ରାଜ୍ୟ ଓଡ଼ିଶା ତଥା ଅର୍ଥନୀତିର ଲାଭ ହେବ । ଏଥିପାଇଁ ସମସ୍ତଙ୍କର ସହଯୋଗ ରହୁ । ବିଶେଷ ଭାବେ ପୁରାତନ ଛାତ୍ରଛାତ୍ରୀ ବଡ ଭୂମିକା ଗ୍ରହଣ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି ।
ରବିବାର ଥିଲା ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବଲି ଉତ୍ସବର ଦ୍ୱିତୀୟ ଦିବସ । ଆଜି ପୁରାତନ ଛାତ୍ରଛାତ୍ରୀଙ୍କ ମହାମିଳନ ଉତ୍ସବ ଅନୁÂିତ ହୋଇଥିଲା । ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି, ଏକବିଂଶ ଶତାବ୍ଦୀ ହେଉଛି ଜ୍ଞାନର ଶତାବ୍ଦୀ । ନୂଆ ଓଡ଼ିଶା ନିର୍ମାଣର ଅଗ୍ରଦୂତର ଭୂମିକା ଉକ୍ରଳ ବିଶ୍ୱବିଦ୍ୟାଳୟ ହିଁ ନେଇପାରିବ । ଏଥିପାଇଁ ସମସ୍ତଙ୍କୁ ସଂକଳ୍ପ ନେବାର ଆବଶ୍ୟକତା ରହିଛି । ନୂଆ ଭାରତ ଗଠନର ବାର୍ତ୍ତା ଉକ୍ରଳ ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହେଉ ବୋଲି ସେ କହିଛନ୍ତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ, ଉକ୍ରଳ ବିଶ୍ୱବିଦ୍ୟାଳୟ ଆଲୁମ୍ନି ଆସୋସିଏସନ ନାମରେ ଏକ ଫଣ୍ଡ ଖୋଲିବା ପାଇଁ ପରାମର୍ଶ ଦେବା ସହ ସେହି ଫଣ୍ଡକୁ ପ୍ରଥମେ ନିଜର ଗୋଟିଏ ବର୍ଷର ଦରମା ଦେବାକୁ ଘୋଷଣା କରିଛନ୍ତି । ଏହାସହ ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ସମସ୍ତ ପୁରାତନ ଛାତ୍ରଛାତ୍ରୀ ତଥା ବିଶ୍ୱବିଦ୍ୟାଳୟ ସହ ଜଡିତ ସମସ୍ତଙ୍କ ଆର୍ଥିକ ଯୋଗଦାନ ରହୁ ବୋଲି ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ସେହିପରି ବିଶ୍ୱବିଦ୍ୟାଳୟ ପରିସରରେ ଭାରତ ସରକାରଙ୍କ ସହଯୋଗରେ ବଡ ପ୍ରେକ୍ଷାଳୟ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେବା ସହ ଉଚ୍ଚଶିକ୍ଷା ନିମନ୍ତେ ଏକ ଗବେଷଣା କେନ୍ଦ୍ର ପ୍ରତିÂା କରିବା ଲାଗି କହିଛନ୍ତି । ହଷ୍ଟେଲ୍ରେ ଅଧିକ ସୁବିଧା ପ୍ରଦାନ କରିବା ନିମନ୍ତେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଉକ୍ରଳ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଅନ୍ୟ ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡିଠାରୁ କମ୍ ନୁହେଁ । ୭୫ ବର୍ଷର ଲମ୍ୱା ଯାତ୍ରାରେ ଓଡ଼ିଶାର ସମାଜ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଅନ୍ତରାଷ୍ଟ୍ରୀୟସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଅନେକ ବ୍ୟକ୍ତିତ୍ୱଙ୍କ ଲମ୍ୱା ତାଲିକାର ଆଦିଭୂମି ହେଉଛି ଏହି ବିଶ୍ୱବିଦ୍ୟାଳୟ । ପ୍ରଶାସନ, ସାହିତ୍ୟ, କଳା, ସମାଜ ସେବା, ରାଜନୀତି ସବୁ କ୍ଷେତ୍ରରେ ରାଜ୍ୟର ଅନେକ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ଲମ୍ୱା ସଫଳତାର ଯାତ୍ରାର ଆଦିଭୂମି ହେଉଛି ଏହି କ୍ୟାମ୍ପସ । ମୋ ଭଳି ଜଣେ ସାମାଜିକ କାର୍ଯ୍ୟକର୍ତ୍ତାର ବୈଚାରିକ ଯାତ୍ରାର ପ୍ରାରମ୍ଭିକ ଜୀବନର ମୂଳଦୁଆକୁ ଦୃଢ କରିବାରେ ଏହି କ୍ୟାମ୍ପସରେ କେଇ ବର୍ଷର ଜୀବନ ଏକ ନୂଆ ପ୍ରେରଣା ଓ ଉତ୍ସାହ ଦେଇଥିଲା । ଆଜି ମୁଁ ଜୀବନରେ ଯାହା ହୋଇଛି, ଏହି କ୍ୟାମ୍ପସ୍ର ପବିତ୍ର ମାଟି ପାଇଁ ହୋଇଛି । ସେହିପରି ବିଶ୍ୱବିଦ୍ୟାଳୟର ଆନ୍ଥେ୍ରାପୋଲଜି ବିଭାଗର ଛାତ୍ର ଭାବରେ ନିଜର ସଂସ୍କୃତି ଓ ପରମ୍ପରା ସହ କିପରି ନିବିଡ ଭାବରେ ଯୋଡି ହୋଇ ରହିବାକୁ ପଡେ ତାର ପ୍ରେରଣା ମିଳିଥିଲା ବୋଲି ସେ କହିଛନ୍ତି । ୧୯୪୩ ମସିହାରୁ ୨୦୧୯ ମଧ୍ୟରେ ଏହି ଶିକ୍ଷାନୁÂାନ ନିଶ୍ଚିତ ଭାବରେ ଓଡିଶାବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ଅନେକ କ୍ଷେତ୍ରରେ ସଫଳ ହୋଇଛି ଓ ଆଗାମୀ ଦିନରେ ଅନେକ ରାସ୍ତା ଚାଲିବାର ସଂକଳ୍ପ ପଥରେ ଅଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ପ୍ଲାଟିନମ ଜୁବ୍ଲିର ଆବାହକ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପ୍ରାକ୍ତନ ଛାତ୍ର ବିଜୟ ପ;ନାୟକଙ୍କ ଅଧ୍ୟକ୍ଷତାରେ ଅନୁÂିତ ପୁରାତନ ଛାତ୍ରଛାତ୍ରୀଙ୍କ ମହାମିଳନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଛାତ୍ର ତଥା ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ଛାତ୍ର ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ, ପୂର୍ବତନ ମନ୍ତ୍ରୀ ତଥା ବରିÂ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, ପୃଥୀରାଜ ହରିଚନ୍ଦନ ପ୍ରମୁଖ ଯୋଗଦେଇ ଉକ୍ରଳ ବିଶ୍ୱବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ବାବଦରେ କହିଥିଲେ । ଉକ୍ରଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପ;ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ କୁଳସଚିବ ଦୟାନିଧି ନାୟକ ଧନ୍ୟବାଦ ଦେଇଥିଲେ । ପିଜି କାଉନସିଲ୍ ଅଧ୍ୟକ୍ଷା ସବିତା ଆଚାର୍ଯ୍ୟ ଉପସ୍ଥିତ ଥିବା ବେଳେ ମଞ୍ଚ ତଳେ ମଧ୍ୟ ବହୁ ନେତା, ପ୍ରଶାସକ, ସାହିତି୍ୟକ, ସାମ୍ବାଦିକ ତଥା ବିଭିନ୍ନ ସ୍ଥାନରେ ବଡ ପଦବିରେ ଥିବା ଉକ୍ରଳ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons