ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଉକ୍ରଳ ବିଶ୍ୱବିଦ୍ୟାଳୟର ୩ଟି ବିଭାଗକୁ ସମ୍ପୂର୍ଣ୍ଣ ସିଲ୍ କରିଦିଆଯାଇଛି । ଦର୍ଶନ ବିଭାଗର ଜଣେ ଅଧ୍ୟାପିକାଙ୍କର ସମ୍ପର୍କୀୟଙ୍କର କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ଦର୍ଶନ ବିଭାଗ ଥିବା ବିଲ୍ଡିଂରେ ଅନ୍ୟ ଦୁଇଟି ବିଭାଗକୁ ବି ସିଲ୍ କରି ଦିଆଯାଇଛି । ଦର୍ଶନ ବିଭାଗ ସମେତ ଅର୍ଥନୀତି ଓ ଇଂରାଜୀ ବିଭାଗକୁ ମଧ୍ୟ ସିଲ୍ କରି ଦିଆଯାଇଛି । ସେହି ବିଭାଗର କୌଣସି ଅଧ୍ୟାପକ, ଅଧ୍ୟାପିକା କିମ୍ବା କର୍ମଚାରୀଙ୍କୁ ବିଶ୍ୱବିଦ୍ୟାଳୟକୁ ଆସିବାକୁ ବାରଣ କରାଯାଇଛି । ଅପରପକ୍ଷେ ସମ୍ପୃକ୍ତ ଅଧ୍ୟାପିକା ତଥା ତାଙ୍କର ସହକର୍ମୀମାନଙ୍କୁ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ୧୪ଦିନ ହୋମ୍ କ୍ୱାରାଣ୍ଟିନ୍ରେ ରହିବାକୁ ନିଦେ୍ର୍ଧଶ ଦିଆଯାଇଛି । କ୍ୱାରାଣ୍ଟିନ୍ ସରିବା ପରେ କରୋନା ପରୀକ୍ଷଣ କରିବେ । ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିବା ପରେ ବିଶ୍ୱବିଦ୍ୟାଳୟକୁ ଆସିବେ ବୋଲି କର୍ତ୍ତର୍ୃପକ୍ଷ ପରାମର୍ଶ ଦେଇଛନ୍ତି ।
ଆଗାମୀ ଦିନରେ ଉକ୍ରଳ ବିଶ୍ୱବିଦ୍ୟାଳୟର ଉପରୋକ୍ତ ୩ଟି ବିଭାଗ ସମେତ ସମସ୍ତ ବିଭାଗକୁ ବିଶୋଧନ କରାଯିବ ବୋଲି ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି । ଏ ବାବଦରେ ବରିÂ ଅଧିକାରୀମାନେ ଆଲୋଚନା କରିବା ସହିତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇଛନ୍ତି ବୋଲି ପ୍ରଫେସର ମଲ୍ଲିକ କହିଛନ୍ତି ।
Comments are closed, but trackbacks and pingbacks are open.