ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସମ୍ ଅଲ୍ଟିମେଟ୍ ମେଡିକେୟାର୍ ଓଡ଼ିଶାବାସୀଙ୍କୁ ଉକ୍ରୃଷ୍ଟମାନର ସ୍ୱାସ୍ଥ୍ୟ ସୁବିଧା ଦେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକଟ କରିଛନ୍ତି ।
ସୋଆ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରତିÂା ହୋଇଥିବା ସମ୍ ଅଲ୍ଟିମେଟ୍ ମେଡିକେୟାର୍ ଶନିବାର ଲୋକାର୍ପିତ ହୋଇଯାଇଛି । ଲୋକାର୍ପଣ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ସମ୍ ଅଲ୍ଟିମେଟ୍ ମେଡିକେୟାର୍କୁ ନେଇ ଏଭଳି ଉଚ୍ଚ ଆଶା ପ୍ରକଟ କରିଛନ୍ତି । ସେହିପରି ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ କହିଛନ୍ତି ଯେ ଅତ୍ୟନ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସହିତ ଅନୁସନ୍ଧାନ ପାଇଁ ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆରମ୍ଭ ହୋଇଛି ସମ୍ ଅଲ୍ଟିମେଟ୍ ମେଡିକେୟାର୍ । ଏଥିପାଇଁ ମୋର ଅନେକ ଶୁଭେଚ୍ଛା । ଆଗାମୀ ଦିନରେ ଓଡ଼ିଶାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆହୁରି ଅଧିକ ସୁବିଧା ମିଳିପାରିବ ବୋଲି ଆଶା । ଓଡ଼ିଶାରେ କେବଳ ସରକାରୀ ମେଡିକାଲ୍ କଲେଜ ପ୍ରତିÂା ହେଲେ ସମସ୍ତଙ୍କୁ ଚିକିତ୍ସା ସୁବିଧା ମିଳିପାରିବ ଭାବିବା ଅନୁଚିତ । ସମ୍ ଅଲ୍ଟିମେଟ୍ ଭଳି ଆହୁରି ଅଧିକ ଘରୋଇ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଥିବା ହସ୍ପିଟାଲ୍ ପ୍ରତିÂା ହୋଇପାରିଲେ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ବହୁତ ଉନ୍ନତି କରିପାରିବ ବୋଲି ମୋର ବିଶ୍ୱାସ ।

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସମ୍ ଅଲ୍ଟିମେଟ୍ ମେଡିକେୟାର୍ ପ୍ରତିÂା ହେବା ଫଳରେ ଆଜି ଆମ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନ୍ତଃରାଷ୍ଟ୍ରୀୟ ସ୍ତରର ଚିକିତ୍ସା ସୁବିଧା ଉପଲବ୍ଧ ହୋଇପାରିଛି । ଓଡ଼ିଆ ଲୋକଙ୍କ ପାଇଁ ଏକ ଘରୋଇ ବିଶ୍ୱବିଦ୍ୟାଳୟର ପ୍ରୟାସରେ ଏହା ସମ୍ଭବ ହୋଇଛି । ଆଗାମୀ ଦିନରେ ଏହା ପୂର୍ବ ଭାରତର ସବୁଠୁ ବଡ ହସ୍ପିଟାଲ୍ରେ ପରିଣତ ହେବାକୁ ଯାଉଛି । ଯାହା ଏକ ସୁପର୍ କ୍ରିଟିକାଲ୍ ହସ୍ପିଟାଲ୍ ହେବ । ତେଣୁ ଓଡ଼ିଶାବାସୀମାନଙ୍କ ପକ୍ଷରୁ ହସ୍ପିଟାଲ୍ର ପ୍ରତିÂାତା ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କୁ ଶୁଭେଚ୍ଛା ଜଣାଉଛି । ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପ୍ରୋତ୍ସାହନରେ ସୋଆ ଭଳି ବହୁ ଘରୋଇ ଅନୁÂାନ ବଢ଼ି ଚାଲିଛି । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ଗତକାଲି ଆନ୍ତଃରାଜ୍ୟ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ପାଖରେ ଓଡ଼ିଶାର ବହୁ ଦାବି ଉପସ୍ଥାପିତ କରିଛନ୍ତି ।
ଓଡ଼ିଶା ଭଳି ରାଜ୍ୟରେ ଗୃହମନ୍ତ୍ରୀସ୍ତରୀୟ ବୈଠକ ଅନୁÂିତ ହେବା ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ପ୍ରତି ସମ୍ବେଦନଶୀଳତାକୁ ଦର୍ଶାଉଛି । ଏବେ ଓଡ଼ିଶାରେ ଭଲ ଭଲ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଆରମ୍ଭ ହେଲାଣି । ଏମ୍ସ ଭଳି ସରକାରୀ ହସ୍ପିଟାଲ୍ ସମେତ ବହୁ ଘରୋଇ ଅନୁÂାନ ହେଲାଣି । ତେବେ ଲୋକମାନଙ୍କୁ ଆହୁରି ଅଧିକ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଆୟୁଷ୍ମାନ୍ ଭାରତ ଯୋଜନା ଲାଗୁ କରନ୍ତୁ । ପ୍ରଧାନମନ୍ତ୍ରୀଙ୍କ ଏହି ମହତ୍ୱାକାଂକ୍ଷୀ ଯୋଜନାକୁ ଲାଗୁ କରି ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବାର ସୁଯୋଗ ଦିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଲୋକାର୍ପଣ ଉତ୍ସବରେ ସୋଆର ସଭାପତି ପ୍ରଫେସର ଡ. ମନୋଜ ରଞ୍ଜନ ନାୟକ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ଏବଂ ଶ୍ରୀ ପ୍ରଧାନଙ୍କୁ ସମ୍ୱର୍ଦ୍ଧିତ କରିଥିଲେ । ‘ସମମ୍’ର ସିଇଓ ଡ. ଶ୍ୱେତପଦ୍ମା ଦାଶ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଧନ୍ୟବାଦ ଦେଇଥିଲେ ।
Comments are closed, but trackbacks and pingbacks are open.