ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ମୁକାବିଲା ପାଇଁ ଏବେ ଲକ୍ଡାଉନ୍ ଚାଲିଛି । ଏଭଳି ସମୟରେ ବିଶ୍ୱବିଦ୍ୟାଳୟର କାର୍ଯ୍ୟାଳୟ ଖୋଲିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ନିଦେ୍ର୍ଧଶନାମା ଜାରି ହୋଇଛି । ବିଭାଗର ନିଦେ୍ର୍ଧଶ ଅନୁସାରେ କେବଳ ବିଶ୍ୱବିଦ୍ୟାଳୟର କାର୍ଯ୍ୟାଳୟ ଖୋଲା ରହିବ । ଅଧ୍ୟାପକ ତଥା ଅଣଅଧ୍ୟାପକ କର୍ମଚାରୀମାନେ ବିଶ୍ୱବିଦ୍ୟାଳୟକୁ ଆସିବେ । ହେଲେ ବିଶ୍ୱବିଦ୍ୟାଳୟକୁ ନା ଛାତ୍ରଛାତ୍ରୀ ଆସିବେ ନା ଅନ୍ୟ କୌଣସି ଲୋକ । ପୂର୍ବରୁ ଯେଭଳି କଡ଼ାକଡ଼ି ଥିଲା ସେହିଭଳି କଡ଼ାକଡ଼ି ଜାରି ରହିବ ବୋଲି ନିଦେ୍ର୍ଧଶ ହୋଇଛି ।
ଆଜି ବିଭାଗ ପକ୍ଷରୁ ସମସ୍ତ ଘରୋଇ ଓ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ବିଭାଗୀୟ ସଚିବ ତଥା କମିଶନର ଶାଶ୍ୱତ ମିଶ୍ର ଚିଠି ଲେଖିଛନ୍ତି । ଏଥିରେ ଉଲ୍ଲେଖ ରହିଛି, ସରକାରଙ୍କ ନିଦେ୍ର୍ଧଶ ଅନୁସାରେ ଲକ୍ଡାଉନ୍ ପିରିୟଡରେ ସମସ୍ତ ବିଶ୍ୱବିଦ୍ୟାଳୟ ଖୋଲା ରହିବ । ହେଲେ ଏଥିପାଇଁ କେତେକ ଗାଇଡ୍ଲାଇନ୍ ରହିଛି । ବିଶ୍ୱବିଦ୍ୟାଳୟକୁ ସମସ୍ତ ଗ୍ରୁପ୍-ଏ (ଅଧ୍ୟାପକ ତଥା ଅଣ ଅଧ୍ୟାପକ) କର୍ମଚାରୀ ଆସିବେ । କିନ୍ତୁ ଗ୍ରୁପ୍-ବି, ଗ୍ରୁପ୍-ସି ଓ ଗ୍ରୁପ୍-ଡି କର୍ମଚାରୀଙ୍କ ମଧ୍ୟରୁ ଏକ ତୃତୀୟାଂଶ ଆସିବେ । ହେଲେ କେଉଁ କର୍ମଚାରୀ ଆସିବେ ଓ ଆସିବେନି ସେ ସମ୍ପର୍କରେ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ । କର୍ମଚାରୀଙ୍କ ଯାତାୟାତ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ ପୁଲିସ୍ ଓ ପ୍ରଶାସନକୁ ନିଦେ୍ର୍ଧଶନାମାର ଏକ କପି ପଠାଯିବ । ତେଣୁ କର୍ମଚାରୀମାନେ ଯିବାଆସିବା ସମୟରେ ସେମାନେ ବିଭାଗର ନିଦେ୍ର୍ଧଶନାମା, ବିଶ୍ୱବିଦ୍ୟାଳୟର ନିଦେ୍ର୍ଧଶନାମା ଓ ଆଇକାର୍ଡ ପାଖରେ ରଖିବେ । ଅନ୍ୟପକ୍ଷରେ ଯଦି କୌଣସି କର୍ମଚାରୀ କାର୍ଯ୍ୟରେ ଯୋଗଦେଇପାରିବେ ନାହିଁ, ସେ ନିଜ ଉପରୋକ୍ତ ଅଧିକାରୀଙ୍କଠୁ ଛୁଟି ପାଇଁ ଦରଖାସ୍ତ କରିପାରିବେ । କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବା ପରେ କୋଭିଡ୍-୧୯ର ପ୍ରତିରୋଧ ପାଇଁ ସାମାଜିକ ଦୂରତା, ହ୍ୟାଣ୍ଡୱାସ୍, ସାନିଟାଇଜେସନ୍ ରଖିବାକୁ କୁହାଯାଇଛି । ଏହା ସହ ମାସ୍କ୍ ବାନ୍ଧିବା ବାଧ୍ୟତାମୂଳକ କରାଯାଇଛି । ବାୟୋମେଟ୍ରିକ୍ ବ୍ୟବହାର ମଧ୍ୟ ବନ୍ଦ ରହିବ ବୋଲି କଡ଼ାକଡ଼ି କୁହାଯାଇଛି ।
ବିଶ୍ୱବିଦ୍ୟାଳୟ ଖୋଲିଲେ କିନ୍ତୁ ପ୍ରାକ୍ଟିକାଲ୍ ତଥା ଥିଓରି ପରୀକ୍ଷା ପାଇଁ କୌଣସି କ୍ଲାସ୍ ହେବନାହିଁ । ଅନ୍ଲାଇନ୍ ଶିକ୍ଷାଦାନ, ଇ-ଲର୍ଣ୍ଣିଂ ତଥା ଡିଷ୍ଟାନ୍ସ ଲର୍ଣ୍ଣିଂ ଜାରି ରହିବ । କୌଣସି ଥିଓରି ଓ ପ୍ରାକ୍ଟିକାଲ୍ ପରୀକ୍ଷା ହେବନି । କିନ୍ତୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରୀକ୍ଷା ପାଇଁ ବିଭିନ୍ନ ଯୋଜନା କରାଯାଇପାରିବ । ଫଳରେ ଯେଉଁ ମୂହୁର୍ତ୍ତରେ ପରୀକ୍ଷା ପାଇଁ ଅନୁମତି ମିଳିବ ସଙ୍ଗେ ସଙ୍ଗେ ପରୀକ୍ଷା ହୋଇପାରିବ । ବିଶ୍ୱବିଦ୍ୟାଳୟ ଭିତରକୁ କୌଣସି ଛାତ୍ରଛାତ୍ରୀ ତଥା ସାଧାରଣ ବ୍ୟକ୍ତି ଆସିପାରିବେ ନାହିଁ । ଏପରିକି ହଷ୍ଟେଲ୍ରେ ମଧ୍ୟ ଛାତ୍ରଛାତ୍ରୀ ରହିପାରିବେନି । ଯଦି କୌଣସି ଦରକାରୀ କାର୍ଯ୍ୟ ଥାଏ, ଛାତ୍ରଛାତ୍ରୀ ତଥା ଅନ୍ୟ ବ୍ୟକ୍ତିବିଶେଷ ଏଥିପାଇଁ ବିଶ୍ୱବିଦ୍ୟାଳୟରୁ ଅନୁମତି ଆଣିବେ । କେବଳ ଏତିକି ନୁହେଁଁ ସମ୍ମିଳନୀ, ଆଲୋଚନା, କର୍ମଶାଳା, ସାକ୍ଷାତକାର କି ଫିଲ୍ଡ ଭିଜିଟ୍ ହେବ ନାହିଁ । ଯଦି ବି ସମ୍ମିଳନୀ କି ଆଲୋଚନାଚକ୍ର ହୁଏ, ଅନ୍ଲାଇନ୍ ମାଧ୍ୟମରେ ହେବ । ଯଦି କୌଣସି ପରୀକ୍ଷାର ମୂଲ୍ୟାୟନ ହେଉଥିବ, ଏଥିପାଇଁ ଅନୁମତି ମିଳିବ । କିନ୍ତୁ ଜୋନାଲ୍ ମୂଲ୍ୟାୟନ ହୋଇପାରିବ ନାହିଁ ବୋଲି ବିଭାଗ ପକ୍ଷରୁ ନିଦେ୍ର୍ଧଶନାମାରେ କୁହାଯାଇଛି ।
ଅନ୍ୟପକ୍ଷରେ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ବିଶ୍ୱବିଦ୍ୟାଳୟ ଖୋଲିବା ନିଷ୍ପତ୍ତିକୁ ଅନେକ ବିରୋଧ କରୁଛନ୍ତି । ବିଶ୍ୱବିଦ୍ୟାଳୟର କାର୍ଯ୍ୟାଳୟ ଖୋଲିଲେ ବି ସମସ୍ତ ଅଧ୍ୟାପକମାନେ ଆସିବେ ଲୋକଙ୍କ ସଂଖ୍ୟା ବଢ଼ିବ । ଯାତାୟାତ ପାଇଁ ଅସୁବିଧା ହେବ । ଟ୍ରେନ୍ ଓ ବସ୍ ସେବା ବନ୍ଦ ଥିବାରୁ ଯେଉଁ ଅଧ୍ୟାପକମାନେ ବିଶ୍ୱବିଦ୍ୟାଳୟଠୁ ଦୂରରେ ଅଛନ୍ତି ସେମାନେ ଆସିବେ କିଭଳି । ଯେଉଁମାନଙ୍କର ଗାଡ଼ି ନାହିଁ ସେମାନଙ୍କୁ ଅନେକ ଅସୁବିଧା ଭୋଗିବାକୁ ପଡ଼ିବ ବୋଲି କେତେକ ଅଧ୍ୟାପକମାନେ କହିଛନ୍ତି ।
Comments are closed, but trackbacks and pingbacks are open.