ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶାକୁ ଉତ୍ତମ ଭିତ୍ତିଭୂମି ଓ ଉତ୍ତମ ଯୋଗାଯୋଗ ସୁବିଧା ମାଧ୍ୟମରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଆଗକୁ ନେବା ପାଇଁ ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ରମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନ ।
ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ବରିÂ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ ସମୟରେ ଶ୍ରୀ ପ୍ରଧାନ ଏହି ମତ ରଖିଛନ୍ତ ।
ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାର ସୁବିଧାଜନକ ଭୌଗୋଳିକ ସ୍ଥିତି, ସୁଦୀର୍ଘ ବେଳାଭୂମି, ପ୍ରଚୁର ପ୍ରାକୃତିକ ସମ୍ପଦ ଏବଂ ଉତ୍ତମ ମାନବ ସମ୍ବଳ ରହିଛି । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପିତ ଆତ୍ମନିର୍ଭର ଭାରତ ପାଇଁ ଉଦ୍ଧିଷ୍ଟ ଅର୍ଥନୈତିକ ପ୍ୟାକେଜର ସବୁଠାରୁ ଅଧିକ ଲାଭ ନେଇପାରିବ ।
ଏହି ଆଲୋଚନା ସମୟରେ ଉତ୍ତମ ଭିତ୍ତିଭୂମି ଓ ଯୋଗାଯୋଗ ସୁବିଧା ମାଧ୍ୟମରେ ଓଡ଼ିଶାର ଶିଳ୍ପାୟନର ଦ୍ରୁତ ବିକାଶ ଦିଗରେ ଗୁରୁତ୍ୱ ଦିଆଯାଇଥିଲା । ଭିତ୍ତିଭୂମି ଆଧାରିତ ଅର୍ଥନୈତିକ ପ୍ରଗତି ଓଡ଼ିଶାରେ ବ୍ୟାପକ ନିଯୁକ୍ତି ସୁଯୋଗର ସୃଷ୍ଟି କରିବାର ସମ୍ଭାବନା ଥିବା ଶ୍ରୀ ପ୍ରଧାନ କହିଛନ୍ତି ।
ବୈଠକ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଛି, ଶିଳ୍ପ ଭିତ୍ତିଭୂମି, ଜଳଶକ୍ତି, ସଡ଼କ ଯୋଗାଯୋଗ, ବିମାନ ସେବା, ରେଳବାଇ, ବନ୍ଦର, ସ୍ମାର୍ଟ ସିଟି, ହାଉସିଂ ପ୍ରକଳ୍ପ ବାବଦରେ ଆଲୋଚନା ହୋଇଥିଲା । ଭାରତ ସରକାରଙ୍କ ବିଭିନ୍ନ ଯୋଜନାର ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଗ୍ରଗତି ବାବଦରେ ସମୀକ୍ଷା ହୋଇଥିଲା । ବିଭିନ୍ନ ଯୋଜନା ନେଇ ଆକ୍ସନପ୍ଲାନ୍ ପ୍ରସ୍ତୁତ ହୋଇଥିଲା । ଢେଙ୍କାନାଳରେ ଏକ ଫାର୍ମା ପାର୍କ ପ୍ରତିÂା ନେଇ ଡିପିଆର୍ ପ୍ରସ୍ତୁତ କରିବା, ପାରାଦୀପରେ ଶିଳ୍ପ ଭିତ୍ତିଭୂମି ବିକାଶ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା । ପାରାଦୀପକୁ କିଭଳି ସ୍ମାର୍ଟ ପୋର୍ଟ ସିଟି ଭାବେ ବିକଶିତ କରାଯିବ, ସେ ଦିଗରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ପାଇଁ ବୈଠକରେ ନିଷ୍ପତ୍ତି କରାଯାଇଥିଲା । ଇଣ୍ଡିଆନ ଅଏଲ୍ କର୍ପୋରେସନ ଏବଂ ଇଡକୋ ମାଧ୍ୟମରେ ଭଦ୍ରକରେ ହେବାକୁ ଥିବା ଟେକ୍ସଟାଲ୍ ପାର୍କ ପ୍ରକଳ୍ପ ବାବଦରେ ସମୀକ୍ଷା ହୋଇଥିଲା । ଶିଳ୍ପ ଭିତ୍ତିଭୂମି ସ୍କିମ୍ରେ ଢେଙ୍କାନାଳ, କଳିଙ୍ଗନଗର, ପାରାଦୀପ, ଝାରସୁଗୁଡ଼ା,ଧାମରା, ବାଲେଶ୍ୱରରେ କିଭଳି ଭାବେ ଆଗେଇବା, ସେ ନେଇ ଆଲୋଚନା ହୋଇଥିଲା । ରେଳବାଇର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା ।
ବୈଠକରେ ରାଜ୍ୟର ଶିଳ୍ପ ଓ ଶକ୍ତି ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ପ୍ରମୁଖ ଅଂଶଗ୍ରହଣ କରିଥିଲେ । କେନ୍ଦ୍ର ସରକାରଙ୍କ ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ, ଟେଲି ଯୋଗାଯୋଗ, ଜାହାଜ ଚଳାଚଳ, ତୈଳ ଓ ପ୍ରାକୃତିକ ଗ୍ୟାସ, ବେସାମରିକ ବିମାନ ଚଳାଚଳ, ଶିଳ୍ପ ଓ ବାଣିଜ୍ୟ, ସଡ଼କ ପରିବହନ ଓ ଜାତୀୟ ରାଜମାର୍ଗ, ରେଳ, ନୂତନ ଓ ଅକ୍ଷୟ ଶକ୍ତି, ଶକ୍ତି ଏବଂ ଜଳ ଶକ୍ତି ମନ୍ତ୍ରଣାଳୟର ବରିÂ ଅଧିକାରୀମାନେ ଏଥିରେ ଯୋଗଦେଇଥିଲେ । ଏହା ସହ ବୈଠକରେ କେନ୍ଦ୍ର ସରକାରଙ୍କ ଶିଳ୍ପ ଉନ୍ନୟନ ଓ ଅନ୍ତଃ ବାଣିଜ୍ୟ ସଚିବ ଗୁରୁପ୍ରସାଦ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।
Comments are closed, but trackbacks and pingbacks are open.