ଉଦ୍ଧାର କୁଟୁରାକୁ ଜଙ୍ଗଲରେ ଛଡ଼ାଗଲା

Get real time updates directly on you device, subscribe now.

ଟିକିରି: ସ୍ଥାନୀୟ ଉକ୍ରଳ ଆଲୁମିନା ଟାଉନ୍ସିପ ନିକଟ କ୍ୟାଣ୍ଟିନ୍ ପରିସରରୁ ଉଦ୍ଧାର ଆହତ କୁଟୁରାକୁ ଆଜି ବନ ବିଭାଗ ପକ୍ଷରୁ ଜଙ୍ଗଲରେ ଛାଡି ଦିଆଯାଇଥିବା ବନାଞ୍ଚଳ ଅଧିକାରୀ ଲକ୍ଷପତି ମାଝୀ କହିଛନ୍ତି ।
ସୂଚନାଥାଉକି, ଗତ ଶନିବାର ଟାଉନ୍ସିପ୍ ନୂଆପଡା ନିକଟ କ୍ୟାଣ୍ଟିନ୍ ପରିସରକୁ ଏକ କୁଟୁରା ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଉଦ୍ଧାର ପରେ କୁଟୁରାକୁ ଟିକିରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ । ବନାଞ୍ଚଳ ଅଧିକାରୀ ଶ୍ରୀ ମାଝୀଙ୍କ ସମେତ ଫରେଷ୍ଟର କାମେଶ୍ୱର ଆଚାରୀ, ବନରକ୍ଷୀ ଲଳିତ ମୋହନ ସାହୁ ପ୍ରମୁଖ ତାକୁ ନେଇ ଚିକିତ୍ସା କରାଇଥିଲେ । କୁଟୁରା ସୁସ୍ଥ ହେବା ପରେ ନବରଙ୍ଗପୁରର ଡିୟର ପାର୍କରେ ଛାଡି ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ । କିନ୍ତୁ କୌଣସି କାରଣରୁ ଡିୟର ପାର୍କ କର୍ତ୍ତୃପକ୍ଷ ତାକୁ ନେବାକୁ ମନା କରି ଦେବାରୁ ଆଜି ବନ ବିଭାଗ ପକ୍ଷରୁ ଜଙ୍ଗଲରେ ଛାଡି ଦିଆଯାଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ମାଝୀ କହିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons