ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଆ ସାହିତ୍ୟର ବିକାଶ ପାଇଁ ଓଡ଼ିଆ ପୁସ୍ତକକୁ ଅଧିକ ଲୋକପ୍ରିୟ କରାଇବା ଆବଶ୍ୟକ । ଏଥିପାଇଁ ପ୍ରତିବର୍ଷ ପୁସ୍ତକ ମେଳାର ଆୟୋଜନ କରାଯାଉଛି । ଏହା ଏକ ଭଲ ପଦକ୍ଷେପ, ଯାହଦ୍ୱାରା ପୁସ୍ତକ ପ୍ରେମୀମାନେ ପୁସ୍ତକର ଆହୁରି ନିକଟବର୍ତ୍ତୀ ହେବେ । ବିଭିନ୍ନ ସ୍ଥାନରେ ପୁସ୍ତକ ମେଳା ହେବା ଦ୍ୱାରା ମଧ୍ୟ ପାଠକପାଠିକା ମାନେ ନିଜ ରୁଚି ଅନୁସାରେ ପୁସ୍ତକ ପାଇପାରୁଛନ୍ତି ବୋଲି ‘ପଞ୍ଚଦଶ ବୌଦ୍ଧ ପୁସ୍ତକ ମେଳା’ରେ ଅତିଥିମାନେ ଯୋଗଦେଇ କହିଥିଲେ । ବୌଦ୍ଧ ଜିଲ୍ଲା ସଦର ମହକୁମା କଚେରୀ ପଡ଼ିଆଠାରେ ୭ଦିନ ଧରି ଚାଲିଥିବା ପୁସ୍ତକ ମେଳାର ଉଦ୍ୟାପନୀ ଉତ୍ସବରେ ରାଜ୍ୟ ସରକାରଙ୍କ ଲୋକ ସମ୍ପର୍କ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ, ଉକ୍ରଳ ପ୍ରସଙ୍ଗର ସମ୍ପାଦକ ଡ.ଲେନିନ୍ ମହାନ୍ତି ଯୋଗଦେଇ ମଣିଷ ଜୀବନରେ ପୁସ୍ତକର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ ।
ଏହି ପୁସ୍ତକ ମେଳାରେ ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ ଓ ଦୈନିକ ‘ସମ୍ବାଦ’ର ଉପମହାପ୍ରବନ୍ଧକ ଦେବେନ୍ଦ୍ର ସାମନ୍ତରାୟ ଯୋଗଦେଇଥିଲେ । ପୁସ୍ତକ ମେଳା ଆୟୋଜକଙ୍କ ପକ୍ଷରୁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମରେ ଶ୍ରୀ ମଙ୍ଗରାଜ ଓ ଉକ୍ରଳ ପ୍ରସଙ୍ଗ ସମ୍ପାଦକ ଶ୍ରୀ ମହାନ୍ତିଙ୍କୁ ‘ବାର୍ତ୍ତାବହ ସମ୍ମାନ-୨୦୧୯’ରେ ସମ୍ମାନିତ କରାଯାଇଥିଲା ।
Comments are closed, but trackbacks and pingbacks are open.