ଉଦ୍‌ଘାଟିତ ହେଲା ଆଦିବାସୀ ମେଳା ୨୦୨୦

Get real time updates directly on you device, subscribe now.

ଭୁବନେଶ୍ବର: ଉଦ୍‌ଘାଟିତ ହେଲା ଆଦିବାସୀ ମେଳା ୨୦୨୦ । ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ମେଳାକୁ ଉଦ୍ ଘାଟନ କରିଛନ୍ତି । ଏହି ମେଳାରେ ୨୦ରୁ ଅଧିକ ଆଦିବାସୀ ସମ୍ପ୍ରଦାୟର ଲେ।କଙ୍କ ଚଳଣି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଛି । ମାଟି ଝାଟିର ଘର ଉପରେ କଖାରୁ ଡଙ୍କ ମାଡିଛି । ବାଡିରେ ବିଭିନ୍ନ ରକମର ପରିବା ଗଛ । ବେଶ୍ ସୁନ୍ଦର ଭାବେ ସଶଜସଜ୍ଜା ହେ।ଇଛି ।
ତେବେ ଚଳିତ ବର୍ଷ ଆଦିବାସୀ ମେଳାରେ ଦେଖିବାକୁ ମିଳିଛି କିଛି ନୂଆ ଆୟେ।ଜନ । ଏଥର ରାଜ୍ୟର ଆଦିବାସୀ ଖାଦ୍ୟ ସହ ଆହୁରି ୧୩ଟି ରାଜ୍ୟର ଖାଦ୍ୟ ସାମଗ୍ରୀ ଜାତୀୟ ଟ୍ରାଇବାଲ ଫୁଡ କେ।ର୍ଟରେ ସ୍ଥାନ ପାଇଛି । ସେହିଭଳି ହସ୍ତଶିଳ୍ପ ସାମଗ୍ରୀ ବିକ୍ରିଲାଗି ରହିଛି ସ୍ବତନ୍ତ୍ର କ୍ରାଫ୍ଟ ଭିଲେଜ । ଏଥିରେ ବିଭିନ୍ନ କଳାକୃତିର ଲାଇଭ ଡେମୋ ରହିଛି । ଜାତୀୟ ଟ୍ରାଇବାଲ ଡ୍ୟନ୍ସ ଫେଷ୍ଟିଭାଲରେ ବିଭିନ୍ନ ରାଜ୍ୟର କିଛି ସ୍ବତନ୍ତ୍ର ନୃତ୍ୟ ଟ୍ରାଇବାଲ ଡ୍ୟାନ୍ସ ଦେଖିବାକୁ ମିଳିବ । ଜାନୁୟାରୀ ୨୬ରୁ ଫେବୃଆରୀ ୯ ପର୍ୟ୍ୟନ୍ତ ଚାଲିବ ଆଦିବାସୀ ମେଳା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons