‘ଉନ୍ନତି ଭବନ’ ଉଦ୍ଘାଟିତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଲୋକାର୍ପିତ ହେଲା ‘ଉନ୍ନତି ଭବନ’ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ଏହି ଚକାଚକ୍ ବହୁତଳ ଅଟ୍ଟାଳିକାକୁ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି । ୩୦ କୋଟି ଟଙ୍କା ବ୍ୟୟରେ ଏହି ବିଶାଳ ଅଟ୍ଟାଳିକା ନିର୍ମାଣ କରାଯାଇଛି ।
ଭୁବନେଶ୍ୱରର ସତ୍ୟନଗରରେ ରହିଛି ଏହି ୫ମହଲା ବିଶିଷ୍ଟ ଉନ୍ନତି ଭବନ । ଦୁଇ ଏକର ଜମି ଉପରେ ଉନ୍ନତି ଭବନ ନିର୍ମାଣ ହୋଇଛି । ୯୩ ହଜାର ୨୫୦ ବର୍ଗଫୁଟ ଜାଗାରେ ବିଲ୍ଡିଂ ରହିଛି । ପାର୍କିଂ ପାଇଁ ୩୫ ହଜାର ୫୦ ବର୍ଗ ଫୁଟ୍ ଜାଗା ରଖାଯାଇଛି । ପାର୍କିଂ ଅଞ୍ଚଳରେ ୨୫୦ଟି ଦୁଇ ଚକିଆ ଏବଂ ୮୦ଟି ଚାରି ଚକିଆ ଯାନ ରହିବାର ବ୍ୟବସ୍ଥା କରାଯାଇଛି । ଏହି ଅଟ୍ଟାଳିକାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ବିଭିନ୍ନ କାର୍ଯ୍ୟାଳୟ ଯଥା, ଓଡ଼ିଶା ୱାଟର୍ ସପ୍ଲାଏ ଆଣ୍ଡ୍ ସ୍ୱେରେଜ୍ ବୋର୍ଡ, ପବ୍ଲିକ୍ ହେଲ୍ଥ ଇଞ୍ଜିନିୟରିଂ ଅର୍ଗାନାଇଜେସନ୍, ୱାଟ୍କୋ, ଆବାସ ମିଶନ, ଜାଗା ମିଶନ କାର୍ଯ୍ୟାଳୟ କାମ କରିବ । ଯେଉଁଠି ଏକାଠି ୪୦୦ ବ୍ୟକ୍ତି କାମ କରିପାରିବେ ।
ଏହି ଅଟ୍ଟାଳିକାରେ ୧୧୦ କିଲୋୱାଟ୍ ସୋଲାର୍ ପାୱାର୍ ପ୍ଲାଣ୍ଟ୍, ଛାତ ଉପରେ ବର୍ଷା ଜଳ ଅମଳ ବ୍ୟବସ୍ଥା, ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ଏହାବ୍ୟତୀତ ସଭାସମିତି ପାଇଁ ୩ଟି ବଡ଼, ୩ଟି କ୍ଷୁଦ୍ର ସମ୍ମିଳନୀ କକ୍ଷ, ପାଠାଗାର, ଖାଦ୍ୟ ପ୍ରସ୍ତୁତି, ଖାଦ୍ୟ ଗ୍ରହଣ ସ୍ଥାନ, ରିସେପ୍ସନ୍ ଲବି, ୪ଟି ଅତିଥି ଅଭ୍ୟର୍ଥନା ପ୍ରକୋÂ ସାଙ୍ଗକୁ ଅଟ୍ଟାଳିକା ବାହାରେ ସୁନ୍ଦର ଲ୍ୟାଣ୍ଡ୍ସ୍କେପିଂ, ଅତି ଆକର୍ଷଣୀୟ ସୁସଜ୍ଜିତ ଆଲୋକ ବ୍ୟବସ୍ଥା ସାଙ୍ଗକୁ ସିସିଟିଭି ବ୍ୟବସ୍ଥା କରାଯାଇଛି । ଏହି ପ୍ରକଳ୍ପରେ ମୋଟ ୩୦କୋଟି ଖର୍ଚ୍ଚ ହୋଇଛି ।
ଏହି ଭବନ ଲୋକାର୍ପଣ ଅବସରରେ ଆୟୋଜିତ ଉତ୍ସବରେ ଓଡ଼ିଶା ପୌର ପ୍ରଶାନ ସେବା (ଓଏମ୍ଏଏସ୍) ଏବଂ ଓଡ଼ିଶା ପୌର ଯୋଜନା ସେବା (ଓଏମ୍ପିଏସ୍) ଅଧିକାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ ମୁଖ୍ୟମନ୍ତ୍ରୀ । ୨୮ଜଣ ଓଏମ୍ଏଏସ୍ ଏବଂ ୧୨ଜଣ ଓଏମ୍ପିଏସ୍ ଅଧିକାରୀଙ୍କୁ ନିଯୁକ୍ତ ପତ୍ର ପ୍ରଦାନ କରାଯାଇଛି । ସମସ୍ତ ଯୁବ ଅଧିକାରୀଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ‘ମୋ ସରକାର’ ଏବଂ ୫ ‘ଟି’ଧାରାରେ କାର୍ଯ୍ୟକରି ସହରାଞ୍ଚଳର ପୌର ଶାସନ ବ୍ୟବସ୍ଥାକୁ ଏକ ନୂତନ ସ୍ତରକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏବଂ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏହା ସହ ପ୍ରତ୍ୟେକ ଗୃହକୁ ସ୍ୱଚ୍ଛ ଓ ନିରବିଚ୍ଛିନ୍ନ ପିଇବା ପାଣି ଯୋଗାଣ ପାଇଁ ଆରମ୍ଭ କରାଯାଇଥିବା ‘ଡ୍ରିଙ୍କ୍ ଫ୍ରମ୍ ଦ ଟ୍ୟାପ୍ ମିଶନ’ ଓ ୨୪ ଘଣ୍ଟିଆ ପିଇବା ପାଣି ଯୋଗାଣ ଯୋଜନାରେ କାର୍ଯ୍ୟରତ ୱାଟ୍କୋର କର୍ପୋରେଟ ଅଫିସକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଜାଗା ମିଶନ କାର୍ଯ୍ୟାଳୟକୁ ମଧ୍ୟ ଉଦଘାଟନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons