ଉନ୍ନାଓ ଘଟଣାର ନୂଆ ମୋଡ଼:ଦୁର୍ଘଟଣା ପୂର୍ବରୁ ଟ୍ରକ୍ ନମ୍ବର ପ୍ଲେଟ ଠିକ୍ ଥିଲା

Get real time updates directly on you device, subscribe now.

ଲକ୍ଷେ୍ନø: ଉନ୍ନାଓ ବଳାକ୍ରାର ପୀଡିତାଙ୍କୁ ଟ୍ରକ ମଡାଇ ହତ୍ୟା ଉଦ୍ୟମ କରାଯିବା ଘଟଣାର ଆଜି ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଦୁର୍ଘଟଣା ସମୟରେ ଟ୍ରକର ନମ୍ବର ପ୍ଲେଟ୍ରେ କଳା (ଗ୍ରୀଜ)ବୋଳା ଯାଇଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଦୁର୍ଘଟଣାର କିଛି ସମୟ ପୂର୍ବରୁ ତାହା ଠିକ୍ ଥିଲା ବୋଲି ପ୍ରମାଣ ମିଳିଛି ।
ସୂଚନା ଅନୁସାରେ ଦୁର୍ଘଟଣାସ୍ଥଳ ଗୁରବକ୍ସଗଞ୍ଜ ଠାରୁ ୨୦ କି.ମି. ଦୂର ରାୟବରେଲିର ଲାଲଗଞ୍ଜରେ ରହିଛି ଏକ ଟୋଲ ପ୍ଲାଜା । ସେଥିରେ ଲାଗିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ଭାବେ ଜଣାପଡିଛି ଯେ ଜୁଲାଇ ୨୮ ତାରିଖ ସକାଳ ୫ଟା ୨୦ ମିନିଟ୍ରେ ସେହି ବାଟ ଦେଇ ଟ୍ରକଟି ଆସିଥିଲା । ସେତେବେଳେ ତାହାର ନମ୍ବର ପ୍ଲେଟରେ କୌଣସି କଳା ବୋଳାଯାଇ ନଥିଲା । ଟ୍ରକର ନମ୍ବର ସ୍ପଷ୍ଟ ଭାବେ ଦେଖାଯାଉଥିଲା । କିନ୍ତୁ ୧୨ଟା ୩୦ରେ ଦୁର୍ଘଟଣା ଘଟିବା ବେଳେ ନମ୍ବର ପ୍ଲେଟରେ କଳା ବୋଳାଯାଇଥିଲା । ଟ୍ରକର ମାଲିକ ଦେବେନ୍ଦ୍ର ସିଂହ ପୁଲିସକୁ କହିଥିଲେ ଯେ ଗାଡିର କିସ୍ତି ଖିଲାପ ଥିବାରୁ ଫାଇନାନ୍ସ କମ୍ପାନି ଟ୍ରକକୁ ଜବତ କରିନେବାର ଆଶଙ୍କା ଥିଲା । ତେଣୁ ତାକୁ ଏଡାଇବା ଲାଗି ସେ ନମ୍ବର ପ୍ଲେଟରେ କଳା ବୋଳିଥିଲେ ।
ଅପରପକ୍ଷରେ କାନପୁର ଠାରେ ଥିବା ଫାଇନାନ୍ସ କମ୍ପାନି ଓରିକ୍ସ ପକ୍ଷରୁ କୁହାଯାଇଛି କି ଟ୍ରକ ମାଲିକ ଦେବେନ୍ଦ୍ରଙ୍କ ଉପରେ କୌଣସି ଚାପ ନଥିଲା । କମ୍ପାନିର ମ୍ୟାନେଜର ଶଶୀ କୁମାରଙ୍କ କହିବାନୁଯାୟୀ ଟ୍ରକ ଜବତ କରିବାର ଆଶଙ୍କା ନ ଥିଲା । ଦେବେନ୍ଦ୍ର ପ୍ରତିମାସରେ ୮୦ ହଜାର ଟଙ୍କାର କିସ୍ତି ଦେଉଥିଲେ । ତାହା ସେ ନିୟମିତ ଭାବେ ପ୍ରଦାନ କରୁଥିଲେ । କିନ୍ତୁ କିଛିମାସ ହେବ କିସ୍ତି ଖିଲାପ କରିଥିଲେ । ଜୁନ ୨୫-୨୬ ତାରିଖରେ ଫତେପୁରର ଏକ ଢ଼ାବାରେ ସେ ଦେବେନ୍ଦ୍ରଙ୍କୁ ଭେଟିଥିଲେ ଏବଂ କିସ୍ତି ଦେବାକୁ ଅନୁରୋଧ କରିଥିଲେ । କିିସ୍ତି ଖିଲାପ କଲେ ଗାଡିକୁ ବଳପୂର୍ବକ ଜବତ କରାଯିବ ନାହିଁ ବୋଲି କମ୍ପାନି ସବୁ ଗ୍ରାହକଙ୍କୁ ଲିଖିତ ଭାବେ ପ୍ରତିଶ୍ରୁତି ଦେଇଥିଲା ବୋଲି କୁମାର କହିଛନ୍ତି ।
ଅନ୍ୟ ଏକ ଘଟଣାକ୍ରମରେ ବଳାକ୍ରାରୀ ବିଧାୟକ କୁଲଦୀପ ସେଙ୍ଗରଙ୍କୁ ମିଳିଥିବା ସମସ୍ତ ଅସ୍ତ୍ର ଲାଇସେନ୍ସକୁ ଆଜି ବାତିଲ କରିଦିଆଯାଇଛି । ଉନ୍ନାଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ତାଙ୍କୁ ମିଳିଥିବା ଗୋଟିଏ ଗନ, ଗୋଟିଏ ରାଇଫଲ ଓ ଗୋଟିଏ ରିଭଲଭରକୁ ଜବତ କରାଯାଇଛି । ଇତିମଧ୍ୟରେ ସିବିଆଇର ଏକ ୩ ଜଣିଆ ଟିମ୍ ସୀତାପୁର ଜିଲ୍ଲା ଜେଲ୍ରେ ସେଙ୍ଗରଙ୍କୁ ଜେରା କରିଛନ୍ତି । ଏଥିସହିତ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ବିଧାୟକଙ୍କ ଭାଇ ଅତୁଲ ସେଙ୍ଗର ଏବଂ ଜେଲ୍ର କିଛି ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ପଚରାଉଚୁରା କରାଯାଇଛି । ସେଙ୍ଗରଙ୍କୁ ଜେରା କରିବା ଲାଗି ପୂର୍ବରୁ ସିବିଆଇ କୋର୍ଟଙ୍କ ଠାରୁ ଅନୁମତି ନେଇଥିଲା । ବଳାକ୍ରାର ମାମଲାରେ ୨୦୧୮ ଏପ୍ରିଲ ୧୩ରେ ସିବିଆଇ ଦ୍ୱାରା ଗିରଫ ହେବା ପରେ ସେଙ୍ଗର ସୀତାପୁର ଜେଲ୍ରେ ରହୁଛନ୍ତି । ୨୦୧୭ ଜୁନ୍ ୪ରେ ସେ ପୀଡିତା ନାବାଳିକାଙ୍କୁ ବଳାକ୍ରାର କରିଥିବା ଅଭିଯୋଗ ହୋଇଥିଲା । ଗତ ରବିବାର ପୀଡିତା, ତାଙ୍କ ପରିବାର ସଦସ୍ୟ ଓ ଓକିଲ ଲକ୍ଷେ୍ନø ଯାଉଥିବା କାର୍କୁ ଟ୍ରକ ମଡାଇ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ମଧ୍ୟ ସେଙ୍ଗରଙ୍କ ନାମରେ ଆଉ ଏକ ମାମଲା ରୁଜୁ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons