ଉନ୍ନାଓ ବଳାକ୍ରାର ପୀଡ଼ିତାଙ୍କ ପରିବାରକୁ ମାରିବାକୁ ଉଦ୍ୟମ :ବିଜେପି ବିଧାୟକଙ୍କ ସହ ୧୦ ଜଣଙ୍କ ବିରୋଧରେ ମାମଲା

Get real time updates directly on you device, subscribe now.

ରାୟବରେଲି: ୟୁପିର ଉନ୍ନାଓ ବଳାକ୍ରାର ଘଟଣାର ପୀଡ଼ିତା ଓ ତାଙ୍କ ପରିବାର ସଦସ୍ୟଙ୍କୁ ସଡ଼କ ଦୁର୍ଘଟଣା ଘଟାଇ ନିପାତ କରିବାକୁ ଉଦ୍ୟମ କରିଥିବା ଅଭିଯୋଗରେ ରାଜ୍ୟର ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗର, ତାଙ୍କ ଭାଇ ଏବଂ ଅନ୍ୟ ୮ ଜଣଙ୍କ ବିରୋଧରେ ପୁଲିସ ଆଜି ଏକ ମାମଲା ଦାୟର କରିଛି । ସେମାନଙ୍କ ବିରୋଧରେ ହତ୍ୟା ଏବଂ ହତ୍ୟା ଉଦ୍ୟମ ଅଭିଯୋଗରେ ମାମଲା ଦାୟର କରାଯାଇଛି । ଜେଲରେ ବନ୍ଦୀ ଥିବା ପୀଡ଼ିତାଙ୍କ ଦାଦାଙ୍କ ଅଭିଯୋଗ କ୍ରମେ ଏହି ମାମଲା ଦାୟର କରାଯାଇଛି ।
ଗତକାଲି ପୀଡ଼ିତା ନିଜ ପରିବାର ସଦସ୍ୟଙ୍କ ସହ ଜେଲରେ ବନ୍ଦୀ ଥିବା ଦାଦାଙ୍କୁ ଭେଟିବାକୁ ଯାଉଥିଲାବେଳେ ଏକ ଟ୍ରକ୍ ସେମାନଙ୍କ କାର୍କୁ ଧକ୍କା ଦେଇଥିଲା । ଏଥିରେ ତାଙ୍କ ଖୁଡୀ ଏବଂ ମାଉସୀ ପ୍ରାଣ ହରାଇଥିଲାବେଳେ ତାଙ୍କ ଓକିଲ ଏବଂ ସେ ନିଜେ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କ ସ୍ଥିତି ଏବେ ଉଦ୍ବେଗଜନକ ରହିଛି । ପୀଡ଼ିତା ଲାଇଫ ସପୋର୍ଟ ସିଷ୍ଟମ ସହାୟତାରେ ବଞ୍ôଚ ରହିଛନ୍ତି । ସେ କଥାବାର୍ତ୍ତା କରିବା ସ୍ଥିତିରେ ନାହାନ୍ତି । ସେ ଏବେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ବୋଲି ଜଣାପଡିଛି ।
ଏହି ଦୁର୍ଘଟଣା ପରେ ପୀଡ଼ିତାଙ୍କ ମାଆ, ଭଉଣୀ ଏବଂ ଅନ୍ୟ ସମ୍ପର୍କୀୟମାନେ ଅଭିଯୋଗ କରିଥିଲେ କି ଏହା ଏକ ଦୁର୍ଘଟଣା ନୁହେଁ । ବରଂ ପୀଡ଼ିତା ଓ ତାଙ୍କ ପରିବାରକୁ ନିପାତ କରିବା ପାଇଁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର । ତା’ଛଡା ଦୁର୍ଘଟଣାରେ ଯେଉଁ ଟ୍ରକ୍ ସାମିଲ ଥିଲା, ତାହାର ନମ୍ବର କଳା କରାଯାଇଥିବାରୁ ସମସ୍ତଙ୍କର ସନ୍ଦେହ ବଢ଼ିଯାଇଥିଲା । ପୁଲିସ ଅବଶ୍ୟ ଟ୍ରକର ଡ୍ରାଇଭର ଓ ମାଲିକଙ୍କୁ ଗିରଫ କରିଛି । ସେହିପରି ଏହି ଘଟଣାର ସମ୍ବେଦନଶୀଳତାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏହି ଦୁର୍ଘଟଣାର ତଦନ୍ତ ବି ସିବିଆଇ ଉପରେ ନ୍ୟସ୍ତ କରିଛନ୍ତି । ସିବିଆଇ ପୂର୍ବରୁ ଏହି ବଳାକ୍ରାର ଘଟଣାର ତଦନ୍ତ କରୁଥିଲା ।
ଅନ୍ୟପଟରେ ଏହି ଘଟଣାକୁ ନେଇ କଂଗ୍ରେସ, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ ଏବଂ ଅନ୍ୟ ଦଳମାନେ କଡ଼ା ସମାଲୋଚନା କରିବା ସହିତ ଏହା ପଛରେ ଷଡ଼ଯନ୍ତ୍ର ଥିବାର ଅଭିଯୋଗ କରିଛନ୍ତି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଏହି ଘଟଣାକୁ ଭର୍ତ୍ସନା କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ଦୁର୍ଘଟଣାର ଏସଆଇଟି ଦ୍ୱାରା ତଦନ୍ତ କରାଇବାକୁ ଦାବି କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ପୀଡ଼ିତା ଯୁବତୀ ଚାକିରି ଆଶାରେ ଉକ୍ତ ବିଧାୟକଙ୍କ ଘରକୁ ଯାଇଥିଲାବେଳେ ସେ ତାଙ୍କର ବଳାକ୍ରାର କରିଥିଲେ । ପୁଲିସ ପ୍ରଥମେ ଏହି ଘଟଣାକୁ ଦବାଇବାକୁ ଉଦ୍ୟମ କରିଥିଲା ଏବଂ ପୀଡ଼ିତାଙ୍କ ବାପାଙ୍କ ବିରୋଧରେ ମିଛ ମାମଲା ଦାୟର କରି ତାଙ୍କୁ ଗିରଫ କରିଥିଲା । ଏହାପରେ ପୀଡ଼ିତାଙ୍କ ବାପାଙ୍କୁ ଏମିତି ନିର୍ଯାତନା ଦିଆଯାଇଥିଲା ଯେ ତା’ ଯୋଗୁ ସେ ପ୍ରାଣ ହରାଇଥିଲେ । ତାଙ୍କ ଦାଦାଙ୍କୁ ଅନ୍ୟ ଏକ ମାମଲାରେ ପୁଲିସ ଗିରଫ କରିଛି । କିନ୍ତୁ ନ୍ୟାୟ ପାଇଁ ପୀଡ଼ିତା ଯୁବତୀ ସଂଘର୍ଷ ଜାରି ରଖିଥିଲେ । ପରେ ଅବଶ୍ୟ ପୁଲିସ ଏହି ଘଟଣାକୁ ନେଇ ମାମଲା ଦାୟର କରିଥିଲା । ପରେ ଏହାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଇଥିଲା । ରାଜ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗତବର୍ଷ ସିବିଆଇ ଉକ୍ତ ବିଧାୟକଙ୍କୁ ଗିରଫ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons