ଉନ୍ନାଓ ବଳାକ୍ରାର ମାମଲା :ସେଙ୍ଗରଙ୍କ ବିରୋଧରେ ଅଭିଯୋଗ ନିର୍ଦ୍ଧାରିତ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଉନ୍ନାଓ ବଳାକ୍ରାର ମାମଲାରେ ଅଭିଯୁକ୍ତ ଥିବା ବିଜେପିର ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ସମସ୍ୟା ଆହୁରି ବଢ଼ିଯାଇଛି । ପୀଡ଼ିତାଙ୍କ ପିତାଙ୍କୁ ମିଥ୍ୟା ଅଭିଯୋଗରେ ଫସାଇବା ଏବଂ ଜେଲ୍ ମଧ୍ୟରେ ତାଙ୍କର ହତ୍ୟା କରିବା ମାମଲାରେ କୁଲଦୀପଙ୍କ ବିରୋଧରେ ଏଠାକାର ଏକ ଅଦାଲତ ଅଭିଯୋଗ ନିର୍ଦ୍ଧାରଣ କରିଛନ୍ତି । କୁଲଦୀପଙ୍କ ସମେତ ତାଙ୍କ ଭାଇ, ୟୁପି ପୁଲିସର ୩ ପୁଲିସକର୍ମୀ ଏବଂ ଅନ୍ୟ ୫ ଜଣଙ୍କ ବିରୋଧରେ ମଧ୍ୟ ଏହି ମାମଲାରେ ଚାର୍ଜ ଫ୍ରେମ କରାଯାଇଛି । ଆଇପିସି ଧାରା ୩୦୨, ୫୦୬, ୩୪୧, ୧୨୦ ବି, ୧୯୩ ଏବଂ ଧାରା ୨୫ ଅଧୀନରେ ସେମାନଙ୍କ ବିରୋଧରେ ଚାର୍ଜ ଫ୍ରେମ କରାଯାଇଛି । ଉଲ୍ଲେଖଯୋଗ୍ୟ, ଉନ୍ନାଓ ବଳାକ୍ରାର ଘଟଣା ସହ ସମ୍ପର୍କିତ ସମସ୍ତ ମାମଲାର ଶୁଣାଣି ଏବେ ଦିଲ୍ଲୀର ଏକ ଅଦାଲତରେ ଚାଲୁଛି । ସୁପ୍ରିମକୋର୍ଟ କିଛି ଦିନ ତଳେ ଏସବୁ ମାମଲାକୁ ୟୁପିରୁ ଦିଲ୍ଲୀକୁ ସ୍ଥାନାନ୍ତର କରିଥିଲେ । ୪୫ ଦିନ ଭିତରେ ଏସବୁର ଶୁଣାଣି ଶେଷ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପୀଡ଼ିତାକୁ ସଡ଼କ ଦୁର୍ଘଟଣା ଜରିଆରେ ହତ୍ୟା କରିବା ମାମଲାର ତଦନ୍ତ ବି ୧୫ ଦିନରେ ଶେଷ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଇଛି ।
୨୦୧୭ରେ ପୀଡ଼ିତା ଏକ ଚାକିରି ପାଇବା ଆଶାରେ ସେଙ୍ଗରଙ୍କ ଘରକୁ ଯାଇଥିଲାବେଳେ ସେ ଓ ତାଙ୍କର ଜଣେ ସହଯୋଗୀ ପୀଡ଼ିତା ଯୁବତୀଙ୍କୁ ବଳାକ୍ରାର କରିଥିଲେ । ଏହି ଘଟଣାକୁ ଦବାଇବା ପାଇଁ ତାଙ୍କ ବାପାଙ୍କ ନାମରେ ମିଥ୍ୟା ମାମଲା ଦାୟର କରାଯାଇଥିଲା । ପରେ ପୀଡିତାଙ୍କ ବାପା ଓ ଏହି ଘଟଣାର ଜଣେ ସାକ୍ଷୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । କିଛି ଦିନ ତଳେ ପୀଡ଼ିତା ନିଜ ପରିବାର ଲୋକଙ୍କ ସହ କାର୍ରେ ଯାଉଥିଲାବେଳେ ସେମାନଙ୍କୁ ସଡ଼କ ଦୁର୍ଘଟଣା ମାଧ୍ୟମରେ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା । ଏହି ଘଟଣାରେ ପୀଡ଼ିତାଙ୍କ ଖୁଡୀ ଏବଂ ମାଉସୀଙ୍କର ମୃତ୍ୟୁ ହୋଇଥିଲା । ପୀଡ଼ିତା ଯୁବତୀ ଏବଂ ତାଙ୍କ ଓକିଲ ଏଥିରେ ଗୁରୁତର ଆହତ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons