ଉପକାରୀ ରସୁଣ

Get real time updates directly on you device, subscribe now.

ପ୍ରାଚୀନ କାଳରୁ ମନୁଷ୍ୟ ରସୁଣକୁ ଔଷଧ ରୂପେ ବ୍ୟବହାର କରିଆସିଛି । ଏହା ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହିତ ଶରୀର ପାଇଁ ଉପଯୋଗୀ । ଏଥିରେ ଭିଟାମିନ୍ ସି, ଭିଟାମିନ୍ ବି୬, ମାଙ୍ଗାନିଜ୍, ସେଲେନିୟମ୍, କ୍ୟାଲସିୟମ୍,ଫସ୍ଫରସ୍, ପୋଟାସିୟମ୍, କପର ଆଦି ପୋଷକ ତତ୍ତ୍ୱ ରହିବା ସହିତ ବିଭିନ୍ନ ପ୍ରକାର ଆଣ୍ଟିଅକ୍ସିଡେଣ୍ଟ ରହିଛି । ରସୁଣକୁ ଉପଯୁକ୍ତ ଭାବେ ବ୍ୟବହାର କଲେ, ବିଭିନ୍ନ ପ୍ରକାର ରୋଗରୁ ଉପଶମ ମିଳେ । ଶ୍ୱାସ ସମସ୍ୟା ଥିଲେ କିମ୍ବା ଶରୀରରେ ଥଣ୍ଡା ଲାଗି ରହୁଥିଲେ, ପ୍ରତିଦିନ ୩ରୁ ୪ ପାଖୁଡ଼ା ରସୁଣ ଖାଇଲେ, ଏହି ସମସ୍ୟାରୁ ମୁକ୍ତି ମିଳେ । ଯଦି ନିମୋନିଆ ରୋଗର ଲକ୍ଷ୍ୟଣ ଆରମ୍ଭ ହୁଏ, ତେବେ କ୍ଷୀରରେ ରସୁଣକୁ ସିଝାଇ ପିଇଲେ ଉପଶମ ମିଳେ । ପାଗ ପରିବର୍ତ୍ତନ ଯୋଗୁ ଥଣ୍ଡା ହେଲେ ଆମେ ଔଷଧ ସେବନ କରିଥାଏ । ଉକ୍ତ ଔଷଧ ଶରୀରରେ ଥିବା ଜୀବାଣୁ ନଷ୍ଟ କରିଦିଏ । ସେହି ଜୀବାଣୁଙ୍କ ମଧ୍ୟରେ କେତେକ ଖରାପ ଓ ଭଲ ଜୀବାଣୁ ରହିଥାନ୍ତି । ଏହିପରିସ୍ଥଳରେ ରସୁଣ ସେବନ କଲେ , ପରିବର୍ତ୍ତନ ପାଗ ଯୋଗୁ ଶରୀରେ ବୃଦ୍ଧି ପାଇଥିବା ଖରାପ ଜୀବାଣୁ ହିଁ ମରିଥାଏ । ଏଣୁ ରସୁଣ ଏକ ପ୍ରାକୃତିକ ଔଷଧ ରୂପେ ପରିଚିତ । ରକ୍ତରେ କୋଲେଷ୍ଟୋରଲ ପରିମାଣ ଅଧିକ ହୋଇଗଲେ ଧମନୀରେ ରକ୍ତ ସଂଚାଳନ ସୁଚାର ରୂପେ ହୋଇପାରିନଥାଏ । ଯାହା ହୃଦରୋଗ ଆଶଙ୍କା ବୃଦ୍ଧି କରେ । ପ୍ରତ୍ୟେକ ଦିନ ଖାଲି ପେଟରେ ଗୋଟିଏ ଲେଖାଏଁ ରସୁଣ ପାଖୁଡ଼ା ଚୋବାଇ ଖାଇଲେ କୋଲେଷ୍ଟୋରଲ କମିବା ସହିତ ରକ୍ତ ପତଳା ହୁଏ । ମଧୁମେହ ରୋଗୀ ପ୍ରତ୍ୟେକ ଦିନ ରସୁଣ ଖାଇବା ଉଚିତ୍ । ରସୁଣ ଅତ୍ୟଧିକ ଚର୍ବି କମିବା ସହିତ ଶରୀରରେ ଚର୍ବି ଜମା କରିବା ପ୍ରକ୍ରିୟା ଧୀର କରେ । ଏହା ଶରୀରରେ ଟକ୍ସିନ୍ ବା ବିଷକୁ କମ୍ କରେ । ରସୁଣରେ ଆଲିସିନ୍ ରିହଥାଏ । ଯାହା ଚର୍ମରେ ଥିବା ବିଷାକ୍ତ ତତ୍ତ୍ୱକୁ ହ୍ରାସ କରେ । ଏହାସହିତ ଚର୍ମ ସଂକ୍ରମଣରୁ ସୁରକ୍ଷା ମିଳେ । ରସୁଣ ପାକସ୍ଥଳୀରେ ଥିବା ଇକୋଲିନ୍ ଓ ସାଲମୋନେଲା ଭଳି ମାରାତ୍ମକ ଜୀବାଣୁ ହ୍ରାସ କରେ । ଫଳରେ ବିପାକ ପ୍ରକ୍ରିୟା ଉନ୍ନତ ହୁଏ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons