ଉପଜିଲ୍ଲାପାଳଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ

Get real time updates directly on you device, subscribe now.

ବଲାଙ୍ଗିର,(ବି.ବି.ନୁ୍ୟଜ୍): ବଲାଙ୍ଗିର ଉପଜିଲ୍ଲାପାଳ ସଞ୍ଜୟ ମିଶ୍ରଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ହୋଇଛି । କାର୍ଯ୍ୟାଳୟର ଜଣେ ଅଧସ୍ତନ ମହିଳା କର୍ମଚାରୀ ଏନେଇ ଅଭିଯୋଗ ଆଣିଛନ୍ତି । ଗତ ପ୍ରାୟ ୧୫ଦିନ ତଳେ ସେ ଅଭିଯୋଗ କରିଥିଲେ ହେଁ କୌଣସି କାର୍ଯ୍ୟାନୁÂାନ ହୋଇନଥିଲା । ଘଟଣାଟି ଲୋକଲୋଚନକୁ ଆସିବା ପରେ ଗତ ୩ଦିନ ତଳେ ଏକ କମିଟି ଗଠନ କରାଯାଇ ଏହାର ତଦନ୍ତ ଚାଲିଛି ବୋଲି ଆଜି ପ୍ରଶାସନ ପକ୍ଷରୁ ସଫେଇ ଦିଆଯାଇଛି । ଅପରପକ୍ଷେ ରାଜ୍ୟ ସରକାର ଅଭିଯୁକ୍ତ ଉପଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କୁ ଆଜି ନିଲମ୍ବିତ କରିଛନ୍ତି ।
ଗତ ୧୪ ତାରିଖରେ ପୀଡିତା ମହିଳା କର୍ମଚାରୀ ଜିଲ୍ଲାପାଳଙ୍କ ନିକଟରେ ତିନି ପୃÂାର ଏକ ଅଭିଯୋଗଫର୍ଦ୍ଧ ଦାଖଲ କରିବା ସହ ନ୍ୟାୟ ନପାଇଲେ ଆତ୍ମହତ୍ୟା କରିବେ ବୋଲି ଦର୍ଶାଇଥିଲେ । ପରେ ତାଙ୍କୁ ତୁରନ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟକୁ ବଦଳି କରିଦେଇ କାମ ସାରି ଦିଆଯାଇଥିଲା । ତେବେ ଅଭିଯୋଗ ସମ୍ପର୍କରେ ଉପଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କୁ ପଚାରିବାରୁ ସେ ମଧ୍ୟ କୌଣସି ପ୍ରତିକ୍ରିୟା ନଦେଇ ଗଣମାଧ୍ୟମକୁ ଏଡାଇ ଚାଲିଯାଇଥିଲେ । ତେବେ ଉଭୟ ପକ୍ଷ ଏବଂ ସାକ୍ଷୀଙ୍କୁ ପଚରାଉଚୁରା ପରେ ତଦନ୍ତକାରୀ ଟିମ ରିପୋର୍ଟ ଦାଖଲ କରିବ ବୋଲି ତଦନ୍ତ ଦାୟିତ୍ୱରେ ଥିବା କମିଟିର ଅନ୍ୟତମ ଅଧିକାରୀ ତଥା ଆସିଷ୍ଟାଣ୍ଟ କଲେକ୍ଟର ସୁଚିତା ପୁଷ୍ପା କହିଛନ୍ତି ।
ଅଭିଯୋଗ ଅନୁସାରେ, ଗତ ୨୦୧୭ ମସିହା ଫେବୃଆରୀ ୫ତାରିଖରେ ବଲାଙ୍ଗିର ତହସିଲ କାର୍ଯ୍ୟାଳୟରେ କନିÂ କିରାଣୀ ଭାବରେ କାର୍ଯ୍ୟରତ ପୀଡ଼ିତାଙ୍କ ସ୍ୱାମୀଙ୍କ ମୃତୁ୍ୟ ହୋଇଥିଲା । ଏହାପରେ ଦୁଇ ଶିଶୁ ସମେତ ପରିବାରର ପ୍ରତିପୋଷଣ ପାଇଁ ପୀଡିତ ମହିଳାଜଣକ ବିଭିନ୍ନ ସ୍ଥାନରେ ଚାକିରୀ ଖୋଜିଥିଲେ । ବର୍ଷକ ପରେ ୨୦୧୮ ମସିହା ଫେବୃଆରୀ ୨୮ତାରିଖରେ ସେ ବଲାଙ୍ଗିର ସିଡିପିଓ କାର୍ଯ୍ୟାଳୟରେ ଜୁନିୟର ଆସିଷ୍ଟାଣ୍ଟ ଭାବେ ନିଯୁକ୍ତି ପାଇଥିଲେ । ଗତ ଜୁଲାଇ ୩୦ ତାରିଖରେ ବଲାଙ୍ଗୀର ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ତାଙ୍କର ବଦଳି ହୋଇଥିଲା । ମାତ୍ର ବଦଳି ହୋଇ ଆସିବାର କିଛିଦିନ ପରେ ସେ ନିର୍ଯ୍ୟାତନାର ଶିକାର ହୋଇଥିଲେ । ଅଗଷ୍ଟ ୧୪ ତାରିଖରେ ଉପଜିଲ୍ଲାପାଳ ଶ୍ରୀ ମିଶ୍ର ସଂପୃକ୍ତ ମହିଳାଙ୍କୁ ନିଜ ଚାମ୍ବରକୁ ଡକାଇଥିଲେ । ଏହାପରେ ତାଙ୍କୁ ନିଜ ପାଖକୁ ଟାଣି ହାତ ଧରିବା ସହ ତାଙ୍କୁ କୁଣ୍ଢେଇବାର ଉଦ୍ୟମ କରିଥିଲେ । କିନ୍ତୁ ମହିଳାଜଣକ ଉପଜିଲ୍ଲାପାଳଙ୍କଠାରୁ ମୁକୁଳି ଘରକୁ ସେଠାରୁ ଖସିଯାଇଥିଲେ । ଏହାପରେ ସେ ଆଉ ଅଫିସ ନଯାଇ ସିଧାସଳଖ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଆଉ ସେ ଚାକିରୀ କରିବାକୁ ସୁରକ୍ଷିତ ମଣୁନାହାନ୍ତି, ତେଣୁ ତାଙ୍କୁ ଅନ୍ୟତ୍ର ବଦଳି କରାଯାଉ ବୋଲି ଦର୍ଶାଇଥିଲେ । ଜିଲ୍ଲାପାଳ ଅରିନ୍ଦମ ଡ଼ାକୁଆ ଅଭିଯୋଗ ପାଇବା ମାତ୍ରେ ମହିଳାଙ୍କୁ ଡ଼ିଏସଡବ୍ଲୁଓ କାର୍ଯ୍ୟାଳୟକୁ ବଦଳି କରିଥିଲେ । ମାତ୍ର ତାହାପରେ ଘଟଣାଟିକୁ ପ୍ରସମନ କରିବା ପାଇଁ ସମସ୍ତ ଉଦ୍ୟମ କରାଯାଇଥିଲା । ପରେ ଘଟଣାଟି ଲୋକଲୋଚନକୁ ଆସିବା ଜାଣି ଏନେଇ ଏକ ତଦନ୍ତକାରୀ ଟିମ(ଲୋକାଲ କମ୍ପେ୍ଲନ କମିଟି) ଗଠନ କରାଯାଇଥିଲା । ସାମାଜିକକର୍ମୀ ଶାନ୍ତିଲତା ବହିଦାରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଆସିଷ୍ଟାଣ୍ଟ କଲେକ୍ଟର ସୁଚିସ୍ମିତା ପୁଷ୍ପା, ଡ଼ିଏସଡବ୍ଲୁ୍ୟଓ ବିନୋଦିନୀ ପଧାନ, ବିଦୁ୍ୟତଲତା ଖମାରୀ, ଭକ୍ତ ନାଏକ, ଭଗବତୀ ଗୁରୁ ପ୍ରମୁଖ ଏହାର ତଦନ୍ତ କରୁଛନ୍ତି । ଅପରପକ୍ଷେ, ଘଟଣା ଲୋକଲୋଚନକୁ ଆସିବା ପରେ ଉପଜିଲ୍ଲାପାଳ ଶ୍ରୀ ମିଶ୍ର ମଧ୍ୟ ଗଣମାଧ୍ୟମଠାରୁ ଦୂରତା ଅବଲମ୍ବନ କରିଛନ୍ତି । ଏସମ୍ପର୍କରେ ତାଙ୍କଠାରୁ ପ୍ରତିକ୍ରିୟା ମାଗିବାରୁ ସେ ଏସମ୍ପର୍କରେ କିଛି ନକହି ଦୌଡ଼ିଦୌଡ଼ିି ଚାଲିଯାଇଥିଲେ । ତଦନ୍ତକାରୀ ଟିମର ସଦସ୍ୟ ଆସିଷ୍ଟାଣ୍ଟ କଲେକ୍ଟର ପୁଷ୍ପାଙ୍କୁ ପଚାରିବାରୁ, ସେ ଜିଲ୍ଲାପାଳଙ୍କ ନିଦେ୍ର୍ଧଶ ପାଇବା ପରେ ଗତଦୁଇ ତଳେ ପୀଡିତାଙ୍କୁ କାଉନସେଲିଂ କରାଯାଇଛି ବୋଲି କହିଥିଲେ । କମିଟିର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏକ ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରାଯାଇ ଉପସ୍ଥାପନ କରାଯାଇଛି । ଏପର୍ଯ୍ୟନ୍ତ ଉପଜିଲ୍ଲାପାଳଙ୍କୁ କୌଣସି ପଚରାଉଚୁରା କରାଯାଇନାହିଁ, ତେଣୁ ତାଙ୍କୁ ନୋଟିସ କରାଯାଇଛି । ଏଥିସହିତ ଅନ୍ୟାନ୍ୟ ସାକ୍ଷ୍ୟ ପ୍ରମାଣ ପାଇଁ ଆହୁରି ସାତଦିନ ସମୟ ନିଆଯାଇଛି । ତଦନ୍ତ ପରେ ସମ୍ପୂର୍ଣ୍ଣ ରିପୋର୍ଟ ଦାଖଲ କରାଯିବ ବୋଲି ସେ କହିଥିଲେ ।
ଜଣେ ମହିଳା ସହକର୍ମୀଙ୍କୁ ଅସଦାଚରଣ ଅଭିଯୋଗ ପରେ ଶୃଙ୍ଖଳାଗତ କାର୍ଯ୍ୟାନୁÂାନ ପୂର୍ବକ ବଲାଙ୍ଗିର ଉପଜିଲ୍ଲାପାଳ ସଞ୍ଜୟ ମିଶ୍ରଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି । ରାଜ୍ୟସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ନିଦେ୍ର୍ଧଶ ସଂଖ୍ୟା ଜିଏଡି-ଏସଇଆର୨-ସିଏଏସଇ୩-୦୦୩୫-୨୦୨୦/୨୦୨୮୮/ସାଧାରଣ କ୍ରମେ ଆଜି ବିଜ୍ଞପ୍ତି ଜାରି କରାଯାଇଛି । ନିଦେ୍ର୍ଧଶ ବଳବର୍ତ୍ତର ଥିବାପର୍ଯ୍ୟନ୍ତ ଉପଜିଲ୍ଲାପାଳ ଶ୍ରୀ ମିଶ୍ର ଜିଲ୍ଲାପାଳଙ୍କ ବିନା ଅନୁମତିରେ ବଲାଙ୍ଗିର ଛାଡିପାରିବେ ନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons