ଉପଜିଲ୍ଲାପାଳ କଲେ ଶବ ସକ୍ରାର

Get real time updates directly on you device, subscribe now.

ଭଞ୍ଜନଗର,(ବି.ବି.ନୁୁ୍ୟଜ): ନିସ୍ତବ୍ଧ ରାତି । ଚାରିଆଡେ଼ ଅନ୍ଧାର । ରାସ୍ତା ଶୂନ୍ଶାନ୍ । ଏକ ଶବକୁ କାନେ୍ଧଇ ଶ୍ମଶାନକୁ ମାଡ଼ି ଚାଲିଥାନ୍ତି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ । ତାଙ୍କ ସହ ଆଉ କେତେକ ପ୍ରଶାସନିକ ଅଧିକାରୀ ମଧ୍ୟ ଉପଜିଲ୍ଲାପାଳଙ୍କ ସହ ରହିଥିଲେ । ମୃତକଙ୍କ ପରିବାର ଲୋକ କରୋନା ଭୟରେ ପାଖ ମାଡ଼ୁନଥିଲେ । ଶେଷରେ ଉପଜିଲ୍ଲାପାଳ ଅନ୍ତିମ ସକ୍ରାର କରିଛନ୍ତି । ପୂର୍ବରୁ ଏପରି ଅନେକ ଘଟଣା େଽଖିବାକୁ ମିଳିଛି । ସ୍ୱେଚ୍ଛାସେବୀ ଏବଂ ବିଡିଓ, ତହସିଲଽାର ମୃତେଽହ କାନେ୍ଧଇ ଶ୍ମଶାନକୁ ନେଇଥିବା ନଜିର ରହିଛି । କିଛି ଲୋକଙ୍କ ପାଇଁ ଆଜି ବି ମାନବିକତା ବଞ୍ଚି ରହିଛି । ଉପଜିଲ୍ଲାପାଳଙ୍କ ଏହା ମହାନ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଽାହରଣ ।
ଭଞ୍ଜନଗର ଉତ୍ସର୍ଗୀକୃତ କୋଭିଡ କେୟାର ସେଣ୍ଟର ବା ଡିସିଏଚ୍ସିରେ ଲଣ୍ଡେଇ ସାହିର କାଳୀ ଚରଣ ସାହୁ(୬୫)ଙ୍କ ମୃତୁ୍ୟ ହୋଇଛି । ସେ କରୋନା ସନ୍ଦିଗ୍ଧ ରହିଥିଲେ । ମୃତୁ୍ୟପରେ ପରିବାର ଲୋକ ଶବ ନେବାକୁ ମନା କରି େଽଇଥିଲେ । ଶବ ଘଣ୍ଟା ଘଣ୍ଟା ଧରି ପଡ଼ି ରହିଥିବା ଉପଜିଲ୍ଲାପାଳ ଖବର ପାଇଥିଲେ । ଏନେଇ ଉପଜିଲ୍ଲାପାଳ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିÂ ରାଜସ୍ୱ ସହାୟକ ବିଶ୍ୱଜିତ ସେଠୀ, ଫକୀର ମୋହନ ସ୍ୱାଇଁ, କନିÂ ରାଜସ୍ୱ ସହାୟକ ବଳରାମ ଜାନି ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁରେନ୍ଦ୍ର ସେଠୀ ମିଳିତ ଭାବେ ଶବ ଉଠେଇ ଥିଲେ । ସହରରେ ଶେଷ ଅଞ୍ଚଳରେ ରହିଥିବା ଶ୍ମଶାନରେ ରାତ୍ର ପ୍ରାୟ ସାଢେ଼ ୧୨ଟାରେ । ଶବ ସକ୍ରାର କରାଯାଇଛି । ପ୍ରଶାସନ ତଥା ଉପଜିଲ୍ଲାପାଳଙ୍କ ଏହି କାର୍ଯ୍ୟକୁ ନେଇ ପ୍ରଶଂସାର ସୁଅ ଛୁଟିଛି । ମୃତକଙ୍କ ଭଉଣୀ ମଧ୍ୟ ବର୍ତ୍ତମାନ ଡିସିଏଚ୍ସିରେ ଚିକିତ୍ସିତ ଥିବା ସୂଚନା ରହିଛି । ଉପଖଣ୍ଡ ଡାକ୍ତରଖାନାର ହସ୍ପିଟାଲ ମ୍ୟାନେଜର ବିଚିତ୍ର ପାଣିଗ୍ରାହୀ ରାତିରେ ଉପସ୍ଥିତ ରହି ସମସ୍ତ ସହଯୋଗ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons